ETV Bharat / entertainment

Akanksha Death Case: ହତ୍ୟା ଅଭିଯୋଗ ଆଣିଲା ପରିବାର, ବଢିଲା ପୁରୁଷ ବନ୍ଧୁଙ୍କ ଅଡୁଆ

author img

By

Published : Mar 28, 2023, 10:51 AM IST

Updated : Mar 28, 2023, 11:41 AM IST

ପୁରୁଷ ବନ୍ଧୁ ଗାୟକ ସମର ସିଂଙ୍କ ବିରୋଧରେ ମାମଲା ରୁଜୁ
ପୁରୁଷ ବନ୍ଧୁ ଗାୟକ ସମର ସିଂଙ୍କ ବିରୋଧରେ ମାମଲା ରୁଜୁ

ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ମୃତ୍ୟୁ ମାମଲା । ହତ୍ୟା ଅଭିଯୋଗ ଆଣିଲେ ଅଭିନେତ୍ରୀଙ୍କ ପରିବାର । ଗାୟକ ସମର ସିଂ ଓ ତାଙ୍କ ଭାଇ ସଞ୍ଜୟ ସିଂଙ୍କ ବିରୋଧରେ ଥାନାରେ ଦାୟର କଲେ ମାମଲା । ଅଧିକ ପଢନ୍ତୁ

ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ମୃତ୍ୟୁ ମାମଲା, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଲକ୍ଷ୍ନୌ: ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ମୃତ୍ୟୁ ମାମଲାରେ ପରିବାର ଲୋକଙ୍କ ବଡ ବୟାନ । ଅଭିନେତ୍ରୀଙ୍କ ହତ୍ୟା କରାଯାଇଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଲେ ପରିବାର ଲୋକେ । ଆକାଂକ୍ଷା ଦୁବେଙ୍କ ପୁରୁଷ ବନ୍ଧୁ ଭୋଜପୁରୀ ଗାୟକଙ୍କ ସମେତ ତାଙ୍କ ସହକର୍ମୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ପରିବାର । ଏନେଇ ଗାୟକ ସମର ସିଂ ଏବଂ ତାଙ୍କ ଭାଇ ସଂଜୟ ସିଂଙ୍କ ବିରୋଧରେ ଅଭିନେତ୍ରୀଙ୍କ ମା' ମଧୁ ଦୁବେ ସାରନାଥ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିଛନ୍ତି ।

ତେବେ ବର୍ତ୍ତମାନ ଅଭିନେତ୍ରୀଙ୍କ ପରିବାର ସାରନାଥରେ ପହଞ୍ଚିଥିବା ବେଳେ ଆକାଂକ୍ଷାଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ନୁହେଁ ବରଂ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ପିତା ଛୋଟେଲାଲ ଦୁବେ, ମା ଏବଂ ମାମୁଁ ମୁନ୍ନା ଦୁବେଙ୍କ ବ୍ୟତୀତ ଅନ୍ୟ ସମ୍ପର୍କୀୟମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏବଂ ଆକାଂକ୍ଷା ଦୁବେଙ୍କ ପୁରୁଷ ବନ୍ଧୁ ଭୋଜପୁରୀ ଗାୟକଙ୍କ ଏବଂ ତାଙ୍କ ସହକର୍ମୀଙ୍କ ବିରୋଧରେ ଅଭିନେତ୍ରୀଙ୍କ ମା' ଥାନାରେ ଏକ ମାମଲା ରୁଜୁ କରିଛନ୍ତି ।

ଏହି ପରିପ୍ରକ୍ଷୀରେ ଅଭିନେତ୍ରୀଙ୍କ ଦାଦା ମୁନ୍ନା ଦୁବେ ସ୍ପଷ୍ଟ କରିଛନ୍ତି ଯେ, ଆକାଂକ୍ଷା ଦୁବେଙ୍କ ସହ ପ୍ରାୟ 3ବର୍ଷ ସମ୍ପର୍କରେ ଥିବା ଗାୟକ ଏବଂ ତାଙ୍କ ସହକର୍ମୀମାନେ ତାଙ୍କୁ ହଇରାଣ କରୁଥିଲେ । ଏହି ସମସ୍ତ କଥା ସେ ଫୋନରେ ତାଙ୍କ ମା'ଙ୍କୁ କହୁଥିଲେ ଏବଂ ଏହି ସମସ୍ତ କଥାକୁ ସହ୍ୟକରିନପାରି ଆକାଂକ୍ଷା ଏହି ଭୁଲ ପଦକ୍ଷେପ ନେଇପାରନ୍ତି ବୋଲି କହିଛନ୍ତି । ଏହି ମାମଲାରେ ତହରିର ପୋଲିସ ଷ୍ଟେସନରେ ଭୋଜପୁରୀ ଗାୟକଙ୍କ ସମେତ ତିନି ଜଣଙ୍କ ନାମ ଉଲ୍ଲେଖ କରାଯାଇଛି । ସମସ୍ତଙ୍କ ବିରୋଧରେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦାବି କରିଛନ୍ତି ପରିବାରଲୋକେ ।

ସୂଚନା ଅନୁସାରେ, ମାର୍ଚ୍ଚ 26ରେ ବାରଣାସୀର ଏକ ହୋଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏନେଇ ପୋଲିସ ଆତ୍ମହତ୍ୟା ଜନିତ ମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଏହାରି ମଧ୍ୟରେ ଗତ 3ବର୍ଷ ଧରି ଭୋଜପୁରୀ ସିନେମା ଜଗତ ସହିତ ଜଡ଼ିତ ଏକ ବଡ଼ ଭୋଜପୁରୀ ଗାୟକଙ୍କ ସହିତ ଲିଭଇନରେ ରହୁଥିଲେ ଅଭିନେତ୍ରୀ । ଏହାସହ ତାଙ୍କର ଘନିଷ୍ଠ ସମ୍ପର୍କ ଥିବା ପୋଲିସ ଜାଣିବାକୁ ପାଇଥିଲା ।

ମୃତ୍ୟୁ ପୂର୍ବରୁ ଆକାଂକ୍ଷା ମହମୁର୍ଗାନ ଅଞ୍ଚଳରେ ଚାଲିଥିବା ଏକ ଜନ୍ମଦିନ ପାର୍ଟିରୁ ଫେରି ହୋଟେଲ ପହଞ୍ଚିଥିଲେ । ଏହି ସମୟରେ ଜଣେ ବାଳକ ମଧ୍ୟ ତାଙ୍କ ସହ ହୋଟେଲକୁ ଆସିଥିଲେ । ପୋଲିସ ପଚରାଉଚରା ବେଳେ ଏହା ଜାଣିବାକୁ ପାଇଛି ଯେ ଏହି ବାଳକ ବାରାଣାସୀର ଟିକ୍ରି ଅଞ୍ଚଳରେ ରୁହନ୍ତି ଏବଂ ତାଙ୍କ ନାମ ସନ୍ଦୀପ ସିଂ। ପୋଲିସର ପଚରାଉଚରା ବେଳେ ସନ୍ଦୀପ ସିଂ ଆକାଂକ୍ଷା ଭଲ ବନ୍ଧୁ ବୋଲି କହିଛନ୍ତି । ଆକାଂକ୍ଷା ତାଙ୍କୁ ଘରକୁ ଛାଡିବାକୁ ଡାକିବାରୁ ସେ ଆସିଥିବା କହିଥିଲେ । ବର୍ତ୍ତମାନ ପୋଲିସ ସନ୍ଦୀପ ସିଂଙ୍କୁ ଗିରଫ କରି ଅଧିକ ପଚରାଉଚରା କରୁଛି। ଏହି ସମୟରେ ଭୋଜପୁରୀ ଗାୟକ ଏବଂ ତାଙ୍କ ସହଯୋଗୀଙ୍କ ନାମ ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଏହି ମାମଲା ଏକ ନୂଆ ମୋଡ଼ ନେଇଛି ।

ଏଥିସହିତ ଅଭିନେତ୍ରୀଙ୍କ ମାଆ ମଧୁ ଦୁବେ କହିଛନ୍ତି ଯେ, ‘‘ତାଙ୍କ ଝିଅ ଆତ୍ମହତ୍ୟା କରିନାହାଁନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି । ଏହା ପଛରେ ସମର ସିଂ ଏବଂ ତାଙ୍କ ଭାଇ ସଞ୍ଜୟ ସିଂ ରହିଛନ୍ତି ।’’ ସେ କହିଛନ୍ତି ଯେ ମାର୍ଚ୍ଚ 23ରେ ସଞ୍ଜୟ ସିଂ ତାଙ୍କ ଝିଅକୁ ଫୋନରେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ । ଏହି ଧମକର 2 ରୁ 3 ଦିନ ମଧ୍ୟରେ ତାଙ୍କ ଜୀବନ ନେଇଗଲେ । ଆକାଂକ୍ଷାକୁ ସମର ସିଂ ଏବଂ ତାଙ୍କ ଭାଇ ସଞ୍ଜୟ ସିଂ ସେମାନଙ୍କର ସମ୍ପତ୍ତି ବୋଲି ମନେ କରୁଥିଲେ ଏବଂ ତାଙ୍କୁ ଅନ୍ୟ କୌଣସି ସ୍ଥାନରେ କାମ କରିବାକୁ ମଧ୍ୟ ଦେଉନଥିଲେ । ସେପଟେ ଅତିରିକ୍ତ ପୋଲିସ କମିଶନର ସନ୍ତୋଷ ସିଂ କହିଛନ୍ତି ଯେ ମାମଲା ନେଇ ତଦନ୍ତ ଆରମ୍ଭ ହୋଇଛି। ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଅନ୍ୟପଟେ ଗାୟକ ସମର ସିଂ ନିଜ ଇନଷ୍ଟାଗ୍ରାମରେ ଆକାଂକ୍ଷା ଦୁବେଙ୍କୁ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ସେ ଅଭିନେତ୍ରୀଙ୍କ ମୃତ୍ୟୁକୁ ନେଇ ଦୁଃଖପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, ନିଶଦ୍ଦ RIP ଆକାଂକ୍ଷା ଦୁବେ । ତେବେ ଏହି ପୋଷ୍ଟ ସେୟାର ହେବା ମାତ୍ରେ ଅନେକ ୟୁଜର୍ସ ତାଙ୍କୁ ପ୍ରତିକ୍ରିୟା ଦେଇଥିବା ଦେଖିବାକୁ ମିଳିଛି ।

ସୂଚନା ଥାଉ କି, ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନେତା-ଅଭିନେତ୍ରୀଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ମାମଲା କ୍ରମାଗତ ଭାବେ ସାମ୍ନାକୁ ଆସୁଛି । ଅନେକ ବଲିଉଡ ଅଭିନେତା-ଅଭିନେତ୍ରୀଙ୍କ ମୃତ୍ୟୁ ଲୋକଙ୍କୁ ମନରୁ ଲିଭିନଥିବା ବେଳେ ଏବେ ପୁଣି ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା । ଅଭିନେତ୍ରୀଙ୍କ ମୃତ୍ୟୁକୁ ତାଙ୍କ ଫ୍ୟାନ୍ସ ସହଜରେ ବିଶ୍ବାସ କରିପାରୁନଥିବା ବେଳେ ପରିବାର ଲୋକେ ମଧ୍ୟ ଘଟଣାକୁ ଗ୍ରହଣ କରିପାରୁନାହାନ୍ତି । ତେବେ ବର୍ତ୍ତମାନ ଏହା ଆତ୍ମହତ୍ୟା ଜନିତ ମୃତ୍ୟୁ ନା ହତ୍ୟା ତାହା ପୋଲିସର ତଦନ୍ତ ପରେ ହିଁ ଜଣାପଡିବ ।

Last Updated :Mar 28, 2023, 11:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.