ETV Bharat / entertainment

ଜ୍ୟାକଲିନଙ୍କ ଉପରେ ବର୍ଷିଲେ ନୋରା, କହିଲେ ସେମାନେ ମୋତେ ଗୋଲ୍ଡ ଡିଗର କହୁଛନ୍ତି

author img

By

Published : Aug 1, 2023, 8:28 AM IST

ଜ୍ୟାକଲିନ ନୋରା
ଜ୍ୟାକଲିନ ନୋରା

ଅଭିନେତ୍ରୀ ନୋରା ଫତେହି ସୋମବାର ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ ଦାଖଲ କରିଥିବା ମାନହାନି ମାମଲାରେ ତାଙ୍କ ବୟାନ ରେକର୍ଡ କରିଛନ୍ତି । ସେ କହିଛନ୍ତି ଯେ ଜ୍ୟାକଲିନଙ୍କ ବିବୃତ୍ତି ଯୋଗୁଁ ତାଙ୍କୁ ଦୀର୍ଘଦିନ ଧରି ଅଯଥା ହଇରାଣ ହେବା ସହ ତଦନ୍ତର ସମ୍ମୁଖୀନ ହେବାକୁ ପଡ଼ୁଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ନୋରା ଫତେହି ସୋମବାର ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ ଦାଖଲ କରିଥିବା ମାନହାନି ମାମଲାରେ ତାଙ୍କ ବିବୃତ୍ତି ରେକର୍ଡ କରିଛନ୍ତି । ତାଙ୍କ ବିବୃତ୍ତିରେ ନୋରା ଫତେହି ଦାବି କରିଛନ୍ତି ଯେ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲାରେ ତାଙ୍କୁ 'ବଲି କା ବକରା' କରାଯାଇଛି ଏବଂ ଏହି ମାମଲାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ନୋରା ଫତେହି ଆହୁରି କହିଲେ, ସେମାନେ ତାଙ୍କୁ ଗୋଲ୍‌ଡ ଡିଗର(ଧନଲୋଭରେ କୌଣସି ଧନୀ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖୁଥିବା ମହିଳା) କହିବା ସହ ତାଙ୍କର ଜଣେ ଠକ କଳାକାରଙ୍କ ସହ ସମ୍ପର୍କ ଥିବା କହିଛନ୍ତି । ତାଙ୍କ ନାମରେ ମିଥ୍ୟା କାହାଣୀ ରଚନା କରି ଜାକଲିନ ଓ କେତେକ ମିଡ଼ିଆ ସଂସ୍ଥା ତାଙ୍କର ମାନହାନି କରିଛନ୍ତି ଏବଂ ସର୍ବସାଧାରଣରେ ତାଙ୍କର ଭାବମୂର୍ତ୍ତି ନଷ୍ଟ କରିଛନ୍ତି । ଏହାଦ୍ବାରା ତାଙ୍କର ମାନସିକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଛି ଏବଂ ତାଙ୍କୁ କାମ ମିଳିବାର ସମ୍ଭାବନା ମଧ୍ୟ ହ୍ରାସ ପାଇଛି ବୋଲି ନୋରା ଅଭିଯୋଗ କରିଛନ୍ତି ।

ଏହି ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏନଫୋର୍ସମେଣ୍ଟ୍‌ ନିର୍ଦ୍ଦେଶାଳୟ(ଇଡି) ଦ୍ୱାରା ଚନ୍ଦ୍ରଶେଖରଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା 200 କୋଟି ଟଙ୍କା ଲଣ୍ଡରିଂ ମାମଲାରେ ଜଣେ ଅଭିଯୁକ୍ତ । ଚନ୍ଦ୍ରଶେଖରଙ୍କ ବିରୋଧରେ ଚାଲିଥିବା ଏହି ମାମଲାରେ ନୋରା ଫତେହି ଏବଂ ଚାହତ ଖନ୍ନା ସାକ୍ଷୀ ଅଟନ୍ତି ଏବଂ ଦିଲ୍ଲୀ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଫତେହି ତାଙ୍କ ବିବୃତ୍ତି ମାଜିଷ୍ଟ୍ରେଟଙ୍କ ଆଗରେ କ୍ରାଇମବ୍ରାଞ୍ଚ (CrPC) ର ଧାରା 164 ଅନୁଯାୟୀ ରେକର୍ଡ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Zinda Banda Song Out: ଯବାନର ପ୍ରଥମ ଗୀତ ଜିନ୍ଦା ବନ୍ଦା ରିଲିଜ୍‌, ପୁଣି ଧମାଲ ମଚାଇଲେ କିଙ୍ଗ୍‌ ଖାନ

ନୋରା ଫତେହି ଦାବି କରିଛନ୍ତି ଯେ, ଏହି ମାମଲାରେ ତାଙ୍କ ନାମ ପ୍ରକାଶ ପାଇବା ପରେ ସୁଯୋଗ ଏବଂ ପ୍ରତିଷ୍ଠା ହରାଇଛନ୍ତି । ତାଙ୍କର ମାନସିକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଛି । ଫତେହି କହିଛନ୍ତି, "ମୁଁ ଏହି ମାମଲା ଦାଖଲ କରୁଛି କାରଣ ଠକ ସୁକେଶଙ୍କ ସହ ଜଡିତ ଏକ ଇଡି ମାମଲା ରହିଛି, ଯାହା ସହିତ ମୋର କୌଣସି ସମ୍ପର୍କ ନାହିଁ କିମ୍ବା ମୁଁ ଏହି ଲୋକଙ୍କୁ ଜାଣେ ନାହିଁ ।" ନୋରା ଆହୁରି କହିଛନ୍ତି, "ମୋତେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡକାଯାଇଥିଲା । କିଛି ଲୋକଙ୍କ ଭାବମୂର୍ତ୍ତିକୁ ବଞ୍ଚାଇବା ପାଇଁ ମୋତେ ଗଣମାଧ୍ୟମ ଆଗରେ ବଲି କା ବକରା ବନାଇଦିଆଯାଇଛି । କାରଣ ମୁଁ ଜଣେ ବିଦେଶୀ ଏବଂ ଏହି ଦେଶରେ ଏକୁଟିଆ ।"

ଅଭିନେତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ୮ ବର୍ଷ ଧରି କଠିନ ପରିଶ୍ରମ କରି ସେ ଯେଉଁ କ୍ୟାରିଅର ଗଢ଼ିଥିଲେ ଓ ନାଁ କମାଇଥିଲେ ତାହା ନଷ୍ଟ ହୋଇଯାଇଛି । ଉଲ୍ଲେଖନୀୟ ଯେ, ଗତ ବର୍ଷ ଡିସେମ୍ବର 12ରେ, ନୋରା ଫତେହି, ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କ ବିରୋଧରେ ମାନହାନି ମକଦ୍ଦମା ଦାଖଲ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.