ETV Bharat / city

Independence Day, ୧୦ଦିନରେ ଦେଢ଼ଲକ୍ଷ ତ୍ରିରଙ୍ଗା ତିଆରି କଲେ ମହିଳା ଗୋଷ୍ଠୀ

author img

By

Published : Aug 12, 2022, 10:23 PM IST

ସମ୍ବଲପୁରରେ ହର୍‌ ଘର୍‌ ତ୍ରିରଙ୍ଗା ଲାଗି ପ୍ରସ୍ତୁତି ଜୋରଦାର । ୧୦ ଦିନରେ ଦେଢ ଲକ୍ଷ ତ୍ରିରଙ୍ଗା ତିଆରି କଲେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା । ଅଧିକ ପଢନ୍ତୁ

Independence Day, ୧୦ଦିନରେ ଦେଢ଼ଲକ୍ଷ ତ୍ରିରଙ୍ଗା ତିଆରି କଲେ ମହିଳା ଗୋଷ୍ଠୀ
Independence Day, ୧୦ଦିନରେ ଦେଢ଼ଲକ୍ଷ ତ୍ରିରଙ୍ଗା ତିଆରି କଲେ ମହିଳା ଗୋଷ୍ଠୀ

ସମ୍ବଲପୁର: ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ 'ହର ଘର ତ୍ରିରଙ୍ଗା' କାର୍ଯ୍ୟକ୍ରମରେ ସାମିଲ ପାଇଁ ଆହ୍ବାନ ଦେଇଛନ୍ତି କେନ୍ଦ୍ର ସରକାର । ଏଥିଲାଗି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ତିଆରି କରୁଛନ୍ତି ଜାତୀୟ ପତାକା । ତେବେ ଜିଲ୍ଲା ପ୍ରଶାସନର ମିଶନ ଶକ୍ତି ପକ୍ଷରୁ ୧୦ଟି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ୧୦ ଦିନରେ ଦେଢ ଲକ୍ଷ ତ୍ରିରଙ୍ଗା ତିଆରି କରିଛନ୍ତି ।

Independence Day, ୧୦ଦିନରେ ଦେଢ଼ଲକ୍ଷ ତ୍ରିରଙ୍ଗା ତିଆରି କଲେ ମହିଳା ଗୋଷ୍ଠୀ

ଏଥିପାଇଁ ମିଶନ ଶକ୍ତି ପକ୍ଷରୁ ୧୦ ଦିନର ସମୟ ଦିଆଯାଇଥିଲା । ତେବେ ସ୍ବୟଂ ସହାୟକ ଗୋଷ୍ଠୀର ୪୦ ଜଣ ମହିଳା ଦିନ ରାତି ଏକ କରି ୧୦ ଦିନ ଭିତରେ ଦେଢ଼ ଲକ୍ଷ ତ୍ରିରଙ୍ଗା ତିଆରି କରି ଆଜି ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି । ଏହି ମହିଳା ମାନେ କଟକ, ସୁରତ ଓ କୋଲକାତାରୁ କପଡା ମଗାଇ ତ୍ରିରଙ୍ଗା ତିଆରି କରିଛନ୍ତି । ତେବେ ତ୍ରିରଙ୍ଗା ନିର୍ମାଣ କରି ଏହି ମହିଳା ମାନେ ବେଶ ଖୁସି ଅନୁଭବ କରିଥିବା କହିଛନ୍ତି ।

ଦେଶ ୭୫ବର୍ଷ ସ୍ବାଧୀନତା ଦିବସ ଲାଗି 'ଆଜାଦି କା ଅମୃତ ମହୋତ୍ସବ' ପାଳନ କରିଛି । ଏହି ଐତିହାସିକ ଦିନକୁ ଆହୁରି ସ୍ମରଣୀୟ ରଖିବା ଲାଗି କେନ୍ଦ୍ର ସରକାର 'ହର ଘର ତ୍ରିରଙ୍ଗା' କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି ଦିନ ପ୍ରତ୍ୟେକ ଦେଶବାସୀ ନିଜ ଘର ଉପରେ ତ୍ରିରଙ୍ଗା ପତାକା ଉଡ଼ାଇବାକୁ ଆହ୍ବାନ ରହିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.