ETV Bharat / entertainment

ଖ୍ରୀଷ୍ଟମାସ ପାଇଁ ସିଡ-କିଆରାଙ୍କ ଜୋରଦାର ପ୍ରସ୍ତୁତି

author img

By ETV Bharat Odisha Team

Published : Dec 17, 2023, 8:55 PM IST

ଖ୍ରୀଷ୍ଟମାସ ପାଇଁ ପ୍ରସ୍ତୁତି
christmas decor

Christmas Decor of Kiara and Sidharth:ଖ୍ରୀଷ୍ଟମାସ ପାଇଁ ଜୋରଦାର ପ୍ରସ୍ତୁତି କରିଛନ୍ତି ବି-ଟାଉନର ଚର୍ଚ୍ଚିତ ଦମ୍ପତି କିଆରା ଏବଂ ସିଦ୍ଧାର୍ଥ । ସ୍ବାମୀ ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ବିବାହ ବନ୍ଧନରେ ବାନ୍ଧି ହେବା ପରେ ଏହା ସେମାନଙ୍କ ପ୍ରଥମ ଖ୍ରୀଷ୍ଟମାସ ।

ହାଇଦ୍ରାବାଦ: ପାଖେଇ ଆସୁଛି ଖ୍ରୀଷ୍ଟମାସ ବା ବଡ଼ଦିନ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହେଲାଣି । ତେବେ ଏଥିରୁ ବାଦ ପଡିନାହାନ୍ତି ସେଲିବ୍ରିଟି । ବଲିଉଡର ଚର୍ଚ୍ଚିତ ଦମ୍ପତି କିଆରା ଆଡଭାନୀ ଓ ସିଦ୍ଧାର୍ଥ ମଲହୋତ୍ରା ମଧ୍ୟ ନିଜର ଘରକୁ ଖ୍ରୀଷ୍ଟମାସ ପାଇଁ ସଜାଇବା ଆରମ୍ଭ କରିଛନ୍ତି । ଏହା ସହିତ ଖ୍ରୀଷ୍ଟମାସ ପାଳନ ପାଇଁ ଜୋରଦାର ପ୍ରସ୍ତୁତି କରିଛନ୍ତି ଏହି ଦମ୍ପତି । ଯାହାର ଝଲକ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

ଦେଖିବାକୁ ଗଲେ ସିଦ୍ଧାର୍ଥ ଏବଂ କିଆରାଙ୍କ ବିବାହ ପରେ ଏହା ତାଙ୍କର ପ୍ରଥମ ଖ୍ରୀଷ୍ଟମାସ । ତେଣୁ ଏହି ଦିନକୁ ଖୁବ ଧୁମଧାମରେ ସେଲିବ୍ରେଟ୍ କରିବାକୁ ଯୋଜନା କରିଛନ୍ତି ଏହି ଦମ୍ପତି । ସ୍ବାମୀ ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ବିବାହ ବନ୍ଧନରେ ବାନ୍ଧି ହେବା ପରେ ଏହା ସେମାନଙ୍କ ପ୍ରଥମ ଖ୍ରୀଷ୍ଟମାସ ହୋଇଥିବାରୁ ଏହି ପର୍ବକୁ ପାଳନ କରିବା ପାଇଁ ଉଭୟ ଢେର ଉତ୍ସାହିତ ଅଛନ୍ତି ।

କିଆରା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଖ୍ରୀଷ୍ଟମାସ ସାଜସଜ୍ଜା ନେଇ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ଖ୍ରୀଷ୍ଟମାସ ଟ୍ରିରେ ବିଭିନ୍ନ ପ୍ରକାରର ଲାଇଟ୍ ଖଞ୍ଜାଯାଇଛି । ଚିକ୍ ମିକ୍ ଆଲୁଅରେ ଝଲସୁଥିବା ଦେଖଇବାକୁ ମିଳିଛି । ଏହାସହ ସେ ହାତରେ ଏକ ଫଟୋ ଧରିଛନ୍ତି । ଯେଉଁଥିରେ ଦମ୍ପତିଙ୍କ ପ୍ରତୀକାତ୍ମକ ଚିତ୍ର ଅଙ୍କାଯାଇଛି । ଖାଲି ସେତିକି ନୁହେଁ, ସାଣ୍ଟା କ୍ଲଜରୁ ଆରମ୍ଭ କରି ରଙ୍ଗ ବେରଙ୍ଗର ସାମଗ୍ରୀରେ ସାଜସଜ୍ଜା ହୋଇଥିବା ଦେଖିବାକୁ ମିଳିଛି । ଏହି ପୋଷ୍ଟ ଦେଖିବା ପରେ କିଆରା ଓ ସିଦ୍ଧାର୍ଥଙ୍କ ଖ୍ରୀଷ୍ଟମାସ ସେଲିବ୍ରେସନ ଏକ ନିଆରା ଢଙ୍ଗରେ ହେବାକୁ ଯାଉଥିବା ସ୍ପଷ୍ଟ ବାରି ହୋଇପଡୁଛି।

ଏହା ବି ପଢନ୍ତୁ...WATCH VIDEO: ବରମାଳା ସମୟର ଭିଡିଓ ସେୟାର କଲେ ସିଡକିଆରା

ଚଳିତ ବର୍ଷ ଫେବୃଆରୀ 7ରେ ଏହି ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହି ଦୁଇ ଦମ୍ପତିଙ୍କୁ ବଲିଉଡ ଅଭିନେତା ଓ ଅଭିନେତ୍ରୀଙ୍କ ସମେତ ଫ୍ୟାନ୍ସମାନେ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ । ଖାଲି ସେତିକି ନୁହେଁ, ବିବାହ ପରେ ଉଭୟଙ୍କ ଆଲିସାନ ଘର ଓ ଲାଇଭ ଷ୍ଟାଇଲକୁ ନେଇ ମଧ୍ୟ ଚର୍ଚ୍ଚା ଥମିନଥିଲା । ଉଭୟଙ୍କ ଯୋଡିକୁ ବେଶ ଭଲପାଇବା ମିଳିଥିବାବେଳେ ସେମାନେ ନିଜର ଦାମ୍ପତ୍ୟ ଜୀବନରେ ବେଶ ଖୁସି ଥିବା ଜାଣିବାକୁ ମିଳିଛି । ଏହାରି ଭିତରେ ସିଡକିଆରାଙ୍କ ଖ୍ରୀଷ୍ଟମାସ ସେଲିବ୍ରେସନ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ଜଣାପଡିଛି ।

ଏହା ବି ପଢନ୍ତୁ...WATCH VIDEO: ବିବାହ ପରେ ପ୍ରଥମ କରି ଏକାଠି ନଜର ଆସିଲେ Sidkiara

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.