ETV Bharat / entertainment

ସୀମା ହାଇଦର ଫିଲ୍ମରେ କରିନାହାନ୍ତି ସାଇନ୍‌, ପ୍ରେଗନେନ୍ସିକୁ ନେଇ ବଡ ଖୁଲାସା

author img

By

Published : Aug 14, 2023, 11:51 AM IST

ସୀମା ହାଇଦର ତାଙ୍କ ଗର୍ଭଧାରଣକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି । ଗଣମାଧ୍ୟମରେ ଏହି ପ୍ରସଙ୍ଗ ଉଠାଇବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି । ଏହା ସହ ସେ ଫିଲ୍ମ ସାଇନ୍ କରିବା କଥାକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି । ଅଧିକ ପଢନ୍ତୁ

ସୀମା ହାଇଦାର
ସୀମା ହାଇଦାର

ଲକ୍ଷ୍ନୌ: ଗର୍ଭବତୀ ଅଛନ୍ତି ସୀମା ହାଇଦର ! ହେଲେ ଗଣମାଧ୍ୟମ ସମ୍ମୁଖରେ ସେ ଏହି ବିଷୟରେ ସିଧାସଳଖ ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି । ଯେତେବେଳେ ବି ତାଙ୍କର ସନ୍ତାନ ହେବ ସମସ୍ତେ ଜାଣିବେ ବୋଲି ସେ କହିଛନ୍ତି । ଏଥିସହିତ କହିଛନ୍ତି କି, ଏହା ତାଙ୍କର ବ୍ୟକ୍ତିଗତ ବିଷୟ, ଏହାକୁ ଗଣମାଧ୍ୟମରେ ଉଠାଇବାର କୌଣସି ଆବଶ୍ୟକତା ନାହିଁ । କେବଳ ସେତିକି ନୁହେଁ, ସୀମା ହାଇଦର୍ ଫିଲ୍ମ ନିର୍ମାଣ କଥାକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି ।

ପାକିସ୍ତାନରୁ ଭାରତୀୟ ପ୍ରେମିକ ସଚିନ ପାଇଁ ଦୌଡ଼ି ଆସିଥିବା ସୀମା ହାଇଦର ଲଗାତାର ଚର୍ଚ୍ଚାରେ ରହିଆସିଛନ୍ତି । ସୀମାଙ୍କୁ ଫିଲ୍ମରୁ ନେଇ ରାଜନୀତି ପର୍ଯ୍ୟନ୍ତ ଅଫର ମିଳିସାରିଛି । ତେବେ ନିକଟରେ ନିର୍ମାତା ଅମିତ ଜାନୀ ସୀମା ଏବଂ ସଚିନଙ୍କ ପ୍ରେମ କାହାଣୀ ଉପରେ ଏକ ଫିଲ୍ମ କରିବାକୁ ଘୋଷଣା କରିଥିଲେ । ଏଥିପାଇଁ କଳାକାର ମଧ୍ୟ ଫାଇନାଲ ହୋଇସାରିଥିଲା । ହେଲେ ଏସବୁ ମଧ୍ୟରେ ସୀମା ହାଇଦର୍ ଫିଲ୍ମ ନିର୍ମାଣ କଥାକୁ ପ୍ରତ୍ୟାଖ୍ୟାନ କରି ସମସ୍ତଙ୍କୁ ଚକିତ କରିଛନ୍ତି ।

ସୀମାଙ୍କ ଓକିଲ ରବିବାର ଦିନ ତାଙ୍କୁ ଭେଟିବାକୁ ଯାଇଥିଲେ । ସେହି ସମୟରେ ସେ କହିଛନ୍ତି କି ଭାରତ ତାଙ୍କୁ ଗ୍ରହଣ କରିଛି ଏବଂ ଏହା ହେଉଛି ତାଙ୍କ ଦେଶ । ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେବାବେଳେ ସୀମା କହିଥିଲେ ଯେ ଗର୍ଭଧାରଣ ଉପରେ ପ୍ରଶ୍ନ କରିବାର କୌଣସି ଆବଶ୍ୟକତା ନାହିଁ । ଏହା ତାଙ୍କର ବ୍ୟକ୍ତିଗତ ବିଷୟ । ଗର୍ଭଧାରଣ ବିଷୟରେ କହିଲେ ସେଥିରେ ନଜର ଲାଗିଯିବ । ଯେତେବେଳେ ବି ତାଙ୍କର ସନ୍ତାନ ହେବ ସମସ୍ତେ ଜାଣିବେ । ଏହି ବ୍ୟତୀତ ଅମିତ ଜାନି ମଧ୍ୟ ଏକ ଭିଡିଓ କରିଥିଲେ । ସେହି ଭିଡିଓ ବିଷୟରେ ସୀମାଙ୍କର କୌଣସି ଧାରଣା ନାହିଁ। ସୀମା ଅମିତ ଜାନୀଙ୍କୁ କହିଥିଲେ ଯେ ସେ କୌଣସି ଫିଲ୍ମ କରିବେ ନାହିଁ । ସେ ଫିଲ୍ମ କରିବା ପାଇଁ ପାକିସ୍ତାନରୁ ଏଠାକୁ ଆସିନାହାଁନ୍ତି । ବରଂ କହିଥିଲେ ଯେ ସୀମା ସଚିନଙ୍କ ସହ ଖୁସି ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ: Karachi to Noida: ବଡ ପରଦାରେ ସୀମା-ସଚିନଙ୍କ ପ୍ରେମ କାହାଣୀ, ଆସିଲା ପୋଷ୍ଟର

ଉଲ୍ଲେଖନୀୟ ଯେ, ଜାନୀ ଫାୟାରଫକ୍ସର ପରିଚାଳନା ନିର୍ଦ୍ଦେଶକ ଅମିତ ଜାନୀ ଏକ ଚଳଚ୍ଚିତ୍ର ପାଇଁ ସୀମାଙ୍କୁ ଅଫର୍ ଦେଇଥିଲେ । ଗତ ବର୍ଷ ଉଦୟପୁରରେ ଘଟିଥିବା ଟେଲର କହ୍ନେୟାଲାଲ ହତ୍ୟା ମାମଲାରେ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଉଛି । ଜାନୀ ଏହି ଚଳଚ୍ଚିତ୍ର ପାଇଁ ସୀମାଙ୍କୁ ର’ ଏଜେଣ୍ଟର ଭୂମିକା ପ୍ରଦାନ କରିଥିଲେ । ସୀମା ମଧ୍ୟ ଏଥିରେ ରାଜି ହୋଇଥିଲେ । ସେ କହିଥିଲେ ଯେ, କେବଳ ୟୁପି ଏଟିଏସରୁ ତାଙ୍କୁ ଏକ କ୍ଲିନ୍ ଚିଟ୍ ମିଳିଗଲା ପରେ ସେ ନିଶ୍ଚିତ ଭାବରେ ଫିଲ୍ମରେ କାମ କରିବେ । କାରଣ ଯେପର୍ଯ୍ୟନ୍ତ ତାଙ୍କୁ କ୍ଲିନ୍ ଚିଟ୍ ନ ମିଳିଛି ସେ ପର୍ଯ୍ୟନ୍ତ ସେ ଫିଲ୍ମରେ କାମ କରି ପାରିବେ ନାହିଁ ।

ଗୁଲାମ ହାଇଦରଙ୍କ ସହ କଥା ହେବାକୁ ଚାହାଁନ୍ତି ଅମିତ ଜାନୀ

ଅନ୍ୟପକ୍ଷରେ ଅମିତ ଜାନୀ ମଧ୍ୟ ସଚିନ ଏବଂ ସୀମାଙ୍କ ପ୍ରେମ କାହାଣୀ ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ଯାହାର ନାମ 'କରାଚି ଟୁ ନୋଏଡା' ରଖାଯାଇଛି । ଏଥିପାଇଁ ଅମିତ ଜାନୀ ତାଙ୍କ ଟିମ୍‌ ସହିତ ସୀମା ହାଇଦର ଏବଂ ସଚିନଙ୍କ ଭୂମିକାରେ ଅଭିନୟ କରିବା ପାଇଁ ଜଣେ ମଡେଲଙ୍କ ଅଡିସନ ମଧ୍ୟ ନେଇଥିଲେ । ଅମିତ ଜାନୀ ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ସୀମା ହାଇଦରଙ୍କ ପୂର୍ବତନ ସ୍ୱାମୀ ଗୁଲାମ ହାଇଦାରଙ୍କ ସହ 'କରାଚି ଟୁ ନୋଏଡା' ଫିଲ୍ମ ପାଇଁ କଥା ହେବାକୁ ଚାହୁଁଛନ୍ତି, କାରଣ ସେ ସୀମାଙ୍କ ବିଷୟରେ ଅଧିକରୁ ଅଧିକ ତଥ୍ୟ ସଂଗ୍ରହ କରିବାକୁ ଚାହୁଁଛନ୍ତି । ଯଦି ସେ ଭାରତ ଆସିବାକୁ ଚାହୁଁନାହାଁନ୍ତି, ତେବେ ଯଦି ସେ ଏହା କୁହନ୍ତି ତାହାଲେ ଆମର ଲେଖକ ସାଉଦି ଆରବ ଯାଇ ତାଙ୍କ ମତାମତ ନେଇପାରିବେ । ଏହି ଚଳଚ୍ଚିତ୍ରର ସୁଟିଂ ମୁମ୍ବାଇରେ କରାଯିବ । ଅଗଷ୍ଟ 19ରେ ଅମିତ ଜାନୀ ସୁଟିଂ ପାଇଁ ମୁମ୍ବାଇ ଯାଉଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.