ETV Bharat / city

ରାତି ପାହିଲେ ନୂଆଁଖାଇ, ଘର ବାହୁଡ଼ା ପଶ୍ଚିମ ଓଡ଼ିଶାବାସୀ

author img

By

Published : Aug 31, 2022, 4:54 PM IST

people of western odisha returned home  for nuakhai
ରାତି ପାହିଲେ ନୂଆଁଖାଇ, ଘର ବାହୁଡ଼ା ପଶ୍ଚିମ ଓଡ଼ିଶାବାସୀ

ରାତି ପାହିଲେ ପଶ୍ଚିମ ଓଡ଼ିଶା ପାଳିବ ନୂଆଁଖାଇ । ଏଥିପାଇଁ ଚଳଚଞ୍ଚଳ ସମ୍ବଲପୁର । ପରିବାର ସହ ନୂଆ ଖାଇବା ପାଇଁ ଲୋକେ ଘରକୁ ଫେରୁଛନ୍ତି । ଅଧିକ ପଢ଼ନ୍ତୁ

ସମ୍ବଲପୁର: ରାତି ପାହିଲେ ନୂଆଁଖାଇ (nuakhai celebration in sambalpur)। ପୁଣି ଏକାଠି ହେବେ ପରିବାର ସମସ୍ତ ସଦସ୍ୟ । ଏହି ଦିନ ସମସ୍ତ ପରିବାରର ଏକାଠି ହେବାର ବହୁ ପୁରୁଣା ପରମ୍ପରା ରହିଛି । ଯେଉଁଠି ଥିଲେ ବି ଏବେ ଘରକୁ (people returned home for nuakhai) ଫେରୁଛନ୍ତି । ନୂଆଁଖାଇ ପାଇଁ ସମ୍ବଲପୁର ରେଳଷ୍ଟେସନର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି ।

ଘର ବାହୁଡ଼ା ପଶ୍ଚିମ ଓଡ଼ିଶାବାସୀ

ନୂଆଁଖାଇ ପଶ୍ଚିମ ଓଡ଼ିଶାର ବଡ଼ ପର୍ବ । ଏହାର ବିଶେଷତ୍ବ ହେଉଛି ପରିବାରର ଯିଏ ଯେଉଁଠି ଥିଲେ ଅନ୍ତତଃ ଗୋଟିଏ ଦିନ ପାଇଁ ଘରକୁ ଫେରିବେ । ନଚେତ ଘରେ ପର୍ବ ପାଳନ ହୁଏ ନାହିଁ । ଏକତାବଦ୍ଧ ଜୀବନ ଯାପନର ଶିକ୍ଷା ଦିଏ ନୂଆଁଖାଇ । କାହିଁ କେଉଁ କାଳରୁ ଏହି ପରମ୍ପରା ରହି ଆସିଛି । ଏହି ପରିପ୍ରେକ୍ଷୀରେ ସମ୍ବଲପୁର ରେଳ ଷ୍ଟେସନରେ ବେଶ ଭିଡ଼ ଦେଖିବାକୁ ମିଳିଥିଲା । ଏନେଇ ଘରକୁ ଫେରୁଥିବା ଯାତ୍ରୀ କହିଛନ୍ତି, " କେବଳ ଏହି ଦିନରେ ପରିବାରର ସମସ୍ତେ ଭେଟ ହୋଇଥାନ୍ତି । ଇଷ୍ଟଦେବୀଙ୍କୁ ଭୋଗ ଲଗାଇବା ପରେ ସମସ୍ତ ରାଗରୁଷା, ଅଭିମାନ ଭୁଲି ଏକାଠି ବସି ନୂଆଁ ଖାଇଥାନ୍ତି ।" ସମସ୍ତେ ଘରକୁ ଫରେ ବେଶ ଖୁସି ଅନୁଭବ କରିଛନ୍ତି ।

ପଶ୍ଚିମ ଓଡିଶାର ଲୋକେ ମୁଖ୍ୟତଃ କୃଷି ଉପରେ ନିର୍ଭର କରୁଥିବା ବେଳେ ଏହି ପର୍ବ ସମ୍ପୂର୍ଣ୍ଣ ରୂପେ କୃଷି ଭିତ୍ତିକ ଅଟେ (agricultural festival nuakhai) । ଏଥିରେ ପାରିବାରିକ,ସାମାଜିକ ଓ ଆଧ୍ୟାତ୍ମିକ ଦର୍ଶନର ପ୍ରତିଫଳନ ହୋଇଥାଏ । ପ୍ରକୃତି ପୂଜା, ଜ୍ୟେଷ୍ଠଙ୍କୁ ସମ୍ମାନ,କନିଷ୍ଠଙ୍କୁ ଆଦର ଓ ଏକତାବଦ୍ଧ ଜୀବନ ଶୈଳୀର ବର୍ତ୍ତା ଦେଇଥାଏ । ପ୍ରତ୍ୟେକ ବର୍ଷ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥୀ ଅର୍ଥାତ ଗଣେଶ ପୂଜାର ପରବର୍ତ୍ତୀ ଦିନରେ ନୂଆଁଖାଇ ପାଳିତ ହୁଏ । ନୂତନ ଭାବେ ଅମଳ ହୋଇଥିବା ନୂଆଁ ଧାନର ଚାଉଳକୁ ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କଠାରେ ଅର୍ପଣ କରାଯାଏ । ଏହାପରେ ନିଜ ନିଜ ଘରେ ଇଷ୍ଟ ଦେବାଦେବୀଙ୍କୁ ନବାନ୍ନ ନୈବେଦ୍ୟ ଆକାରରେ ନୂଆଁଖାଇ ଦିନ ଅର୍ପଣ କରାଯାଏ । ଏହା ପରେ ପରିବାରର ସମସ୍ତେ ଏକାଠି ବସି ନୂଆଁ ନବାନ୍ନ ଖାଇଥାନ୍ତି । କନିଷ୍ଠମାନେ ପରିବାରର ଜ୍ୟେଷ୍ଠଙ୍କୁ ମୁଣ୍ଡିଆ ମାରିଥାନ୍ତି ଓ ଜ୍ୟେଷ୍ଠମାନେ କନିଷ୍ଠ ମାନଙ୍କୁ ଆଶୀର୍ବାଦ ଦିଅନ୍ତି । ଏହାକୁ ଜୁହାର ଭେଟ ପରମ୍ପରା କୁହାଯାଏ । ପରିବାରର ଯିଏ ଯେଉଁଠି ଥିଲେ ମଧ୍ୟ ଘରକୁ ଫେରି ଏକାଠି ପରିବାର ସହ ନୂଆଁଖାଇ ପାଳିବାର ପରମ୍ପରା ରହିଛି । ପରିବାରର ଜଣେ ମଧ୍ୟ ଅନୁପସ୍ଥିତ ରହିଲେ ନୂଆଁଖାଇ ପାଳନ ହୋଇନଥାଏ । ସଭିଙ୍କ ପାଇଁ ନୂଆ ବସ୍ତ୍ର କିଣାହୁଏ । ଘରେ ଘରେ ପିଠାପଣାର ଆସର ଜମିଥାଏ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.