ETV Bharat / city

ସମ୍ବଲପୁରରେ ପ୍ରଶ୍ନପତ୍ର ଲିକ୍‌, ଏଜୁକେସନ ଅନର୍ସ ପରୀକ୍ଷା ବାତିଲ

author img

By

Published : Jul 14, 2022, 1:05 PM IST

ଯୁକ୍ତ ତିନି ପରୀକ୍ଷାର ପ୍ରଶ୍ନପତ୍ର ଲିକ ହେବା ଯୋଗୁ ଚର୍ଚ୍ଚାରେ ବିଶ୍ବ ବିଦ୍ୟାଳୟ । ପ୍ରଶ୍ନପତ୍ର ଲିକ ହେବା ଜଣା ପଡିବା ପରେ ସମ୍ବଲପୁର ବିଶ୍ବ ବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରଣ ଆଜିର ପରୀକ୍ଷା ବାତିଲ କରିଥିବା ସୂଚନା ଦେଇଛନ୍ତି। ଅଧିକ ପଢନ୍ତୁ

ପ୍ରଶ୍ନପତ୍ର ଲିକ, ଏଜୁକେସନ ଅନର୍ସ ପରୀକ୍ଷା ବାତିଲ
ପ୍ରଶ୍ନପତ୍ର ଲିକ, ଏଜୁକେସନ ଅନର୍ସ ପରୀକ୍ଷା ବାତିଲ

ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ବିଶ୍ବ ବିଦ୍ୟାଳୟ । ଯୁକ୍ତ ତିନି ତୃତୀୟ ବର୍ଷ ପରୀକ୍ଷା ପ୍ରଶ୍ନପତ୍ର ଲିକ ହେବା ଜଣା ପଡିବା ପରେ ସମ୍ବଲପୁର ବିଶ୍ବ ବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରଣ ଆଜିର ପରୀକ୍ଷା ବାତିଲ କରିଥିବା ସୂଚନା ଦେଇଛନ୍ତି । ଆଜି ଏଜୁକେସନ ଅନର୍ସ ପରୀକ୍ଷା ଥିଲା । ସକାଳେ ଭାଇରାଲ ହେଉଥିବା ପ୍ରଶ୍ନପତ୍ର ପ୍ରକୃତ ପ୍ରଶ୍ନପତ୍ର ସହ ମେଳ ଖାଉଛି ବୋଲି ସ୍ବୀକାର କରିଛନ୍ତି କଲେଜ କର୍ତ୍ତୃପକ୍ଷ । ପ୍ରଶ୍ନପତ୍ର ସେଟ କରିଥିବା କର୍ମଚାରୀ ହିଁ ଏପରି କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି ।

ପ୍ରଶ୍ନପତ୍ର ଲିକ
ପ୍ରଶ୍ନପତ୍ର ଲିକ
ପ୍ରଶ୍ନପତ୍ର ଲିକ
ପ୍ରଶ୍ନପତ୍ର ଲିକ

ଯୁକ୍ତ ତିନି ଶେଷ ବର୍ଷର ଦ୍ଵିତୀୟ ସେମିଷ୍ଟର ଏଜୁକେସନ ଅନର୍ସ ପରୀକ୍ଷାର ପ୍ରଶ୍ନ ପତ୍ର ଲିକ ହୋଇଥିବା ଜଣାପଡିଛି । ଆଜି କଲେଜ ଗୁଡିକରେ ହେବାକୁ ଥିବା ଏହି ପରୀକ୍ଷା ପୂର୍ବରୁ ଏହାର ପ୍ରଶ୍ନପତ୍ର ଲିକ ହୋଇଥିବା ପ୍ରମାଣିତ ହେବା ପରେ ଆଜିର ପରୀକ୍ଷାକୁ କର୍ତ୍ତୃପକ୍ଷ ବାତିଲ କରିଥିବା ସୂଚନା ଦେଇଛନ୍ତି । ତେବେ ପ୍ରଶ୍ନପତ୍ର ଛପା ହେବା ପୂର୍ବରୁ ଏହା ଲିକ ହୋଇଥିବା କହିଛନ୍ତି କର୍ତ୍ତୃପକ୍ଷ । ଏହି ଘଟଣା ନେଇ ସମ୍ବଲପୁର ବିଶ୍ବ ବିଦ୍ୟାଳୟର କୁଳପତି ଏକ ତଦନ୍ତ କମିଟି ଗଠନ କରାଯାଇଛି । ଆବଶ୍ୟକ ପଡ଼ିଲେ ଏନେଇ ଥାନାରେ ଏତଲା ମଧ୍ୟ ଦିଆଯିବ ବୋଲି ସେ ସୂଚନା ଦିଆଯାଇଛି ।

ପ୍ରଶ୍ନପତ୍ର ଲିକ, ଏଜୁକେସନ ଅନର୍ସ ପରୀକ୍ଷା ବାତିଲ

ପରୀକ୍ଷା ପ୍ରଶ୍ନ ପତ୍ର ତିଆରି କରିଥିବା ଅଧ୍ୟାପକ ବିରୁଦ୍ଧରେ ଦୋଷ ପ୍ରମାଣିତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଏପରି ହେବା ଦ୍ବାରା 205ଟି କଲେଜର ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି । ତେବେ ଆଗକୁ ଠିକ ସମୟରେ ପୁଣି ପରୀକ୍ଷା କରାଯିବ ଓ ଫଳାଫଳ ବାହାରିବ ପିଲାଙ୍କର କୌଣସି ଅସୁବିଧା ହେବନାହିଁ ବୋଲି ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.