ETV Bharat / entertainment

ଶେଷ ହେଲା କେବିସି ୧୫, ଭାବବିହ୍ବଳ ହେଲେ ବିଗ୍ ବି

author img

By ETV Bharat Odisha Team

Published : Dec 31, 2023, 2:10 PM IST

ଶେଷ ହେଲା କେବିସି ୧୫, ଭାବବିହ୍ବଳ ହେଲେ ବିଗ ବି
ଶେଷ ହେଲା କେବିସି ୧୫, ଭାବବିହ୍ବଳ ହେଲେ ବିଗ ବି

Amitabh Bachchan Goodbye To KBC 15: ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ରିଆଲିଟି ଶୋ' କୌନ ବନେଗା କରୋଡପତି ସିଜନ ୧୫ ଶେଷ ହୋଇଛି । ଏହି ସମୟରେ ଶୋ'କୁ ଅଲବିଦା କହି ବେଶ ଭାବବିହ୍ବଳ ହୋଇଛନ୍ତି ବିଗ୍ ବି ।

ହାଇଦ୍ରାବାଦ: ଅମିତାଭ ବଚ୍ଚନଙ୍କ ଶୋ' କୌନ ବନେଗା କରୋଡପତିକୁ ଦର୍ଶକ ବେଶ ପସନ୍ଦ କରନ୍ତି । ଶୋ'ରେ ନା କେବଳ ଜ୍ଞାନ ମିଳୁଛି ବରଂ ଅମିତାଭ ନିଜ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନୀ ବିଷୟରେ ମଧ୍ୟ ସେୟାର କରିଥାନ୍ତି । କିନ୍ତୁ ବର୍ତ୍ତମାନ ଆଉ ଏହି ଶୋ' ଦେଖିବାକୁ ମିଳିବନି । ଏହି ଶୋ'ର ସିଜନ ୧୫ ଏବେ ଶେଷ ହୋଇଛି । ଶୋ'ର ଶେଷ ଏପିସୋଡରେ ଏହାକୁ ଅଲବିଦା କହି ବେଶ ଭାବବିହ୍ବଳ ହୋଇଛନ୍ତି ବିଗ୍ ବି । ଫ୍ୟାନ୍ସ ମଧ୍ୟ ବିଗ୍ ବିଙ୍କୁ ଦେଖି ଭାବୁକ ହୋଇଛନ୍ତି ।

କେବିସି ଶୋ'କୁ ସମାପ୍ତ କରି ଲାଟେଷ୍ଟ ବା ଶେଷ ଏପିସୋଡରେ ଅମିତାଭ କୁହନ୍ତି, ବନ୍ଧୁଗଣ ! ଆମେ ବର୍ତ୍ତମାନ ଯାଉଛୁ ଏବଂ ଆଉ ଏହି ପର୍ଯ୍ୟାୟ ଦେଖିବାକୁ ମିଳିବନି । ଆଉ ଆମେ ଏଠାକୁ ଆସିବୁ ନାହିଁ । ନା କହିବାକୁ ନା ସାହାସ ହେଉଛି ନା ମନ ହେଉଛି । ଏହି ମଞ୍ଚରେ ମୁଁ ସମସ୍ତଙ୍କୁ ଶେଷ ଥର ଏହା କହିବାକୁ ଯାଉଛି । ଶୁଭରାତ୍ରୀ । ଏହାକୁ କୋହଭରା କଣ୍ଠରେ କହି ଅମିତାଭ କାନ୍ଦି ପକାଇଛନ୍ତି । ଏହାଦେଖି ଫ୍ୟାନ୍ସ ମଧ୍ୟ ଭାବବିହ୍ବଳ ହୋଇଛନ୍ତି । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ସୂଚନା ଥାଉକି, ଶେଷ ଏପିସୋଡରେ ଶର୍ମିଲା ଟାଗୋର, ବିଦ୍ୟା ବାଲାନ ଏବଂ ସାରା ଅଲି ଖାନ ସାମିଲ ହୋଇଥିଲେ । ଏହି ସମୟରେ ବିଗ୍ ବି ଅଭିନେତ୍ରୀମାନଙ୍କ ସହ ଖୁବ୍ ମଜାଳିଆ କଥାବାର୍ତ୍ତା ସହ ଅନେକ ଖୁଲାସା କରିଛନ୍ତି । ୧୮ ଏପ୍ରିଲ ୨୦୨୩ରେ ଏହି ଶୋ' ସିଜନ ୧୫ ଆରମ୍ଭ ହୋଇଥିଲା । ଯାହା ବର୍ତ୍ତମାନ ଶେଷ ହୋଇଛି । କହିରଖୁଛୁ କି, ଏହି ସିଜର ପ୍ରଥମ କରୋଡପତି ଭାବେ ବିଜେତା ୨୧ ବର୍ଷୀୟ ଜଶକରଣ ସିଂ ହୋଇଥିବା ବେଳେ କିଡ୍ସ ସ୍ପେଶାଲ ଏପିସୋଡରେ ୧୨ ବର୍ଷୀୟ ମୟଙ୍କ ମଧ୍ୟ କରୋଡପତି ହୋଇଛନ୍ତି । ମୟଙ୍କ ଯିଏ ସବୁଠାରୁ କମ ବୟସର ହୋଇ ମଧ୍ୟ କରୋଡପତି ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଘରେ ବାସନ ମାଜନ୍ତି ବିଗ୍‌ ବି, କେବିସିରେ କଲେ ଖୁଲାସା

କେବିସି ପ୍ରିମିୟର ୩ ଜୁଲାଇ ୨୦୦୦ ମସିହାରେ ହୋଇଥିଲା । କେବଳ ଗୋଟିଏ ଏପିସୋଡ ଛାଡି ସମସ୍ତ ଏପିସୋଡ ହୋଷ୍ଟ କରିଛନ୍ତି ଅମିତାଭ ବଚ୍ଚନ । ଏହି ଶୋ' କୁଇଜ ଶୋ' ଭାବେ ବେଶ ଲୋକପ୍ରିୟତା ହାସଲ କରିବା ସହ ଘରେ ଘରେ ପରିଚିତ । ତେବେ ଆଗାମୀ ଏପିସୋଡ କେବେ ଆସିବ ସେନେଇ କୌଣସି ସୂଚନା ମିଳିପାରିନାହିଁ । ବିଗ ବିଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ନିକଟରେ ଅମିତାଭ ବଚ୍ଚନଙ୍କୁ ଟାଇଗର ଶ୍ରଫଙ୍କ ଚଳଚ୍ଚିତ୍ର ଗଣପଥରେ ଦେଖିବାକୁ ମିଳିଥିଲା । ତେବେ ତାଙ୍କ ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍ ପ୍ରମାଣିତ ହୋଇଥିଲା । ବର୍ତ୍ତମାନ ବିଗ୍ ବିଙ୍କ ଆଗାମୀ ପ୍ରୋଜେକ୍ଟ ପ୍ରଭାସଙ୍କ ସହ 'କଲ୍କି 2898 AD' । ଏହି ଫିଲ୍ମ ଆସନ୍ତା ବର୍ଷ ରିଲିଜ ହେବ । ଏଥିସହ ରଜନୀକାନ୍ତଙ୍କ ସହ 'ଥଲାଇୱର୍ 170' ମଧ୍ୟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.