ETV Bharat / entertainment

Zinda Banda Song Out: ଯବାନର ପ୍ରଥମ ଗୀତ ଜିନ୍ଦା ବନ୍ଦା ରିଲିଜ୍‌, ପୁଣି ଧମାଲ ମଚାଇଲେ କିଙ୍ଗ୍‌ ଖାନ

author img

By

Published : Jul 31, 2023, 2:46 PM IST

ଚଳଚ୍ଚିତ୍ର ଯବାନର ପ୍ରଥମ ଗୀତ 'ଜିନ୍ଦା ବନ୍ଦା' (Shah Rukh Khan Starrer Jawan First Song Zinda Banda Release) 31 ଜୁଲାଇରେ ମୁକ୍ତିଲାଭ କରିଛି । ଏହି ଗୀତକୁ ଦକ୍ଷିଣର ଲୋକପ୍ରିୟ ତଥା ହିଟ୍ ମ୍ୟୁଜିକ୍ ରଚନା ଅନିରୁଦ୍ଧ ରବିନ୍ଦ୍ରନ ରଚନା କରିଛନ୍ତି । ଅଧିକ ପଢନ୍ତୁ

ଜବାନର ପ୍ରଥମ ଗୀତ ଜିନ୍ଦା ବନ୍ଦା
ଜବାନର ପ୍ରଥମ ଗୀତ ଜିନ୍ଦା ବନ୍ଦା

ହାଇଦ୍ରାବାଦ: ବଲିଉଡର କିଙ୍ଗ ଖାନ ଶାହରୁଖ ତାଙ୍କର ଆଗାମୀ ଆକ୍ସନ୍-ଥ୍ରୀଲର ଫିଲ୍ମ 'ଯବାନ୍' ସହିତ ଏବେ ଚର୍ଚ୍ଚାରେ ରହିଛନ୍ତି । ପଠାନର କ୍ରେଜ୍‌ ପରେ ବର୍ତ୍ତମାନ ଶାହାରୁଖ ଏହି ଚଳଚ୍ଚିତ୍ରରୁ ମଧ୍ୟ ସମାନ ସଫଳତା ଆଶା ରଖିଛନ୍ତି । ଯବାନରୁ ଆସିଥିବା ଶାହରୁଖ ଖାନଙ୍କ ପ୍ରଥମ ଲୁକରୁ ନେଇ ଟ୍ରେଲର ପର୍ଯ୍ୟନ୍ତ ଦେଖିଲେ ଜଣାପଡୁଛି ଯେ ଏହି ମଧ୍ୟ ଫିଲ୍ମ ବକ୍ସ ଅଫିସରେ ଧମାଲ ମଚାଇବାକୁ ଯାଉଛି । ଫିଲ୍ମ ରିଲିଜ୍ ପାଇଁ ଏକ ମାସରୁ ଅଧିକ ସମୟ ବାକି ଅଛି । ଏଭଳି କ୍ରମରେ ପ୍ରଶଂସକମାନେ ଚାତକ ପରି ଫିଲ୍ମକୁ ଅପେକ୍ଷା କରି ବସିଛନ୍ତି । ଫିଲ୍ମର ମୂଳ ଟ୍ରେଲର ଏପର୍ଯ୍ୟନ୍ତ ଆସି ନାହିଁ, କିନ୍ତୁ ଏହାପୂର୍ବରୁ ଶାହରୁଖ ଖାନ ତାଙ୍କ ପ୍ରଶଂସକଙ୍କୁ ଯବାନରୁ ଆଉ ଏକ ନୂଆ ଭେଟି ଦେଇଛନ୍ତି । ଚଳଚ୍ଚିତ୍ର ଯବାନର ପ୍ରଥମ ଗୀତ 'ଜିନ୍ଦା ବନ୍ଦା' (Shah Rukh Khan Starrer Jawan First Song Zinda Banda Release) ଆଜି 31 ଜୁଲାଇରେ ମୁକ୍ତିଲାଭ କରିଛି ।

  • " class="align-text-top noRightClick twitterSection" data="">

ଏହି ଗୀତକୁ ଦକ୍ଷିଣର ଲୋକପ୍ରିୟ ତଥା ହିଟ୍ ମ୍ୟୁଜିକ୍ ରଚନା ଅନିରୁଦ୍ଧ ରବିନ୍ଦ୍ରନ ରଚନା କରିଛନ୍ତି ଏବଂ ନିଜେ ଗାଇଛନ୍ତି । ଅନିରୁଦ୍ଧ ଗୀତ 'ଜିନ୍ଦା ବନ୍ଦା' (Zinda Banda) ପୂର୍ବରୁ ସେ ୱାୟ ଦିଶ୍ କୋଲାଭରୀ ଡି, ଅରେବିକ କୁତ୍ଥୁ, ବାଥୀ କମିଂ ଭଳି ଅନେକ ହିଟ୍ ଗୀତ ରଚନା କରିଛନ୍ତି । ଏଥି ସହିତ ଅନିରୁଦ୍ଧ ଦକ୍ଷିଣ ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଚଳଚ୍ଚିତ୍ର ଜେଲର ନିକଟରେ ରିଲିଜ୍ ହୋଇଥିବା ଗୀତ 'ନୁ କାବାଲିଆ' ରଚନା ମଧ୍ୟ କରିଛନ୍ତି, ଯାହା ୟୁଟ୍ୟୁବରେ 23 ମିଲିୟନ୍ ଭ୍ୟୁ ପାଇଛି । ତେବେ, ଗୀତ ଜିନ୍ଦା ବନ୍ଦା ହିନ୍ଦୀ ବ୍ୟତୀତ ତାମିଲରେ ବନ୍ଦା ଏଦମ ଏବଂ ତେଲୁଗୁ ଭାଷାରେ ଧମ୍ମେ ଧୁଲିପେଲା ନାମରେ ମୁକ୍ତିଲାଭ କରିଛି।

ଏହା ମଧ୍ୟ ପଢନ୍ତୁ: Ghoomer Teaser: କୋଚ୍‌ ଭୂମିକାରେ ଏଣ୍ଟ୍ରି କରିବେ ଅଭିଷେକ ବଚ୍ଚନ, ସାମ୍ନାକୁ ଆସିଲା ଫାଷ୍ଟ ଲୁକ୍‌

ପ୍ରଥମ ଥର ପାଇଁ ଶାହରୁଖ ଖାନ ଫିଲ୍ମ ଯବାନ ମାଧ୍ୟମରେ ଏକ ଭିନ୍ନ ଅବତାରରେ ନଜର ଆସିବେ । ଏହି ଫିଲ୍ମରେ ଶାହରୁଖ ଖାନଙ୍କୁ ଏକ ନୂଆ ଚରିତ୍ରରେ ଦେଖିବାକୁ ମିଳିବ । ସଞ୍ଜୟ ଦତ୍ତ, ଦୀପିକା ପାଦୁକୋନ, ବିଜୟ ସେଥୁପତୁଙ୍କ ସମେତ ଅନେକ ତାରକା ଏହି ଫିଲ୍ମରେ ନଜର ଆସିବେ। ଫିଲ୍ମର ରିଲିଜ୍ ବିଷୟରେ କହିବାକୁ ଗଲେ ଏହା ସେପ୍ଟେମ୍ବର 7ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ହିନ୍ଦୀ ସହିତ ଜବାନ୍ ତାମିଲ ଏବଂ ତେଲୁଗୁ ଭାଷାରେ ମଧ୍ୟ ମୁକ୍ତିଲାଭ କରିବ ।

1000 ନୃତ୍ୟଶିଳ୍ପୀଙ୍କ ସହିତ ଗୀତ ସୁଟିଂ

ଯବାନଙ୍କ ଏହି ଗୀତରେ ଶାହରୁଖଙ୍କ ପଛରେ କେବଳ ଫିମେଲ୍‌ ଜୁନିଅର କଳାକାର ନଜର ଆସିଛନ୍ତି । ଏହି ଅଭିନେତା 1000 ମହିଳା ନୃତ୍ୟଶିଳ୍ପୀଙ୍କ ସହ ଜିନ୍ଦା ବନ୍ଦା ଗୀତର ସୁଟିଂ କରିଛନ୍ତି । ଏହି ଗୀତ ହିନ୍ଦୀରେ ତାମିଲରେ ବନ୍ଦା ଏଡମ ଏବଂ ତେଲୁଗୁ ଭାଷାରେ ଧୁମେ ଧୁଲିପେଲା ଭାବରେ ମୁକ୍ତିଲାଭ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.