ETV Bharat / entertainment

Jawan Song Chaleya Out: ଆସିଲା ଯବାନର ନୂଆ ରୋମାଣ୍ଟିକ ଟ୍ରାକ, ଜମିଲା ଶାହାରୁଖ ଓ ନୟନତାରାଙ୍କ ଲଭ କେମେଷ୍ଟ୍ରି

author img

By

Published : Aug 14, 2023, 1:17 PM IST

ଆଜି ଶାହାରୁଖ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ଯବାନର ଆଉ ଏକ ଗୀତ ରିଲିଜ ହୋଇଛି । ଏହି ଗୀତରେ କିଙ୍ଗ ଅଫ୍ ରୋମାନ୍ସ ଏବଂ ନୟନତାରାଙ୍କ ଜବରଦସ୍ତ ରୋମାନ୍ସ ଦେଖିବାକୁ ମିଳିଛି । ନଜର ପକାନ୍ତୁ 'ଯବାନ'ର ନୂଆ ଗୀତ ଚଲେୟା ଉପରେ,

'ଯବାନ' ର ରୋମାଣ୍ଟିକ ଗୀତ 'ଚଲେୟା' ରିଲିଜ, ଦେଖିବାକୁ ମିଳିଲା ଶାହାରୁଖ ଏବଂ ନୟନତାରାଙ୍କ ଲଭକେମେଷ୍ଟ୍ରି
'ଯବାନ' ର ରୋମାଣ୍ଟିକ ଗୀତ 'ଚଲେୟା' ରିଲିଜ, ଦେଖିବାକୁ ମିଳିଲା ଶାହାରୁଖ ଏବଂ ନୟନତାରାଙ୍କ ଲଭକେମେଷ୍ଟ୍ରି

ମୁମ୍ବାଇ: 'କିଙ୍ଗ ଅଫ୍ ରୋମାନ୍ସ' ଶାହାରୁଖ ଖାନ ପୁଣିଥରେ ତାଙ୍କ ସିଗ୍ନଚର ଷ୍ଟାଇଲରେ ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି । ନିର୍ମାତାମାନେ 'ଯବାନ'ର ଏକ ନୂଆ ରୋମାଣ୍ଟିକ ଗୀତ ଆଜି ରିଲିଜ କରିଛନ୍ତି । ଏହି ଗୀତରେ କିଙ୍ଗ ଖାନ ସାଉଥ ଲୋକପ୍ରିୟ ଅଭିନେତ୍ରୀ ନୟନତାରାଙ୍କ ସହ ରୋମାନ୍ସ କରୁଥିବା ନଜର ଆସିଛନ୍ତି । ଏହି ଗୀତଟି ତିନୋଟି ଭିନ୍ନ ଭାଷାରେ ମୁକ୍ତିଲାଭ କରିଛି । ନିର୍ମାତାମାନେ ସୋସିଆଲ ମିଡିଆରେ ଏହି ଗୀତ 'ଚଲେୟା' ରିଲିଜ କରିବାର ଅଧ ଘଣ୍ଟା ମଧ୍ୟରେ 5 ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଲାଣି ।

  • " class="align-text-top noRightClick twitterSection" data="">

ଟି-ସିରିଜର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ନୟନତାରା ଏବଂ ଶାହାରୁଖ ଖାନଙ୍କ ନୂଆ ରୋମାଣ୍ଟିକ୍ ଗୀତ 'ଚଲେୟା' ଲଞ୍ଚ କରିଛନ୍ତି । ଏହି ଗୀତରେ କିଙ୍ଗ ଖାନ ଏବଂ ନୟନତାରାଙ୍କର ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଅଧ ଘଣ୍ଟା ପୂର୍ବରୁ ୟୁଟ୍ୟୁବରେ ମୁକ୍ତିଲାଭ କରିଥିବା ନୟନତାରା ଏବଂ ଶାହାରୁଖ ଖାନ ଯୋଡିଙ୍କ ଏହି ଗୀତକୁ ପ୍ରଶଂସକମାନେ ବେଶ ପସନ୍ଦ କରିଛନ୍ତି । ଶାହାରୁଖ ଖାନ ମଧ୍ୟ ଏହି ଗୀତକୁ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ରୋମାଣ୍ଟିକ କ୍ୟାପସନ ସହ ସେୟାର କରିଛନ୍ତି । କିଙ୍ଗ ଖାନ କ୍ୟାପସନରେ ଲେଖିଛନ୍ତି, 'ଇସ୍କ ହୋ ବେହିସାବ ସା, ବେପରୱା, ବେହାଦ ସା । ଏହିପରି ଯବାନଙ୍କ ପ୍ରେମ।

ଏହି ଗୀତ ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କିଙ୍ଗଖାନଙ୍କ ସିଗ୍ନଚର ଷ୍ଟାଇଲ ସହ ପୁଣି ଥରେ ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିଥିବା ବେଳେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ଲାଲ ହାର୍ଟ ଇମୋଜି ଏବଂ ଫାୟାର ଇମୋଜି ଦେଇଛନ୍ତି । ଏହି ସମୟରେ ଜଣେ ପ୍ରଶଂସକ ଲେଖିଛନ୍ତି, 'କିଙ୍ଗ ଅଫ୍ ରୋମାନ୍ସ ନିଆଁ ଲଗାଇଦେଇଛି ।' ଆଉ ଜଣେ ଏହାକୁ 'ବ୍ଲକବଷ୍ଟର' ବୋଲି କହିଛନ୍ତି। ତେବେ ଗାୟକ ଅରିଜିତ୍ ସିଂ ଏବଂ ଶିଳ୍ପା ରାଓ ଚଲେୟା ଗୀତରେ ସ୍ୱର ଦେଇଛନ୍ତି । ଏହି ଗୀତଟି ଅନ୍ୟ ଦୁଇଟି ଭାଷାରେ ତାମିଲ ଏବଂ ତେଲୁଗୁ ଭାଷାରେ 'ହେୟୋଡା' ଏବଂ 'ଚଲୋନା' ଭାବରେ ମୁକ୍ତିଲାଭ କରିଛି।

ଏହା ମଧ୍ୟ ପଢନ୍ତୁ: ଟ୍ବିଟରରେ ଯବାନର ଭିଡିଓ କ୍ଲିପ୍ ଲିକ୍, ମାମଲା ରୁଜୁ କଲେ ଶାହାରୁଖ

ସୂଚନା ଥାଉ କି, ନିର୍ମାତାମାନେ ରବିବାର ଦିନ ଏହି ତିନୋଟି ଭାଷାରେ ଗୀତର ଟିଜର ରିଲିଜ କରି ଗୀତ ରିଲିଜ ବିଷୟରେ ସୂଚନା ଦେଇଥିଲେ । ପ୍ରତିଶୃତି ଅନୁଯାୟୀ ନିର୍ମାତା ଆଜି ଗୀତ ରିଲିଜ କରିଛନ୍ତି । ତେବେ ପୂର୍ବରୁ ମଧ୍ୟ ଫିଲ୍ମର ପ୍ରଥମ ଗୀତ ଜିନ୍ଦା ବନ୍ଦା ରିଲିଜ ହୋଇଥିଲା । ଯାହାକୁ ଫ୍ୟାନ୍ସ ବେଶ ପସନ୍ଦ କରିଥିଲେ । ତେବେ କିଙ୍ଗ ଖାନଙ୍କ ଏହି ଚଳଚ୍ଚିତ୍ର ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ 7 ସେପ୍ଟେମ୍ବର 2023 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ଫିଲ୍ମକୁ ନିର୍ଦ୍ଦେଶକ ଅଟଲି ନିର୍ଦ୍ଦେଶନା ଦେଇଥିବା ବେଳେ ନୟନତାରା ଏବଂ ବିଜୟ ସେଥୁପତି ଏବଂ ଦୀପିକା ପାଦୁକୋନ ନଜର ଆସିବେ । ତେବେ ଅଟଲି, ନୟନତାରା ଏବଂ ବିଜୟ ସେଥୁପତିଙ୍କ ସହ ପ୍ରଥମ ଥର ପାଇଁ କାମ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.