ETV Bharat / entertainment

ଦ୍ୱିତୀୟ ସନ୍ତାନର ଯୋଜନା କରୁଛନ୍ତି ପ୍ରିୟଙ୍କା-ନିକ୍‌ ! ପୁଣି ନେବେ ସରୋଗେସିର ସାହାରା

author img

By

Published : Jul 27, 2022, 10:14 AM IST

ଦ୍ୱିତୀୟ ସନ୍ତାନର ଯୋଜନା କରୁଛନ୍ତି ପ୍ରିୟଙ୍କା-ନିକ୍‌ ! ପୁଣି ନେବେ ସରୋଗେସିର ସାହାରା
ଦ୍ୱିତୀୟ ସନ୍ତାନର ଯୋଜନା କରୁଛନ୍ତି ପ୍ରିୟଙ୍କା-ନିକ୍‌ ! ପୁଣି ନେବେ ସରୋଗେସିର ସାହାରା

ମାଲତିଙ୍କୁ ମାତ୍ର 6 ମାସ ହୋଇଥିବାବେଳେ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ ସେମାନଙ୍କର ଦ୍ୱିତୀୟ ସନ୍ତାନ ପାଇଁ ଯୋଜନା କରୁଛନ୍ତି, ତାହା ପୁଣି ସରୋଗେସି ଜରିଆରେ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଦେଶୀ ଗର୍ଲଙ୍କ ଘରେ ଚାଲିଛି ଖୁସିର ମାହୋଲ । ଚଳିତ ବର୍ଷ କନ୍ୟା ସନ୍ତାନର ମା’ ହୋଇଥିବା ପ୍ରିୟଙ୍କା ପୁଣି ଦ୍ବିତୀୟ ସନ୍ତାନ ପାଇଁ ପ୍ଲାନ କରୁଛନ୍ତି କି । ଏକଥା ଆମେ କହୁନୁ ଏଭଳି କିଛି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ମିଡିଆରେ ଏପରି ଚର୍ଚ୍ଚା ପରେ ପୁଣି ଚର୍ଚ୍ଚାକୁ ଚାଲିଆସିଛନ୍ତି ଦେଶୀ ଗର୍ଲ ।

ଚଳିତ ବର୍ଷ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ ସରୋଗେସି ମାଧ୍ୟମରେ ଏକ କନ୍ୟା ସନ୍ତାନର ପିତାମାତା ହୋଇଥିଲେ । ପ୍ରିୟଙ୍କା ଏବଂ ନିକ ସେମାନଙ୍କ ଝିଅର ନାମ ମାଲତି ମେରି ଚୋପ୍ରା ଜୋନାସ୍ ରଖିଛନ୍ତି । ଏବେ ପ୍ରିୟଙ୍କା ଓ ନିକ୍ ପାରିବାରିକ ଜୀବନକୁ ଉପଭୋଗ କରୁଛନ୍ତି । ନିକଟରେ ଏହି ଦମ୍ପତି ମାଲତିଙ୍କ 6 ମାସିଆ ଜନ୍ମଦିନ ପାଳନ କରିଥିଲେ, ଯାହାର ଫଟୋ ସେମାନେ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଥିଲେ । ମାଲତିଙ୍କୁ ମାତ୍ର 6ମାସ ବୟସ ହୋଇଥିବାବେଳେ ବର୍ତ୍ତମାନ ଚର୍ଚ୍ଚା ହେଉଛି କି ଏହି ଦମ୍ପତି ସେମାନଙ୍କର ଦ୍ୱିତୀୟ ସନ୍ତାନ ପାଇଁ ଯୋଜନା କରୁଛନ୍ତି ।

ମିଡିଆ ରିପୋର୍ଟ ଅନୁଯାୟୀ, ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ ଭବିଷ୍ୟତରେ ସରୋଗେସି ମାଧ୍ୟମରେ ଆଉ ଏକ ସନ୍ତାନ ପାଇଁ ଯୋଜନା କରୁଛନ୍ତି । ଦମ୍ପତିଙ୍କ କହିବା ଅନୁଯାୟୀ, ଦୁହେଁ ବିଶ୍ୱାସ କରନ୍ତି ଯେ ଜୀବନରେ ଭାଇ-ଭଉଣୀ ବହୁତ ଗୁରୁତ୍ୱପୂର୍ଣ୍ଣ । ଦମ୍ପତି ଚାହାଁନ୍ତି ନାହିଁ ଯେ ମାଲତି ଭାଇ କିମ୍ବା ଭଉଣୀର ଅଭାବ କେବେ ଅନୁଭବ କରନ୍ତୁ, ତେଣୁ ଉଭୟ ସରୋଗେସି ମାଧ୍ୟମରେ ଆଉ ଏକ ସନ୍ତାନ ପାଇଁ ଯୋଜନା କରୁଛନ୍ତି । ଯେତେବେଳେ ବି ଦୁହେଁ ନିଜର ଦ୍ୱିତୀୟ ସନ୍ତାନ କରିବେ, କେବଳ ସରୋଗେସି ମାଧ୍ୟମରେ କରିବେ ।

ଏହା ବି ପଢନ୍ତୁ: Birthday Celebration: 6 ମାସର ହେଲେ ମାଲତି, ଡବଲ୍‌ ସେଲିବ୍ରେସନ୍‌ କଲେ ପ୍ରିୟଙ୍କା-ନିକ୍‌

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, 'ପ୍ରିୟଙ୍କା ଏବଂ ନିକ ସରୋଗେସି ମାଧ୍ୟମରେ ସେମାନଙ୍କର ଦ୍ୱିତୀୟ ସନ୍ତାନ କରିବେ, ଏଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ, ଏହା ଦେଖିବାକୁ ବାକି ରହିଲା ଦୁହେଁ କେବେ ସେମାନଙ୍କର ଦ୍ୱିତୀୟ ସନ୍ତାନ ପାଇଁ ଯୋଜନା କରିବେ । ନିକ ତାଙ୍କ ପିଲାମାନଙ୍କ ମଧ୍ୟରେ ଅଧିକ ବୟସ ବ୍ୟବଧାନ ଚାହୁଁନାହାଁନ୍ତି । ଯେହେତୁ ତାଙ୍କ ଏବଂ ତାଙ୍କ ଭାଇ ଜୋ ଜୋନାସ୍ ଏବଂ କେଭିନ୍ ଜୋନାସଙ୍କ ବୟସରେ ଅଧିକ ପାର୍ଥକ୍ୟ ନାହିଁ, ସେମାନଙ୍କ ପିଲାମାନଙ୍କ ବୟସରେ ମଧ୍ୟ ଅଧିକ ପାର୍ଥକ୍ୟ ରହିବା ଉଚିତ୍ ନୁହେଁ । ତାଙ୍କ ପିତାମାତା ମଧ୍ୟ ସମାନ ବିଶ୍ୱାସ କରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.