ETV Bharat / entertainment

Gadar 2 ସୁପର ସନ୍‌ଡେ’: 100 କୋଟି ପାର୍‌ କଲା ସନ୍ନି ଦେଓଲଙ୍କ ଫିଲ୍ମ

author img

By

Published : Aug 14, 2023, 10:27 AM IST

ସନ୍ନି ଦେଓଲଙ୍କ ଫିଲ୍ମ 'ଗଦର-୨' ପାଇଁ ପ୍ରଥମ ରବିବାର ଏକ ସୁପର ହିଟ୍ ବୋଲି ପ୍ରମାଣିତ ହୋଇଛି । ଚଳଚ୍ଚିତ୍ରଟି ଏହାର ପ୍ରଥମ ସପ୍ତାହ ଶେଷରେ 100 କୋଟି ପାର୍‌ କରିବାରେ ସଫଳ ହୋଇଛି । ଆସନ୍ତୁ ଜାଣିବା ତୃତୀୟ ଦିନରେ ବକ୍ସ ଅଫିସରେ ଫିଲ୍ମ କେତେ ରୋଜଗାର କରିଛି । ଅଧିକ ପଢନ୍ତୁ

ଗଦର 2 ସୁପର ସନ୍‌ଡେ
ଗଦର 2 ସୁପର ସନ୍‌ଡେ

ମୁମ୍ବାଇ: ସନ୍ନି ଦେଓଲ୍ ଏବଂ ଅମିଶା ପଟେଲଙ୍କ ଅଭିନୀତ ଫିଲ୍ମ ‘ଗଦର ୨’। ଏହି ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍‌ ବଢିବାରେ ଲାଗିଛି । ୨୨ ବର୍ଷ ପରେ ରିଲିଜ୍‌ ହୋଇଥିବା ଫିଲ୍ମର ସିକ୍ଵେଲ ଏହାର ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢି ଚାଲିଛି । ଲାଗୁଛି ଫିଲ୍ମଟି ବକ୍ସ ଅଫିସ୍‌ରେ ସବୁ ଫିଲ୍ମର ରେକର୍ଡ ଭାଙ୍ଗିବ । ଏମିତି କି 'ଗଦର ୨' ଦେଖିବା ପାଇଁ ଲୋକମାନେ ଟ୍ରାକ୍ଟରରେ ଆସୁଛନ୍ତି । ଏଥି ସହିତ ଫିଲ୍ମର ରୋଜଗାର ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଅଗଷ୍ଟ 11ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା 'ଗଦର 2' ଗତ ତିନି ଦିନ ମଧ୍ୟରେ 100 କୋଟି ପାର୍‌ କରିଛି । ଫିଲ୍ମର ବକ୍ସ ଅଫିସ୍ କଲେକ୍ସନରେ 25 ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି, ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ ବକ୍ସ ଅଫିସରେ ଫିଲ୍ମଟି ବହୁତ ଭଲ ପ୍ରଦର୍ଶନ କରୁଛି ।

ତାରା ସିଂ ଏବଂ ସକିନାଙ୍କ ଯୋଡି ବକ୍ସ ଅଫିସରେ ଧମାଲ ମଚାଉଛି । ଏହି ଚଳଚ୍ଚିତ୍ରଟି ଦୁଇ ଦିନରେ 83 କୋଟିରୁ ଅଧିକ ଆୟ କରିଥିବାବେଳେ ପ୍ରଥମ ରବିବାର ସନ୍ନି ଦେଓଲଙ୍କ ଫିଲ୍ମ ପାଇଁ ଏକ ସୁପର ହିଟ୍ ବୋଲି ପ୍ରମାଣିତ ହୋଇଛି । ଅର୍ଥାତ ରିଲିଜ୍ ହେବାର ତୃତୀୟ ଦିନ ଗଦର-2ରେ ବକ୍ସ ଅଫିସରେ 50 କୋଟିରୁ ଅଧିକ ରୋଜଗାର କରିଛି । ଖବର ଅନୁଯାୟୀ, ପ୍ରଥମ ରବିବାର ଫିଲ୍ମ 52ରୁ 53 କୋଟି ଟଙ୍କା ବ୍ୟବସାୟ କରିଛି । ତିନି ଦିନ ରୋଜଗାର କରିବା ପରେ, ଭାରତରେ ଗଦର -2 ର ମୋଟ ବକ୍ସ ଅଫିସ୍ କଲେକ୍ସନ 135-136 କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ଏହା ମଧ୍ୟ ପଢନ୍ତୁ: ୱେବ୍ ସିରିଜ୍ 'ରଣନୀତି: ବାଲାକୋଟ ଆଣ୍ଡ ବିୟଣ୍ଡ୍'ରେ ଲାରା ଦତ୍ତା, ସେୟାର କଲେ ଟିଜର

ପଠାନ ବନାମ ଗଦର-୨

ଗଦର-୨ ଏହାର ଉଦଘାଟନୀ ଦିନରେ 40.10 କୋଟି ରୋଜଗାର କରିଥିଲା, ଯାହା ଶାହରୁଖ ଖାନଙ୍କ ଫିଲ୍ମ ପଠାନ ପରେ ବକ୍ସ ଅଫିସରେ ସବୁଠୁ ବଡ ଓପନିଂ ଫିଲ୍ମ ପାଲଟିଥିଲା । ପଠାନ ପ୍ରଥମ ଦିନରେ 55 କୋଟି ଟଙ୍କା ବ୍ୟବସାୟ କରିଥିଲା । ଯେତେବେଳେ କି, ଦ୍ୱିତୀୟ ଏବଂ ତୃତୀୟ ଦିନରେ ଯଥାକ୍ରମେ 60 କୋଟି ଏବଂ 38 କୋଟି ଟଙ୍କା ରୋଜଗାର ହୋଇଛି । କିଙ୍ଗ ଖାନଙ୍କ ଫିଲ୍ମ ତିନି ଦିନ ମଧ୍ୟରେ 161 କୋଟି ଟଙ୍କା ବ୍ୟବସାୟ କରିଥିଲା ।

ଅନ୍ୟପକ୍ଷରେ ସନି ଦେଓଲଙ୍କ ଫିଲ୍ମ ଦ୍ୱିତୀୟ ଦିନରେ 43.08 କୋଟି ଏବଂ ତୃତୀୟ ଦିନରେ 52 କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଛି । ଏହି ଫିଲ୍ମ ତିନି ଦିନ ମଧ୍ୟରେ 135 କୋଟି ଛୁଇଁଛି । ଏବେ ଏହା ଦେଖିବାକୁ ପଡ଼ିବ କି, ସନ୍ନି ଦେଓଲଙ୍କ ଫିଲ୍ମ କିଙ୍ଗ ଖାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରି ବକ୍ସ ଅଫିସରେ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରୁଛି କି ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.