ETV Bharat / entertainment

Jacqueline Fernandez B’day: ସାମ୍ବାଦିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ, ଏବେ 101 କୋଟିର ମାଲିକାଣି

author img

By

Published : Aug 11, 2023, 11:10 AM IST

Updated : Aug 11, 2023, 11:49 AM IST

ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍‌
ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍‌

ଆଜି ସିଂହଳ ସୁନ୍ଦରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍‌ଙ୍କ ଜନ୍ମଦିନ । ଜ୍ୟାକଲିନ୍ ଅଗଷ୍ଟ 11ରେ ବାହରିନରେ ଜନ୍ମଗ୍ରହଣ କରିଥିଲେ, କିନ୍ତୁ ସେ ଶ୍ରୀଲଙ୍କାରେ ବଢିଥିଲେ, ଯେଉଁଠି ସେ ମଡେଲ ବନିଲେ ଆଉ ପହଞ୍ଚିଗଲେ ବଲିଉଡରେ । ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ଜୀବନ ସହିତ ଜଡିତ କଥା, ଯାହା ଆପଣ ବୋଧହୁଏ ଜାଣି ନଥିବେ ।

ହାଇଦ୍ରାବାଦ: ବଲିଉଡର ଅନ୍ୟତମ ସୁନ୍ଦରୀ ତଥା ଗ୍ଲାମରସ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ । ଯାହାଙ୍କର ଦମଦାର ଅଭିନୟ ଏବଂ ଗ୍ଲାମରସ୍ ଲୁକ୍ ଦର୍ଶକଙ୍କ ମନ କିଣିନିଏ । ଗତ କିଛି ବର୍ଷ ମଧ୍ୟରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଅନେକ ହିଟ୍ ଚଳଚ୍ଚିତ୍ର ଦେଇ ଜଣେ ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ପାଲଟି ପାରିଛନ୍ତି । ଅଭିନୟ ବ୍ୟତୀତ ଅଭିନେତ୍ରୀ ନିଜର ଫିଟନେସ୍ ଏବଂ ଜୀବନଶୈଳୀକୁ ନେଇ ବି ‌ଚର୍ଚ୍ଚାରେ ରହିଥାନ୍ତି । ଜାକ୍‌ଲିନ୍‌ ନିଜର ସୁପର ଦାମୀ ବିଳାସପୂର୍ଣ୍ଣ କାର ପ୍ରତି ଥିବା ଭଲପାଇବା ପାଇଁ ମଧ୍ୟ ବେଶ୍‌ ଜଣାଶୁଣା । କେବଳ କାର୍‌ ନୁହେଁ, ଜାକ୍‌ଲିକ୍‌ ଗୋଟେ ଆଇଲ୍ୟାଣ୍ଡ ମାଲିକାଣି ମଧ୍ୟ । ବଲିଉଡର ଏହି ସିଂହଳ ସୁନ୍ଦରୀଙ୍କର ଆଜିି (11 ଅଗଷ୍ଟ) ଜନ୍ମଦିନ । ଜ୍ୟାକ୍‌ ଫ୍ୟାନ୍ସଙ୍କ ସହ ଆଜି ତାଙ୍କର 38ତମ ଜନ୍ମଦିନ ପାଳନ କରୁଛନ୍ତି ।

ଶ୍ରୀଲଙ୍କାରେ ଟିଭି ସାମ୍ବାଦିକ ଭାବରେ କାର୍ଯ୍ୟ କରିଥିଲେ

ଜ୍ୟାକଲିନ ଶ୍ରୀଲଙ୍କାର କଲମ୍ବୋରେ 11 ଅଗଷ୍ଟ 1985ରେ ଜନ୍ମଗ୍ରହଣ କରିଥିଲେ ଏବଂ ଅଭିନେତ୍ରୀ ବାହରିନରେ ତାଙ୍କର ପ୍ରାରମ୍ଭିକ ଅଧ୍ୟୟନ ପୂରା କରିଥିଲେ । ଏହା ପରେ ସେ ଅଷ୍ଟ୍ରେଲିଆର ସିଡନୀ ବିଶ୍ୱବିଦ୍ୟାଳୟରୁ ମାସ୍‌ କମ୍ୟୁନିକେସନ୍‌ ପାଠ୍ୟକ୍ରମ ଶେଷ କରିଥିଲେ । ସ୍ନାତକୋତ୍ତର ପରେ ଜ୍ୟାକଲିନ୍ ଶ୍ରୀଲଙ୍କାରେ କିଛି ଦିନ ପାଇଁ ଟିଭି ସାମ୍ବାଦିକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ମିସ୍ ଶ୍ରୀଲଙ୍କା (ୟୁନିଭର୍ସ) ଜ୍ୟାକଲିନ୍

ଜ୍ୟାକଲିନ୍ ରିପୋର୍ଟିଂ କରିବା ସମୟରେ ଶ୍ରୀଲଙ୍କାର ମଡେଲିଂ ଇଣ୍ଡଷ୍ଟ୍ରିରେ ଯୋଗ ଦେଇଥିଲେ ଏବଂ ସେହି ସମୟରେ ରାମ୍ପ ଓ୍ବାକ୍‌ ବି କରୁଥିଲେ । ଏହି ସମୟରେ ଅଭିନେତ୍ରୀ ଅନେକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇଥିଲେ । ଜ୍ୟାକଲିନ୍ 2006ରେ 'ମିସ୍ ଶ୍ରୀଲଙ୍କା ୟୁନିଭର୍ସ' ଆଖ୍ୟା ଅର୍ଜନ କରିଥିଲେ ଏବଂ 'ମିସ୍ ୟୁନିଭର୍ସ' ପ୍ରତିଯୋଗିତାରେ ଶ୍ରୀଲଙ୍କାର ପ୍ରତିନିଧିତ୍ୱ କରିଥିଲେ ।

ଆଲାଦ୍ଦିନ୍‌ ସହ ବଲିଉଡରେ ଡେବ୍ୟୁ

ମଡେଲ ଭାବରେ ସଫଳ ହେବା ପରେ ଜ୍ୟାକଲିନଙ୍କୁ ବିଦେଶୀ ପ୍ରୋଜେକ୍ଟ ପାଇଁ ଅଫର ମିଳିବା ଆରମ୍ଭ ହେଲା, କିନ୍ତୁ ମଝିରେ ସେ ଏକ ମଡେଲିଂ ପ୍ରୋଜେକ୍ଟ ପାଇଁ 2009 ମସିହାରେ ଭାରତ ଆସିଥିଲେ । ଯେଉଁଠାରୁ ବଲିଉଡରେ ତାଙ୍କର କ୍ୟାରିଅର୍ ଆରମ୍ଭ ହୋଇଥିଲା ।

ଆଲାଉଦ୍ଦିନ ପାଇଁ ସୁଜୟ ଘୋଷ ଜ୍ୟାକଲିନଙ୍କୁ ଚୟନ କରିଥିଲେ । 2009 ମସିହାରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରରେ ରିତେଶ ଦେଶମୁଖ ଏବଂ ଅମିତାଭ ବଚ୍ଚନ ମଧ୍ୟ ତାଙ୍କ ସହିତ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ତେବେ ପ୍ରକୃତ ଅର୍ଥରେ ସେ ଫିଲ୍ମ ମର୍ଡର ୨ରୁ ବଲିଉଡରେ ସ୍ୱୀକୃତି ଲାଭ କରିଥିଲେ ।

ଏହା ପରେ ସେ ହାଉସଫୁଲ୍ 2, ରେସ୍ 2, କିକ୍, ହାଉସଫୁଲ୍ 3, ରେସ୍ 3 ଭଳି ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ । ଗତ ବର୍ଷ ଜ୍ୟାକଲିନ ଅକ୍ଷୟ କୁମାରଙ୍କ ଫିଲ୍ମ ରାମସେତୁରେ ମଧ୍ୟ ନଜର ଆସିଥିଲେ । ଜ୍ୟାକଲିନ୍ କନ୍ନଡ ଚଳଚ୍ଚିତ୍ର ବିକ୍ରାନ୍ତ ରୋନାରେ ମଧ୍ୟ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରରେ ତାଙ୍କର ବିପରୀତ ଅଭିନେତା କିଚ୍ଚା ସୁଦୀପ ନଜର ଆସିଥିଲେ । ଏହା ସହିତ ଜ୍ୟାକଲିନ ଅନେକ ଟିଭି ଶୋ’ର ବିଚାରପତି ମଧ୍ୟ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପୁଅର ନାମ ଖୁଲାସା କଲେ ଇଶିତା ଦତ୍ତା ଓ ଭାଟସାଲ ସେଠ୍‌, ସୋନମ କପୁରଙ୍କ ସହ ରହିଛି କନେକ୍ସନ

କ୍ୟାରିୟରର ସବୁଠାରୁ ସଫଳ ଚଳଚ୍ଚିତ୍ର କିକ୍‌

25 ଜୁଲାଇ 2014 ରେ ଆସିଥିବା ସଲମାନ ଖାନଙ୍କ ଫିଲ୍ମ କିକ୍ ବହୁତ ସଫଳ ହୋଇଥିଲା । ଏହି ଚଳଚ୍ଚିତ୍ର ଜ୍ୟାକଲିନଙ୍କ କ୍ୟାରିଅରକୁ ଆହୁରି ଆଗକୁ ନେଇଥିଲା ଏବଂ ତାଙ୍କୁ ସଫଳ ଅଭିନେତ୍ରୀମାନଙ୍କ ଟିମ୍‌ରେ ସ୍ଥାନିତ କରାଯାଇଥିଲା ​​।

ଜ୍ୟାକଲିନଙ୍କର ମୋଟ ସମ୍ପତ୍ତି

ଜ୍ୟାକଲିନ୍ ବର୍ତ୍ତମାନ ପର୍ଯ୍ୟନ୍ତ 35ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି ଏବଂ ଏହି 11ଟି ଚଳଚ୍ଚିତ୍ର ବକ୍ସ ଅଫିସରେ କିଛି ଖାସ୍‌ ପ୍ରଦର୍ଶନ କରିପାରି ନାହିଁ । ଖବର ଅନୁଯାୟୀ, ତାଙ୍କର ନେଟ୍ ମୂଲ୍ୟ ପ୍ରାୟ 101 କୋଟି ଟଙ୍କା । ଜ୍ୟାକଲିନ୍ ଏକ ଚଳଚ୍ଚିତ୍ର ପାଇଁ ପ୍ରାୟ 4 ରୁ 6 କୋଟି ଚାର୍ଜ କରନ୍ତି ।

ଏହା ମଧ୍ୟ ପଢନ୍ତୁ: ନୋରା ଫତେହିଙ୍କ ମାନହାନି ମାମଲା, ହାଇକୋର୍ଟ ଯିବେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ !

ଏହା ବ୍ୟତୀତ ଜ୍ୟାକଲିନଙ୍କର ମୁମ୍ବାଇରେ ମଧ୍ୟ ନିଜର ଏକ ଘର ଅଛି । ବିଳାସପୂର୍ଣ୍ଣ କାର ଗୁଡିକର ମଧ୍ୟ ଭଲ କଲେକ୍ସନ ମଧ୍ୟ ଅଛି । ଶ୍ରୀଲଙ୍କାର ଦକ୍ଷିଣ ତଟ ନିକଟରେ ଜ୍ୟାକଲିନଙ୍କର ମଧ୍ୟ ଏକ ଆଇଲ୍ୟାଣ୍ଡ ଅଛି । ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କର ଦୁଇଟି ରେସ୍ତୋରାଁ ଅଛି । ଗୋଟିଏ ବାନ୍ଦ୍ରା, ମୁମ୍ବାଇ ଏବଂ ଅନ୍ୟଟି ଶ୍ରୀଲଙ୍କାରେ । ସେ ଫିଲ୍ମ ଛଡା ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଏବଂ ଇଭେଣ୍ଟରୁ ମଧ୍ୟ ଟଙ୍କା ରୋଜଗାର କରନ୍ତି ।

ସୂଚନାଯୋଗ୍ୟ ଯେ, ୨୦୦ କୋଟି ମନିଲଣ୍ଡ୍ରିଂ ମାମଲାରେ ଇଡି ମହାଠକ ସୁକେଶ ଚନ୍ଦ୍ରଶେଖର, ତାଙ୍କ ପତ୍ନୀ ଅଭିନେତ୍ରୀ ଲିନା ମାରିଆ ଓ ଅନ୍ୟ ୬ ଜଣଙ୍କ ବିରୋଧରେ ୭୦୦୦ ପୃଷ୍ଠାର ଚାର୍ଜସିଟ ଦାଏର ହୋଇଥିଲା । ଚାର୍ଜସିଟରେ ଯାଞ୍ଚ ଏଜେନ୍ସି କହିଥିଲା ଯେ ସୁକେଶ ଚନ୍ଦ୍ରଶେଖର ଜ୍ୟାକଲିନଙ୍କୁ ୧୦ କୋଟି ଟଙ୍କାର ଉପହାର ଦେଇଛନ୍ତି ଯେଉଁଥିରେ ୫୨ ଲକ୍ଷର ଘୋଡା ଅଛି ।

Last Updated :Aug 11, 2023, 11:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.