ETV Bharat / entertainment

ବନ୍ଧୁଙ୍କ ସହ ବର୍ଥ ଡେ’ ସେଲିବ୍ରେଟ କଲେ ଜ୍ୟାକଲିନ୍, ଫଟୋ ଭାଇରାଲ

author img

By

Published : Aug 14, 2023, 2:15 PM IST

ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍‌ ଜନ୍ମଦିନ
ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍‌ ଜନ୍ମଦିନ

ନିକଟରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍‌ ତାଙ୍କର 38ତମ ଜନ୍ମଦିନ ପାଳନ କରିଥିଲେ । ଆଜି ଏହାର ଫଟୋ ଓ ଭିଡିଓ ଏବେ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

ମୁମ୍ବାଇ: ବଲିଉଡର ସୁନ୍ଦରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ । ନିକଟରେ 'ରାମସେତୁ' ଅଭିନେତ୍ରୀ ତାଙ୍କର 38ତମ ଜନ୍ମଦିନ ପାଳନ କରିଥିଲେ । ତାଙ୍କ ଜନ୍ମଦିନରେ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ତାରକାମାନେ ତାଙ୍କୁ ଅଭିନନ୍ଦନ ଜଣାଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଜନ୍ମଦିନର କିଛି ଦିନ ପରେ, ଜ୍ୟାକଲିନ୍ ତାଙ୍କର ଖାସ୍‌ ଦିନର କିଛି ଖାସ୍‌ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ଜନ୍ମଦିନକୁ ସାଙ୍ଗମାନଙ୍କ ସହିତ ପାଳନ କରୁଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ: Gadar 2 ସୁପର ସନ୍‌ଡେ’: 100 କୋଟି ପାର୍‌ କଲା ସନ୍ନି ଦେଓଲଙ୍କ ଫିଲ୍ମ

ଅଗଷ୍ଟ 11ରେ ଜ୍ୟାକଲିନ୍ ତାଙ୍କର 38ତମ ଜନ୍ମଦିନ ପାଳନ କରିଥିଲେ । ସୋମବାର ଏହି ଅଭିନେତ୍ରୀ ଅଫିସିଆଲ୍‌ ଇନଷ୍ଟାଗ୍ରାମରେ ତାଙ୍କ ଜନ୍ମଦିନ ଉତ୍ସବର କିଛି ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ପୋଷ୍ଟ ହୋଇଥିବା ଫଟୋ ଏବଂ ଭିଡିଓରେ ସେ ନିଜ ସାଙ୍ଗଙ୍କ ସହ କେକ୍ କାଟି କାରରେ ବୁଲୁଥିବାର ନଜର ଆସିଛନ୍ତି । ଏଥି ସହିତ, ଅନ୍ୟ ଫଟୋଗୁଡ଼ିକରେ, ସେ ନିଜ ସାଙ୍ଗଙ୍କ ସହ ପୋଜ୍ ଦେଉଥିବା ନଜର ଆସିଛନ୍ତି । ଏହି ସୁନ୍ଦର ମୂହୁର୍ତ୍ତଗୁଡିକ ସେୟାର କରି ସେ ସ୍ମାଇଲ୍‌, ଷ୍ଟାର ଏବଂ ରେଡ୍‌ ହାର୍ଟ ଇମୋଜି ସହିତ କ୍ୟାପସନ୍‌ରେ 'ଧନ୍ୟବାଦ' ଲେଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସୀମା ହାଇଦର ଫିଲ୍ମରେ କରିନାହାନ୍ତି ସାଇନ୍‌, ପ୍ରେଗନେନ୍ସିକୁ ନେଇ ବଡ ଖୁଲାସା

ପ୍ରଥମ ଫଟୋରେ ଜ୍ୟାକଲିନ ଏକ କଳା ପୋଷାକରେ କେକ୍ କାଟୁଥିବା ଦେଖିବାକୁ ମିଳିଛି । ପରବର୍ତ୍ତୀ ପୋଷ୍ଟରେ ଏକ ଭିଡିଓ ଦିଆଯାଇଛି, ଯେଉଁଥିରେ ତାଙ୍କ ସାଙ୍ଗମାନେ କାରରେ ଅଭିନେତ୍ରୀଙ୍କ ପାଇଁ ଜନ୍ମଦିନ ଗୀତ ଗାଉଥିବାର ନଜର ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Jawan Song Chaleya Out: ଆସିଲା ଯବାନର ନୂଆ ରୋମାଣ୍ଟିକ ଟ୍ରାକ, ଜମିଲା ଶାହାରୁଖ ଓ ନୟନତାରାଙ୍କ ଲଭ କେମେଷ୍ଟ୍ରି

ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ୱାର୍କଫ୍ରଣ୍ଟ ବିଷୟରେ କଥାବାର୍ତ୍ତା କରି ଜ୍ୟାକଲିନଙ୍କର କୌଣସି ନିର୍ଦ୍ଦିଷ୍ଟ ପ୍ରୋଜେକ୍ଟ ନାହିଁ, କିନ୍ତୁ କିଛି ମାସ ପୂର୍ବରୁ ଜ୍ୟାକଲିନ ସୋନୁ ସୁଦ୍‌ଙ୍କ ସାଇବର କ୍ରାଇମ୍‌ ଚଳଚ୍ଚିତ୍ର 'ଫତେହ'ର ଏକ ଅଂଶ ହେବ ବୋଲି ଘୋଷଣା କରାଯାଇଛି । ଫିଲ୍ମର ଅଫିସିଆଲ୍ ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଜଣା ପଡିନାହିଁ । 'ରେସ୍-3' ଅଭିନେତ୍ରୀ, ଅକ୍ଷୟ କୁମାର ଏବଂ ଇମ୍ରାନ୍ ହାସମିଙ୍କ ସହ' ସେଲଫି'ର ଏକ ଗୀତରେ ନଜର ଆସିଥିଲେ ।

ଏହା ମଧ୍ୟ ପଢନ୍ତୁ: Jacqueline Fernandez B’day: ସାମ୍ବାଦିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ, ଏବେ 101 କୋଟିର ମାଲିକାଣି

ଗତ କିଛି ବର୍ଷ ମଧ୍ୟରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଅନେକ ହିଟ୍ ଚଳଚ୍ଚିତ୍ର ଦେଇ ଜଣେ ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ପାଲଟି ପାରିଛନ୍ତି । ଅଭିନୟ ବ୍ୟତୀତ ଅଭିନେତ୍ରୀ ନିଜର ଫିଟନେସ୍ ଏବଂ ଜୀବନଶୈଳୀକୁ ନେଇ ବି ‌ଚର୍ଚ୍ଚାରେ ରହିଥାନ୍ତି । ଜାକ୍‌ଲିନ୍‌ ନିଜର ସୁପର ଦାମୀ ବିଳାସପୂର୍ଣ୍ଣ କାର ପ୍ରତି ଥିବା ଭଲପାଇବା ପାଇଁ ମଧ୍ୟ ବେଶ୍‌ ଜଣାଶୁଣା । କେବଳ କାର୍‌ ନୁହେଁ, ଜାକ୍‌ଲିକ୍‌ ଗୋଟେ ଆଇଲ୍ୟାଣ୍ଡର ମାଲିକାଣି ମଧ୍ୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.