ETV Bharat / entertainment

ଭ୍ୟାକେସନ ଫଟୋ ସେୟାର କରି ସ୍ମୃତି ତାଜା କଲେ ହ୍ରିତିକ ଏବଂ ସୁଜାନ

author img

By

Published : Aug 2, 2023, 2:48 PM IST

Updated : Aug 2, 2023, 5:22 PM IST

ଭ୍ୟାକେସନ ଫଟୋ ସେୟାର କରି ସ୍ମୃତି ତାଜା କଲେ ହ୍ରିତିକ ଏବଂ ସୁଜୈନ
ଭ୍ୟାକେସନ ଫଟୋ ସେୟାର କରି ସ୍ମୃତି ତାଜା କଲେ ହ୍ରିତିକ ଏବଂ ସୁଜୈନ

ଚର୍ଚ୍ଚାରେ ହ୍ରିତିକ ଏବଂ ସୁଜାନ। ପରସ୍ପରଙ୍କଠାରୁ ଅଲଗା ହେବା ପରେ ଏବେ ନିଜ ନିଜ ସାଥୀଙ୍କ ସହ ଖୁବ ଉପଭୋଗ କରୁଛନ୍ତି ହ୍ରିତିକ ଏବଂ ସୁଜାନ । ସୋସିଆଲ ମିଡିଆରେ ହ୍ରିତିକ ଗାର୍ଲଫ୍ରେଣ୍ଡ ସବାଙ୍କ ସହ ଆର୍ଜେଣ୍ଟିନାର ଫଟୋ ସେୟାର କରିଥିବା ବେଳେ ଅନ୍ୟପକ୍ଷରେ ତାଙ୍କ ପୂର୍ବତନ ପତ୍ନୀ ସୁଜାନ ଖାନ ବୟଫ୍ରେଣ୍ଡ ଅର୍ସଲାନ ଗୋନିଙ୍କ ସମର ଭ୍ୟାକସେନର ହାଇଲାଇଟ୍ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବିବାହ ବିଚ୍ଛେଦ ପରେ ନିଜ ସାଥୀଙ୍କୁ ନେଇ ଖୁବ ଚର୍ଚ୍ଚାରେ ବଲିଉଡ ଅଭିନେତା ହ୍ରିତିକ୍ ରୋଶନ୍ ଏବଂ ତାଙ୍କ ପୂର୍ବତନ ପତ୍ନୀ ସୁଜାନ ଖାନ । ଉଭୟ ନିଜ ସାଥୀଙ୍କ ସହ ପ୍ରାୟ ସମୟରେ ଏକାଠି ସ୍ପଟ୍‌ ହୋଇଥାଆନ୍ତି । ତେବେ ଉଭୟ ଏବେ ଭ୍ୟାକସନକୁ ବେଶ ଉପଭୋଗ କରୁଛନ୍ତି । ବର୍ତ୍ତମାନ ହ୍ରିତିକ ତାଙ୍କ ପ୍ରେମିକା ସବା ଆଜାଦଙ୍କ ସହ ଆର୍ଜେଣ୍ଟିନାରେ ଛୁଟିକୁ ଉପଭୋଗ କରୁଥିବା ବେଳେ ନିକଟରେ ସୁଜାନ ଖାନ ତାଙ୍କ ବୟଫ୍ରେଣ୍ଡ ଅର୍ସଲାନ ଗୋନିଙ୍କ ସହ ସମର ଭ୍ୟାକେସନ ଉପଭୋଗ କରିଥିଲେ । ହ୍ରିତିକ ଏବଂ ସୁଜାନ ନିଜ ସାଥୀଙ୍କ ସହ ଭ୍ୟାକେସନର ଫଟୋ ସୋସିଆଲ ମିଡିଆରେ ସେୟାର କରି ସେହି ସ୍ମୃତିକୁ ତାଜା କରିଛନ୍ତି ।

ହ୍ରିତିକ ତାଙ୍କ ଇନଷ୍ଟାଗ୍ରାମରେ ସବାଙ୍କ ସହ ତାଙ୍କ ଭ୍ୟାକେସନର ଏକ ରୋମାଣ୍ଟିକ ଝଲକ ସେୟାର କରିଛନ୍ତି । ଫଟୋ ସେୟାର କରି ହ୍ରିତିକ ସବାଙ୍କୁ 'ୱିଣ୍ଟର ଗାର୍ଲ' ବୋଲି କହିଛନ୍ତି । ହ୍ରିତିକ ସବାଙ୍କ ସହ ଏକ ସେଲଫି ନେଇଛନ୍ତି । ଯେଉଁଥିରେ ହ୍ରିତିକ୍ ଷ୍ଟାଇଲିସ୍ ବ୍ଲୁ ଟି-ସାର୍ଟ ଏବଂ ଏକ କଳା ରଙ୍ଗର ଜ୍ୟାକେଟ୍ ସହ ଏକ କ୍ୟାପ୍‌ ପିନ୍ଧିଥିବା ବେଳେ ସବା ଏକ ବ୍ଲାକ୍‌ ଓଭରକୋଟ ଆଉଟ୍‌ଫିଟ୍‌ରେ ଖୁବ ସୁନ୍ଦର ଦେଖାଯାଉଛନ୍ତି । ହ୍ରିତିକ ଏହି ଫଟୋ ସେୟାର କରିବା ପରେ ଫ୍ୟାନ୍ସ ଏହାକୁ ଲାଇକ୍‌ କରିବା ସହ କମେଣ୍ଟ୍‌ ବର୍ଷା କରିଛନ୍ତି । ପ୍ରତିକ୍ରିୟାରେ ଲାଲ ହାର୍ଟ ଇମୋଜି ସହ ଫାୟାର ଇମୋଜି ଦେଇଛନ୍ତି ।

ତେବେ ଏହାପୂର୍ବରୁ ସବା ତାଙ୍କ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ସେମାନଙ୍କ ଛୁଟିଦିନରୁ ଆକର୍ଷଣୀୟ ସ୍ନାପ୍‌ସଟ୍ ସେୟାର କରିଥିଲେ । ସେ ହ୍ରିତିକଙ୍କର ଏକ ଫଟୋ ସେୟାର କରିଥିଲେ, ଯାହା ବହୁତ ସୁନ୍ଦର ଦେଖା ଯାଉଥିଲା । ଫଟୋରେ କାଜୁଆଲ୍ ବ୍ଲାକ୍‌ ଆଉଟଫିଟରେ ଏକ ରେସ୍ତୋରାଁରେ ହ୍ରିତିକ ବସିଥିବାର ନଜର ଆସିଥିଲେ । ଏହି ଫଟୋ ସେୟାର କରି ସେ କ୍ୟାପ୍‌ସନ୍‌ରେ ଲେଖିଥିଲେ, "ମାଇ ହିପ୍ପୋ ହାର୍ଟ।" ଉଭୟ ଏକ ସେଲ୍‌ଫି ଫଟୋ ମଧ୍ୟ ସବା ସେୟାର କରିଥିଲେ ।

ହ୍ରିତିକ ରୋଶନ ସବାଙ୍କ ସହ ସ୍ମୃତି ସେୟାର କରିଥିବାବେଳେ ତାଙ୍କର ପୂର୍ବତନ ପତ୍ନୀ ତଥା ଇଣ୍ଟେରିଅର ଡିଜାଇନର୍ ସୁଜାନ ଖାନ ମଧ୍ୟ ତାଙ୍କ ପ୍ରେମିକ ଅର୍ସଲାନ ଗୋନିଙ୍କ ସହ ବେଶ ଉପଭୋଗ କରୁଛନ୍ତି । ନିକଟରେ ସୁଜାନ ଆମେରିକା ଏବଂ ମେକ୍ସିକୋରେ ଅର୍ସଲାନଙ୍କ ସହ ଗ୍ରୀଷ୍ମ ଛୁଟିଦିନ ବିତାଇଥିଲେ । ଯାହାକୁ ମନେ ପକାଇ ସେ ନିଜ ଇନ୍‌ଷ୍ଟାଗ୍ରାମରେ ଉଭୟଙ୍କ ଭ୍ୟାକେସନର ଏକ କ୍ୟୁଟ୍‌ ମୋମେଣ୍ଟ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଏଠାରେ ଉଭୟଙ୍କ ଡ୍ୟାନ୍ସ, ଡିନର ପାର୍ଟି ଏବଂ ପ୍ରିୟଜନଙ୍କ ସହ ସମୟ ଅତିବାହିତ କରିଥୁବା ଝଲକ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ: ହ୍ରିତିକ ରୋଶନ ହୋଲି ଖେଳିବା ନେଇ ଏମିତି କହିଲେ ପୂର୍ବତନ ପତ୍ନୀ ସୁଜୈନ ଖାନ

ହ୍ରିତିକଙ୍କ ୱାର୍କ୍‌ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ହ୍ରିତିକଙ୍କୁ ଆଗାମୀ ଚଳଚ୍ଚିତ୍ର, ଫାଇଟର୍ ଏବଂ ୱାର୍-2ରେ ଦେଖିବାକୁ ମିଳିବ । ଫାଇଟରରେ ହ୍ରିତିକ୍ ଦୀପିକା ପାଦୁକୋନ୍ ଏବଂ ଅନିଲ କପୁରଙ୍କ ସହ ପ୍ରଥମ ଥର ପାଇଁ ସ୍କ୍ରିନ୍ ସେୟାର କରୁଥିବାର ଦେଖିବାକୁ ମିଳିବ । ଅନ୍ୟପକ୍ଷରେ, ଅୟାନ୍ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ୱାର-2ରେ ବି ନଜର ଆସିବେ । ଏହି ଫିଲ୍ମରେ ସାଉଥ ସୁପରଷ୍ଟାର Jr NTR ଏବଂ ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀଙ୍କ ସମେତ ଅନେକ ଷ୍ଟାର କାଷ୍ଟଙ୍କୁ ଦେଖିବାକୁ ମିଳିପାରେ । ତେବେ Jr NTR ଏବଂ କିଆରାଙ୍କ ସହ ମଧ୍ୟ ପ୍ରଥମ ଥର ପାଇଁ ନଜର ଆସିବେ ହ୍ରିତିକ ।

Last Updated :Aug 2, 2023, 5:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.