ETV Bharat / entertainment

ନୋରା ଫତେହିଙ୍କ ମାନହାନି ମାମଲା, ହାଇକୋର୍ଟ ଯିବେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ !

author img

By

Published : Aug 3, 2023, 4:27 PM IST

ନୋରା ଫତେହିଙ୍କ ମାନହାନି ମାମଲା, ହାଇକୋର୍ଟ ଯିବେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ
ନୋରା ଫତେହିଙ୍କ ମାନହାନି ମାମଲା, ହାଇକୋର୍ଟ ଯିବେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ

ସୁକେଶ ଚନ୍ଦ୍ରଶେଖର ମାମଲାରୁ କ୍ଲିନ ଚିଟ୍ ପାଇବା ପରେ ନୋରା ଫତେହି ଜ୍ୟାକଲିନଙ୍କୁ ଟାର୍ଗେଟ କରିଥିଲେ । ଜ୍ୟାକଲିନଙ୍କ ନାଁରେ ମାନହାନି ମାମଲା ରୁଜୁ କରିଥିଲେ । ଯାହାକୁ ନେଇ ବର୍ତ୍ତମାନ ଜ୍ୟାକଲିନଙ୍କ ଓକିଲଙ୍କ ବିବୃତ୍ତି ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ସୁକେଶ ଚନ୍ଦ୍ରଶେଖର ମନି ଲଣ୍ଡରିଂ ମାମଲାରେ କ୍ଲିନ୍‌ ଚିଟ୍ ପାଇବା ପରେ ନୋରା ଫତେହି ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ଜ୍ୟାକଲିନ୍‌ଙ୍କ ବିବୃତ୍ତି ଯୋଗୁଁ ତାଙ୍କୁ ଦୀର୍ଘଦିନ ଧରି ଅଯଥା ହଇରାଣ ହେବା ସହ ତଦନ୍ତର ସମ୍ମୁଖୀନ ହେବାକୁ ପଡ଼ୁଛି । ଏହି ମାମଲାରେ ଜଡ଼ିତ ଲୋକଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ତେବେ ଏହାକୁ ନେଇ ନୋରା ନିକଟରେ ଜ୍ୟାକଲିନଙ୍କ ବିରୋଧରେ ମାନହାନି ମକଦ୍ଦମା ଦାଖଲ କରିଥିଲେ। ଏହାକୁ ନେଇ ବର୍ତ୍ତମାନ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଓକିଲ ବିବୃତ୍ତି ଦେଇଛନ୍ତି ।

ଜ୍ୟାକଲିନଙ୍କ ଓକିଲ କହିଛନ୍ତି ଯେ ମାନହାନି ମାମଲାରେ ଏପର୍ଯ୍ୟନ୍ତ କୋର୍ଟଙ୍କ ତରଫରୁ କୌଣସି ନୋଟିସ ପାଇ ନାହାନ୍ତି । ତେଣୁ ଏପରି କୌଣସି ଘଟଣାକ୍ରମକୁ ନିଶ୍ଚିତ କରିପାରିବୁ ନାହିଁ ବୋଲି କହିଛନ୍ତି । ଜ୍ୟାକଲିନଙ୍କ ଓକିଲ କହିଛନ୍ତି, "ସମସ୍ତଙ୍କୁ ଜଣା ଯେ ଜ୍ୟାକଲିନ ଇଲେକ୍ଟ୍ରୋନିକ୍, ପ୍ରିଣ୍ଟ କିମ୍ବା ସୋସିଆଲ ମିଡିଆରେ ଏହି ବିଷୟରେ କାହାରି ବିରୁଦ୍ଧରେ କୌଣସି ଅଭିଯୋଗ କରିନାହାଁନ୍ତି । ଜ୍ୟାକଲିନ୍ ସର୍ବଦା ଏହି ପ୍ରସଙ୍ଗରେ ଏକ ସମ୍ମାନଜନକ ତଥା ଶାଳୀନତା ବଜାୟ ରଖିଛନ୍ତି କାରଣ ଏହି ମାମଲା କୋର୍ଟରେ ବିଚାରାଧୀନ ରହିଛି ।"

ସେ ଆହୁରି କହିଛନ୍ତି, "ଏହାର ଅର୍ଥ ନୁହେଁ ଯେ ତାଙ୍କୁ ବିନା କୌଣସି ଦୋଷରେ ମାମଲାକୁ ଟଣାଯିବ । ଯେତେବେଳେ କୋର୍ଟରେ କୌଣସି ମାମଲା ବିଚାରଧୀନ ଥାଏ ସେତେବେଳେ ସର୍ବସାଧାରଣରେ ଏହିପରି ବିବୃତ୍ତି ଦିଆଯାଇନଥାଏ । ଏହା କୋର୍ଟର ଅବମାନନା ଅଟେ । ନ୍ୟାୟିକ ପ୍ରକ୍ରିୟାରେ କିଛି ପବିତ୍ରତା ଅଛି ଯାହାକୁ ସମ୍ମାନ ଦିଆଯିବା ଆବଶ୍ୟକ, କିନ୍ତୁ ଯଦି ଜ୍ୟାକଲିନଙ୍କୁ ଅନୁଚିତ ମକୋଦ୍ଦମା ପାଇଁ ବାଧ୍ୟ କରନ୍ତି କିମ୍ବା ତାଙ୍କ ଇଚ୍ଛା ବିରୁଦ୍ଧରେ ଏକ ମିଥ୍ୟା ମାମଲାକୁ ଟଣାଯାଏ, ତେବେ ସେ କୋର୍ଟଙ୍କ ଦ୍ୱାରସ୍ତ ହେବେ । ଯଦି କୋର୍ଟ ରେକର୍ଡଗୁଡିକ ଲିକ୍ ହୁଏ ଏବଂ ଆଇନଗତ ପ୍ରକ୍ରିୟା ଆରମ୍ଭ କରିବାକୁ ବ୍ୟବହୃତ ହୁଏ ଯେଉଁଥିରେ କିଛି ଲୋକ ସେହି ମାମଲାର ପକ୍ଷ ନୁହଁନ୍ତି, ତେବେ କୋର୍ଟର ଅବମାନନା ପାଇଁ ପୃଥକ ଆଇନଗତ କାର୍ଯ୍ୟାନୁଷ୍ଠାନ ବିବେଚନା କରାଯାଇପାରେ । ମୋର ମହକିଲଙ୍କ ପାଖରେ ମଧ୍ୟ କେଶ୍‌ କରିବାର ଅଧିକାର ଅଛି ।"

ଏହା ମଧ୍ୟ ପଢନ୍ତୁ: ଜ୍ୟାକଲିନଙ୍କ ଉପରେ ବର୍ଷିଲେ ନୋରା, କହିଲେ ସେମାନେ ମୋତେ ଗୋଲ୍ଡ ଡିଗର କହୁଛନ୍ତି

ସୂଚନା ଥାଉ କି, ନୋରା ଜ୍ୟାକଲିନଙ୍କ ବିରୋଧରେ ଏକ ବିବୃତ୍ତି ଦେଇ କହିଥିଲେ, "ସେ ମୋତେ ଜଣେ ଗୋଲ୍ଡ ଟିଗର ବୋଲି କହିଛନ୍ତି । ଜଣେ ଠକ (ସୁକେଶ ଚନ୍ଦ୍ରଶେଖର)ଙ୍କ ସହ ମୋର ସମ୍ପର୍କ ଥିବା ଅଭିଯୋଗ କରିଛନ୍ତି । ତାଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଚାଲିଥିବା ଅପରାଧିକ ମାମଲାରେ ମୋର ନାମ ସାମିଲ କରିଛନ୍ତି । ମୋର ନାମରେ ମିଥ୍ୟା କାହାଣୀ ରଚନା କରି ଜାକଲିନ ଓ କେତେକ ମିଡ଼ିଆ ସଂସ୍ଥା ତାଙ୍କର ମାନହାନି କରିଛନ୍ତି । ସର୍ବସାଧାରଣରେ ତାଙ୍କର ଭାବମୂର୍ତ୍ତି ନଷ୍ଟ କରିଛନ୍ତି । ଏହାଦ୍ବାରା ମୋର ମାନସିକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଛି ଏବଂ ତାଙ୍କୁ କାମ ମିଳିବାର ସମ୍ଭାବନା ମଧ୍ୟ ହ୍ରାସ ପାଇଛି ବୋଲି ନୋରା ଅଭିଯୋଗ କରିଛନ୍ତି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.