ETV Bharat / entertainment

UT 69 ଟ୍ରେଲର ଲଞ୍ଚ ଇଭେଣ୍ଟରେ ଭାବୁକ ହେଲେ ରାଜ କୁନ୍ଦ୍ରା, ହଟାଇଲେ ମାସ୍କ

author img

By ETV Bharat Odisha Team

Published : Oct 18, 2023, 7:19 PM IST

UT 69 ଟ୍ରେଲର ଲଞ୍ଚ ଇଭେଣ୍ଟରେ ଭାବୁକ ହେଲେ ରାଜ କୁନ୍ଦ୍ରା, ହଟାଇଲେ ମାସ୍କ
UT 69 ଟ୍ରେଲର ଲଞ୍ଚ ଇଭେଣ୍ଟରେ ଭାବୁକ ହେଲେ ରାଜ କୁନ୍ଦ୍ରା, ହଟାଇଲେ ମାସ୍କ

ରାଜ କୁନ୍ଦ୍ରାଙ୍କ ଫିଲ୍ମ 'UT 69' ଟ୍ରେଲର ରିଲିଜ ହୋଇଛି । ଟ୍ରେଲର ଲଞ୍ଚ ଇଭେଣ୍ଟରେ ନିଜ ମୁହଁରୁ ମାସ୍କ ହଟାଇବା ସହ ଭାବବିହ୍ଭଳ ହୋଇଛନ୍ତି ରାଜ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ନିର୍ମାତା ରାଜ କୁନ୍ଦ୍ରା ଖୁବଶୀଘ୍ର ଫିଲ୍ମ 'UT 69' ରେ ନଜର ଆସିବେ । ଫିଲ୍ମଟି ରାଜ କୁନ୍ଦ୍ରାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ଅଟେ । ଏହି ଫିଲ୍ମ ସହ ସେ ଅଭିନେତା ଭାବେ ଡେବ୍ୟୁ କରିବାକୁ ଯାଉଛନ୍ତି । ବର୍ତ୍ତମାନ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଏହି ଟ୍ରେଲର ଲଞ୍ଚ ଇଭେଣ୍ଟରେ ରାଜ କୁନ୍ଦ୍ରା ଭାବବିହ୍ବଳ ହୋଇଥିବା ଦେଖିବାକୁ ମିଳିଛି । ଏଥିସହ ଇଭେଣ୍ଟରେ ରାଜ ନିଜ ମାସ୍କ ହଟାଇଥିବା ମଧ୍ୟ ନଜର ଆସିଛନ୍ତି । ତେବେ ସୋସିଆଲ ମିଡିଆରେ ଏହାର ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି ।

ରାଜ କୁନ୍ଦ୍ରାଙ୍କ ଫିଲ୍ମ 'UT 69' ଟ୍ରେଲର ଲଞ୍ଚ ଇଭେଣ୍ଟର ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ରାଜ ନିଜ ପରିବାର ବିଷୟରେ କଥାବାର୍ତ୍ତା କରି ଭାବୁକ ହେବା ସହ କାନ୍ଦୁଥିବା ଦେଖିବାକୁ ମିଳିଛି । ସେ ଭିଡିଓରେ କହୁଛନ୍ତି, 'ଏହି ସହୁ ମୋ ପରିବାର ପାଇଁ ବହୁତ ଦୁଃଖଦାୟକ ଅଟେ । ଯାହା କିଛି ବି କହିବାର ଅଛି ମୋତେ କୁହ, ମୋ ସ୍ତ୍ରୀ ପିଲାଛୁଆଙ୍କୁ ନାହିଁ । କାରଣ ସେମାନେ ତୁମର କିଛି କ୍ଷତି କରିନାହାନ୍ତି ।'

  • " class="align-text-top noRightClick twitterSection" data="">

ଫିଲ୍ମର ଟ୍ରେଲର ଆରମ୍ଭରେ ଏକ ମିଡିଆ ଟ୍ରାଏଲରୁ ଦେଖିବାକୁ ମିଳିଛି । ତା’ପରେ ରାଜ କୁନ୍ଦ୍ରା ପୋଲିସଙ୍କ ସହ ଜେଲରେ ଏଣ୍ଟ୍ରି କରନ୍ତି । ସେ ସେମାନଙ୍କ ବନ୍ଦୀମାନଙ୍କ ସହ ରହିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗୋଟିଏ ସିନରେ ରାଜ କାନ୍ଦୁଥିବା ଦେଖିବାକୁ ମିଳିଛି । ସେପଟେ ଟ୍ରେଲରକୁ ରାଜଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ନିଜ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି, ଶୁଭକାମନା କୁକି, ତୁମେ ଜଣେ ସାହସୀ ବ୍ୟକ୍ତି । ଯାହା ମୁଁ ତୁମ ବିଷୟରେ କହିଆସୁଛି । ଏଠାରେ ତୁମର ଧାରଣା ଏବଂ ସକରାତ୍ମକତା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ: ପର୍ଣ୍ଣୋଗ୍ରାଫି ମାମଲାରେ ମୁହଁ ଖୋଲିଲେ ରାଜ କୁନ୍ଦ୍ରା, କହିଲେ - '18 ବର୍ଷ ବୟସରେ ପ୍ରଥମ ଥର ପାଇଁ ...'

ସୂଚନା ଥାଉ କି, ଜୁଲାଇ 2021ରେ ପର୍ଣ୍ଣୋଗ୍ରାଫି ଚଳଚ୍ଚିତ୍ର ନିର୍ମାଣ ପାଇଁ ରାଜ କୁନ୍ଦ୍ରାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ମୁମ୍ବାଇ ପୋଲିସ ଗିରଫ କରିଥିଲା । ଯେଉଁଥିପାଇଁ ରାଜ ପ୍ରାୟ 64 ଦିନ ଜେଲରେ ଥିଲେ । ଏବଂ ପରେ ଜାମିନରେ ସେ ବାହାରିଥିଲେ । ବାହାରକୁ ଆସିବା ପରେ ରାଜ ସର୍ବଦା ଗଣମାଧ୍ୟମରୁ ମୁହଁ ଲୁଚାଇ ମାସ୍କ ପିନ୍ଧୁଥିବାର ଦେଖିବାକୁ ମିଳୁଥିଲା । ତେବେ ଫିଲ୍ମରେ ସେ ୨ ମାସ କିପରି ଜେଲରେ ଅତିବାହିତ କରିଛନ୍ତି । ତାହା ଏଥିରେ ଦର୍ଶାଯାଇଛି । ତେବେ ରାଜଙ୍କ ଜୀବନ ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ନଭେମ୍ବର 3ରେ OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିବ । ଫିଲ୍ମର ସୁଟିଂ ମାତ୍ର 18 ଦିନ ମଧ୍ୟରେ ଶେଷ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.