ETV Bharat / entertainment

IND Vs PAK: ଭାରତ-ପାକ୍‌ ମ୍ୟାଚରେ 'ଟାଇଗର' ହୋଇ ପହଞ୍ଚିବେ ସଲମାନ, କୁଇନ କଙ୍ଗନା ଭରିବେ ଉଡାଣ

author img

By ETV Bharat Odisha Team

Published : Oct 14, 2023, 1:11 PM IST

ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚରେ ସଲମାନ ଖାନ, କଙ୍ଗନା ରଣାୱତ ଏବଂ ଭିକି କୌଶଲ ସେମାନଙ୍କର ଚଳଚ୍ଚିତ୍ରର ପ୍ରମୋସନ କରୁଥିବା ଦେଖିବାକୁ ମିଳିବ । ଅଧିକ ପଢନ୍ତୁ

ଭାରତ ପାକ୍‌ ମ୍ୟାଚ
ଭାରତ ପାକ୍‌ ମ୍ୟାଚ

ହାଇଦ୍ରାବାଦ: ଆଜି ଆଇସିସି କ୍ରିକେଟ ବିଶ୍ବକପର ହାଇଭୋଲଟେଜ ମ୍ୟାଚ୍ । ଭାରତ ଓ ପାକିସ୍ତାନ ମଧ୍ୟରେ ହେବ ଟକ୍କର । ଅହମ୍ମଦାବାଦରେ ଖେଳାଯିବ ମ୍ୟାଚ୍‌ । ଏହି ମ୍ୟାଚ୍ ଉପରେ ରହିଛି ସମଗ୍ର ବିଶ୍ୱର ନଜର। ଉଭୟ ଦେଶର ଲୋକମାନେ ନିଜ ନିଜ ଦଳକୁ ସମର୍ଥନ କରୁଥିବା ଦେଖାଯାଉଛି। ମାତ୍ର ଆଉ କିଛି ଘଣ୍ଟା ମଧ୍ୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ ଏହି ମେଗା ଲଢେଇରେ ସଲମାନ ଖାନ ବଲିଉଡରୁ ଟାଇଗର ଭାବରେ ଆସି ତାଙ୍କ ଚଳଚ୍ଚିତ୍ର ‘ଟାଇଗର 3’କୁ ପ୍ରମୋଟ୍ କରିବେ । ଏଥିସହ କଙ୍ଗନା ରଣାୱତଙ୍କ ଫିଲ୍ମ ‘ତେଜସ୍’ ଏବଂ ଭିକି କୌଶଲ ‘ସାମ୍ ବାହାଦୁର’ର ଟିଜର ଏଠାରେ ପ୍ରଦର୍ଶିତ ହେବ ।

ଟାଇଗର 3ର ପ୍ରମୋସନ

ସଲମାନ ଖାନ ବର୍ତ୍ତମାନ ଷ୍ଟାର ସ୍ପୋର୍ଟସ ଚ୍ୟାନେଲରେ ଅଛନ୍ତି । ମ୍ୟାଚ ଏବଂ ତାଙ୍କ ଚଳଚ୍ଚିତ୍ର ଟାଇଗର 3 ବିଷୟରେ ଆଲୋଚନା କରୁଛନ୍ତି । ସଲମାନ ଖାନ ଟାଇଗର 3 ଲୁକରେ ଏଠାକୁ ଆସିଛନ୍ତି। ସଲମାନ ଖାନଙ୍କ ଫିଲ୍ମ ଟାଇଗର 3ର ଟ୍ରେଲର ଆସନ୍ତାକାଲି ଅର୍ଥାତ୍ 16 ଅକ୍ଟୋବର ଦିନ ଦ୍ୱିପ୍ରହରରେ ମୁକ୍ତିଲାଭ କରିବ ।

ଏହା ମଧ୍ୟ ପଢନ୍ତୁ: ଅହମ୍ମଦାବାଦରେ ପହଞ୍ଚିଲେ ସଚିନ-ଅନୁଷ୍କା-ଅରିଜିତ, ଭାରତକୁ କରିବେ ସପୋର୍ଟ

କଙ୍ଗନା ତେଜସ୍‌ରୁ ଉଡାଣ ଭରିବେ କଙ୍ଗନା

ଏଥିସହିତ ବଲିଉଡର ପଙ୍ଗା କୁଇନ କଙ୍ଗନା ରଣାୱତ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ତେଜସ୍' ପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚରେ ପାଇଲଟ୍ ଭାବରେ ଉଡାଣ ଭରିବେ । କଙ୍ଗନା ରଣାୱତ ତାଙ୍କ ଚଳଚ୍ଚିତ୍ର ‘ତେଜସ'କୁ ଏଠାରେ ପ୍ରମୋଟ୍ କରିବେ । ଅକ୍ଟୋବର 20ରେ କଙ୍ଗନାଙ୍କ ତେଜସ ମୁକ୍ତିଲାଭ କରୁଛି ।

ଏହା ମଧ୍ୟ ପଢନ୍ତୁ: Dhanush Aishwarya: ପ୍ୟାଚ୍‌ ଅପ୍‌ ମୁଡରେ ନାହାନ୍ତି ଧନୁଷ ଓ ଐଶ୍ୱର୍ଯ୍ୟା ରଜନୀକାନ୍ତ, କେବଳ ପୁଅ ପାଇଁ...

ଭିକି କୌଶଲ ମଧ୍ୟ ଏଥିରେ ସାମିଲ ହେବେ

କୁହାଯାଉଛି ଯେ ଗତକାଲି ମୁକ୍ତିଲାଭ କରିଥିବା ଭିକି କୌଶଲଙ୍କ ଅଭିନୀତ ଚଳଚ୍ଚିତ୍ର ସାମ୍ ବାହାଦୂରର ରୋମାଞ୍ଚକର ଟିଜର ମଧ୍ୟ ଭାରତ ଏବଂ ପାକିସ୍ତାନ ମ୍ୟାଚ୍ ମଧ୍ୟରେ ପରଦାରେ ପ୍ରଦର୍ଶିତ ହେବ । 'ସାମ ବାହାଦୂର'ର ଏହି ଟିଜରକୁ ସୋସିଆଲ ମିଡିଆରେ ବହୁତ ପସନ୍ଦ କରାଯାଉଛି । ଟିଜର ରିଲିଜ୍ ହେବା ପରେ ଏବେ ସମସ୍ତେ ଉତ୍ସାହର ସହିତ ଭିକି କୌଶଲଙ୍କ 'ସାମ୍ ବାହାଦୂର'ର ମୁକ୍ତିଲାଭକୁ ଅପେକ୍ଷା କରିଛନ୍ତି । ନିର୍ଦ୍ଦେଶକ ମେଘନା ଗୁଲଜାରଙ୍କ ଏହି ଚଳଚ୍ଚିତ୍ର 1 ଡିସେମ୍ବର 2023ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଉଲ୍ଲେଖଯୋଗ୍ୟ ଯେ, 1971 ମସିହାରେ ହୋଇଥିବା ଭାରତ-ପାକିସ୍ତାନୀ ଯୁଦ୍ଧରେ ମାନେକ୍ସା ଭାରତୀୟ ସେନାର ମୁଖ୍ୟ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.