ETV Bharat / entertainment

Har Ghar Tiranga, ଅଭିଯାନରେ ସାମିଲ ହେଲେ ସୁପରଷ୍ଟାର ରଜନୀକାନ୍ତ

author img

By

Published : Aug 14, 2022, 8:00 PM IST

ଭାରତ ଚଳିତବର୍ଷ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାର ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନରେ ସାମିଲ ହୋଇଛନ୍ତି ତାମିଲ ସୁପରଷ୍ଟାର ରଜନୀକାନ୍ତ । ଅଧିକ ପଢନ୍ତୁ

Har Ghar Tiranga, ଅଭିଯାନରେ ସାମିଲ ହେଲେ ସୁପରଷ୍ଟାର ରଜନୀକାନ୍ତ
Har Ghar Tiranga, ଅଭିଯାନରେ ସାମିଲ ହେଲେ ସୁପରଷ୍ଟାର ରଜନୀକାନ୍ତ

ଚେନ୍ନାଇ: ଭାରତ ଚଳିତବର୍ଷ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ କରୁଛି । ଏହି ବର୍ଷକୁ ସ୍ମରଣୀୟ କରିବା ପାଇଁ କେନ୍ଦ୍ର ସରକାର 'ହର ଘର ତ୍ରିରଙ୍ଗା' ଅଭିଯାନ ଆରମ୍ଭ କରିଛନ୍ତି । ତାମିଲ ସୁପରଷ୍ଟାର ରଜନାକାନ୍ତ ଏହି ଅଭିଯାନରେ ସାମିଲ ହୋଇଥିବା ନେଇ ନିଜ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ଦେଶର ସ୍ବାଧୀନତା ଲାଗି ବଳିଦାନ ଦେଇଥିବା ଭାରତ ମାତାର ବୀରପୁତ୍ର, ଶହୀଦ ଓ ସ୍ବାଧୀନତା ସଂଗ୍ରାମୀକୁ ସମ୍ମାନ ଜଣାଇବା ଲାଗି ଏକ ଭିଡ଼ିଓ ମାଧ୍ୟମରେ ଦେଶବାସୀ ବାର୍ତ୍ତା ଦେଇଛନ୍ତି ରଜନୀକାନ୍ତ ।

ରଜନୀକାନ୍ତ ଟ୍ବିଟ କରି ଲେଖିଛନ୍ତି ଯେ, "ସମସ୍ତେ ହର ଘର ତ୍ରିରଙ୍ଗା ଯୋଜନାରେ ସାମିଲ ହୁଅନ୍ତୁ ଏବଂ ନିଜ ଘର ଓ ଅଫିସ ଉପରେ ଜାତୀୟ ପତାକା ଉଡାନ୍ତୁ । ଏହାସହିତ ସ୍ବାଧୀନତା ସଂଗ୍ରାମ ଓ ଏକତାର ଭାବକୁ ପରିପ୍ରକାଶ କରି ଏହି କାର୍ଯ୍ୟ କରନ୍ତୁ ।" ରଜନୀକାନ୍ତ ଏକ ଭିଡ଼ିଓ ଜାରି କରି ଏହି ବାର୍ତ୍ତା ଦେଇଛନ୍ତି । ଏହାସହିତ ସୁପରଷ୍ଟାର ଏକ ପୋଷ୍ଟ ମାଧ୍ୟମରେ ଲୋକଙ୍କୁ ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେବା ପାଇଁ ଆହ୍ବାନ କରିଛନ୍ତି ।

ସେ ନିଜ ପୋଷ୍ଟରେ ରଜନୀକାନ୍ତ ଲେଖିଛନ୍ତି, "ଆମ ଭାରତ ବର୍ଷର ଏହା ୭୫ ବର୍ଷ ସ୍ବାଧୀନତା ଦିବସ । ସମ୍ମାନର ପ୍ରତୀକ ଓ ଏକତାଭାବକୁ ପ୍ରଦର୍ଶିତ କରିବା ସହିତ ଲକ୍ଷ ଲକ୍ଷ ବୀରପୁତ୍ରଙ୍କ ସଂଗ୍ରାମ, ଯନ୍ତ୍ରଣା ଆଦିକୁ ସମ୍ମାନ ଜଣାନ୍ତୁ । ଜାତି, ଧର୍ମ, ବର୍ଣ୍ଣକୁ ବାଦ ଦେଇ ସେମାନଙ୍କୁ ସମ୍ମାନ ଓ ସାଲ୍ୟୁଟ କରନ୍ତୁ । ବାସଭବନ, କର୍ମସ୍ଥଳରେ ଜାତୀୟ ପତାକାକୁ ଗର୍ବର ସହିତ ଉଡ଼ାନ୍ତୁ । ୭୫ତମ ସ୍ବାଧୀନତା ଦିବସକୁ ଗର୍ବର ସହିତ ଆସନ୍ତୁ ପାଳନ କରିବା ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.