ETV Bharat / entertainment

Ek Banda Kaffi He: ଫିଲ୍ମର ନୂଆ ଗୀତ 'ସାହାରା ତୁ ମେରା' ରିଲିଜ, ପ୍ରଶଂସା କଲେ ଫ୍ୟାନ୍ସ

author img

By

Published : May 17, 2023, 10:55 AM IST

ରିଲିଜ ହେଲା ଫିଲ୍ମର ନୂଆ ଗୀତ 'ସାହାରା ତୁ ମେରା', ପ୍ରଶଂସା କଲେ ଫ୍ୟାନ୍ସ
ରିଲିଜ ହେଲା ଫିଲ୍ମର ନୂଆ ଗୀତ 'ସାହାରା ତୁ ମେରା', ପ୍ରଶଂସା କଲେ ଫ୍ୟାନ୍ସ

ମନୋଜ ବାଜପେୟୀ ତାଙ୍କର ଆଗାମୀ ଫିଲ୍ମ 'ଏକ ବନ୍ଦା କାଫି ହେ' ପାଇଁ ଆଜିକାଲି ଚର୍ଚ୍ଚାରେ ରହିଛନ୍ତି । ବିବାଦ ମଧ୍ୟରେ ଫିଲ୍ମର ଦମଦାର ଟ୍ରେଲର ପରେ ଏବେ ଏହାର ନୂଆ ଗୀତ ରିଲିଜ ହୋଇଛି । ଯାହାକୁ ଖୁବ୍‌ ପ୍ରଶଂସା କରାଯାଉଛି । ଅଧିକ ପଢନ୍ତୁ

ମୁମ୍ବାଇ: ଆଗାମୀ ଫିଲ୍ମ 'ଏକ ବନ୍ଦା କାଫି ହେ'କୁ ନେଇ ଚର୍ଚ୍ଚାରେ ରହିଛନ୍ତି ବଲିଉଡ ଅଭିନେତା ମନୋଜ ବାଜପେୟୀ । ବିବାଦ ପରେ ବି ନ୍ୟୁୟର୍କ ଭାରତୀୟ ଫିଲ୍ମ ମହୋତ୍ସବରେ 'ଏକ ବନ୍ଦା କାଫି ହେ'ର ସ୍ପେଶାଲ ସ୍କ୍ରିନିଂ ହୋଇଥିଲା । ଏହାରି ମଧ୍ୟରେ ବର୍ତ୍ତମାନ ଫିଲ୍ମର ଗୀତ 'ସାହାରା ତୁ ମେରା'ର ନୂଆ ଗୀତର ଝଲକ ସେୟାର କରିଛନ୍ତି ଅଭିନେତା । ଯାହାକୁ ଫ୍ୟାନ୍ସ ଖୁବ ପସନ୍ଦ କରିଥିବା ଜଣାପଡିଛି।

ସେପଟେ ସୋସିଆଲ ମିଡିଆରେ ସମ୍ପୂର୍ଣ୍ଣ ଗୀତ ରିଲିଜ ହୋଇଛି । 'ସାହାରା ତୁ ମେରା' ଗୀତଟିକୁ ସିଦ୍ଧାର୍ଥ ହଲଦିପୁର ଏବଂ ଅସିସ୍ କୌର ଗୀତ ଗାଇଛନ୍ତି । ଏହି ଗୀତର ସଂଳାପ ଲେଖିଛନ୍ତି ଗରିମା ଓବରଏ । ତେବେ 'ସାହାରା ତୁ ମେରା' ଗୀତକୁ ବେଶ ପସନ୍ଦ କରିଛନ୍ତି ଫ୍ୟାନ୍ସ । ଏହି ଫିଲ୍ମରେ ମନୋଜ ଜଣେ ଓକିଲ ଭୂମିକାରେ ଅଭିନୟ କରିଛନ୍ତି । ମେ' 8ରେ ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ବିବାଦକୁ ଆସିଥିଲା । ଏବଂ ଆଶାରାମ ବାପୁ ଟ୍ରଷ୍ଟ ଫିଲ୍ମ ନିର୍ମାତାଙ୍କୁ ନୋଟିସ୍‌ ଜାରି କରିଥିଲେ ।

ଏହାପୂର୍ବରୁ, ନିର୍ମାତାମାନେ ଫିଲ୍ମର ଟାଇଟଲ୍ ଟ୍ରାକ୍ ସେୟାର କରିଥିଲେ ଏବଂ ଏହା ମଧ୍ୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଏହି ଫିଲ୍ମ ଏକ ହୃଦୟସ୍ପର୍ଶୀ କାହାଣୀକୁ ନେଇ ନିର୍ମିତ । କିଭଳି ଜଣେ ସାଧାରଣ ମଣିଷର ଇଚ୍ଛା ଶକ୍ତି ଏବଂ ଜଣେ ଆତ୍ମ ଘୋଷିତ ସାଧୁ ସନ୍ଥଙ୍କ ଶକ୍ତି ଯୁଦ୍ଧ ମଧ୍ୟରେ ସାଧାରଣ ଲୋକ ସର୍ବଦା ଜିତେ, କାରଣ କୌଣସି ବ୍ୟକ୍ତି ଆଇନଠାରୁ ଉର୍ଦ୍ଧ୍ୱରେ ନାହାଁନ୍ତି । ଏହା ହିଁ ଫିଲ୍ମର ବାର୍ତ୍ତା ଦିଆଯାଇଛି ।

  • " class="align-text-top noRightClick twitterSection" data="">

ରିପୋର୍ଟ ଅନୁସାରେ, ଫିଲ୍ମର ଟ୍ରେଲରରେ ଦର୍ଶାଯାଇଥିଲା ଯେ,"ସିର୍ଫ ଏକ ବନ୍ଦା କାଫି ହେ' ବାସ୍ତବ ଜୀବନର ଘଟଣା ଉପରେ ଆଧାରିତ ହୋଇଛି । ଏହା ହେଉଛି ହାଇକୋର୍ଟର ଜଣେ ଓକିଲଙ୍କ କାହାଣୀ, ଯିଏ ପୋକ୍‌ସୋ ଅଧିନିୟମ ଅନୁଯାୟୀ ନ୍ୟାୟ ପାଇବା ପାଇଁ ଜଣେ ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କ ମାମଲା ଲଢିଥିଲେ । ବାସ୍ତବରେ, ଫିଲ୍ମରେ ଜଣେ 16 ବର୍ଷର ନାବାଳିକା ଜଣେ ବାବାଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି । ଏହି ଫିଲ୍ମରେ ବାବାଙ୍କ ରୂପ ଆଶାରାମଙ୍କ ସହ ମେଳ ଖାଉଛି । ତେଣୁ ଅନୁମାନ କରାଯାଇପାରେ ଯେ ଫିଲ୍ମଟି କେବଳ ଆଶାରାମଙ୍କ ମାମଲା ସହ ଜଡିତ ।

ଏହି ଫିଲ୍ମଟି ଆଶାରାମଙ୍କ ବିରୋଧରେ ଲଢିଥିବା ଓକିଲ ପିସି ସୋଲାଙ୍କିଙ୍କ ଜୀବନୀ ଉପରେ ଆଧାରିତ । ଏହି ଫିଲ୍ମରେ ମନୋଜ ବାଜପେୟୀ ତାଙ୍କ ଭୂମିକାରେ ଅଭିନୟ କରିଛନ୍ତି । ପିସି ସୋଲଙ୍କି ସମ୍ପୂର୍ଣ୍ଣ ନାମ ହେଉଛି ପୁନମ୍ ଚାନ୍ଦ ସୋଲାଙ୍କି । ଯିଏ ଆଶାରାମ ମାମଲାରେ ଦୁଷ୍କର୍ମ ପୀଡ଼ିତାଙ୍କ ପକ୍ଷରୁ ଓକିଲାତି କରିଥିଲେ । ସୋଲାଙ୍କି କେବଳ ଏହି ମାମଲାରେ ଲଢ଼ିନଥିଲେ ବରଂ ସେହି ଝିଅକୁ ନ୍ୟାୟ ମଧ୍ୟ ଦେଇଥିଲେ । ଏଣୁ ଏହି ଫିଲ୍ମର ଟ୍ରେଲର ରିଲିଜ ପରେ ଫିଲ୍ମ ବିବାଦ ଘେରକୁ ଆସିଛି ।

ସୂଚନା ଥାଉ କି, ଅପୂର୍ବ ସିଂ କାର୍କି 'ସିର୍ଫ ଏକ ବନ୍ଦା କାଫି ହେ' ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମ ZEE5ରେ ମେ' 23ରେ ରିଲିଜ ହେବ । ମନୋଜ ବାଜପେୟୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ଏହି ଫିଲ୍ମର ଲେଖକ ହେଉଛନ୍ତି ଦୀପକ କିଙ୍ଗ୍ରାନି । ସେପଟେ ଅଭିନେତା ମନୋଜ ବାଜପେୟୀ ଇଣ୍ଡଷ୍ଟ୍ରିରେ ତାଙ୍କର ଗମ୍ଭୀର ଭୂମିକା ପାଇଁ ଜଣାଶୁଣା ଥିବା ବେଳେ ନିଜ ଅଭିନୟରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ତେବେ ତାଙ୍କ ଅଭିନୀତ ଏହି ଫିଲ୍ମ ମଧ୍ୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.