ETV Bharat / city

ପ୍ରହସନ ପାଲଟିଛି ଆମ୍ବୁଲାନ୍ସ ସେବା, ରୋଗୀ ହନ୍ତସନ୍ତ

author img

By

Published : Sep 3, 2019, 7:51 PM IST

ପ୍ରହସନ ପାଲଟିଛି ଆମ୍ବୁଲାନ୍ସ ସେବା, ରୋଗୀ ହନ୍ତସନ୍ତ

ରାଉରକେଲାରେ ବିପର୍ଯ୍ୟସ୍ତ 108 ଆମ୍ବୁଲାନ୍ସ ସେବା । ଅଧାରାସ୍ତାରେ ହନ୍ତସନ୍ତ ହେଉଛନ୍ତି ରୋଗୀ । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାଉରକେଲାର ବଣାଇ ଉପଖଣ୍ଡରେ ।

ରାଉରକେଲା: ସହରରେ ବିପର୍ଯ୍ୟସ୍ତ108 ଆମ୍ବୁଲାନ୍ସ ସେବା । ଅଧା ରାସ୍ତାରେ ହନ୍ତସନ୍ତ ହେଉଛନ୍ତି ରୋଗୀ । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାଉରକେଲାର ବଣାଇ ଉପଖଣ୍ଡରେ ।

ପ୍ରହସନ ପାଲଟିଛି ଆମ୍ବୁଲାନ୍ସ ସେବା, ରୋଗୀ ହନ୍ତସନ୍ତ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଭାଗିଦାରୀରେ ଚାଲିଥିବା ରାଷ୍ଟ୍ରୀୟ ଆମ୍ବୁଲାନ୍ସ ସେବା ଯୋଜନାରେ ଗତ 5 ବର୍ଷ ପୂର୍ବରୁ 108 ଆମ୍ବୁଲାନ୍ସ ସେବା ଆରମ୍ଭ କରାଯାଇଛି। ବର୍ତ୍ତମାନ ଏହି ଆମ୍ବୁଲାନ୍ସ ଗାଡି ଗୁଡିକ ପୁରୁଣା ହୋଇଯାଇ ଥିବାବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମରାମତି କିମ୍ବା ରକ୍ଷଣାବେକ୍ଷଣରେ ଅହେତୁକ ଅବହେଳା ଦେଖିବାକୁ ମିଳୁଛି ।

ଆମ୍ବୁଲାନ୍ସ ଅଛି କିନ୍ତୁ ଏସି କାମ କରୁନି । କାହାର ଝରକା କାଚ ନାହିଁ ତ କାହାର କବାଟରେ ରସି ବନ୍ଧା ହୋଇ ଚାଲିଛି ଆମ୍ବୁଲାନ୍ସ । 108 ଆମ୍ବୁଲାନ୍ସ ସେବା ପ୍ରହସନରେ ପରିଣତ ହୋଇଛି ।

ଏଥିରେ ଜରୁରୀକାଳୀନ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ ସମୟରେ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ଜ୍ବଳନ୍ତ ଉଦହରଣ ଦେଖିବାକୁ ମିଳିଛି ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ। ବଣାଇଁ ବ୍ଲକ ଅନ୍ତର୍ଗତ ଜମକେଇ ଗ୍ରାମର ଜଣେ ରୋଗୀଙ୍କୁ(ଚନ୍ଦ୍ରାବତୀ ରଣା) ଗୁରୁତର ଅବସ୍ଥାରେ 108 ଆମ୍ବୁଲାନ୍ସ ଯୋଗେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରୁ ରାଉରକେଲା ସରକାରୀ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

ତେବେ ବଣାଇଁ ଗୁରୁଣ୍ଡିଆ ରାସ୍ତାର ତୁରାମୁରା ଗ୍ରାମ ନିକଟରେ ହଠାତ୍ ଆମ୍ବୁଲାନ୍ସଟି ଅଚଳ ହୋଇ ଆଗକୁ ଗଡି ପାରିନଥିଲା। ଫଳରେ ସେହି ରୋଗୀଙ୍କ ସମ୍ପର୍କୀୟ ଏକ ଘରୋଇ ଗାଡିରେ ତାଙ୍କୁ ସେଠାରୁ ରାଉରକେଲାକୁ ନେଇଥିଲେ। ଏହାକୁ ନେଇ ଏବେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ରାଉରକେଲାରୁ ରାଜେନ୍ଦ୍ର ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ବଣାଇଁ ଅଧାବାଟରେ ଅଟକିଲା ଆମ୍ବୁଲାନ୍ସ, ରୋଗୀ ହଟହଟା।
-----------------------------------
ରାଉରକେଲା- 108 ଆମ୍ବୁଲାନ୍ସ ସେବା ରେ ଚାଲିଥିବା ଏମ୍ବୁଲାନ୍ସ ଅବସ୍ଥା ଖରାପ। କାହାର ଏସି କାମ କରୁ ନାହିଁ ତ ଝରକା କାଚ ନାହିଁ,କବାଟ ରାଡ଼ସି ରେ ବନ୍ଧା ହୋଇ ଚାଲିଛି। ଅବସ୍ଥା ରେ ପରିବର୍ତନ ନ ଆଣିଲେ ଆମ୍ବୁଲାନ୍ସ ସେବା ବିପର୍ଯସ୍ତ ହୋଇ ପାରେ।
Body:ଆଜି ବଣାଇ ଉପଖଣ୍ଡରେ ବର୍ତ୍ତମାନ ଚାଲିଥିବା ୧୦୮ ଆମ୍ବୁଲାନ୍ସ ସେବା ପ୍ରହସନରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଭାଗିଦାରୀରେ ଚାଲିଥିବା ରାଷ୍ଟ୍ରୀୟ ଆମ୍ବୁଲାନ୍ସ ସେବା ଯୋଜନାରେ ଗତ ୫ ବର୍ଷ ପୂର୍ବରୁ ୧୦୮ ଆମ୍ବୁଲାନ୍ସ ସେବା କାର୍ଯ୍ୟକ୍ଷମ ଆରମ୍ଭ କରାଯାଇଛି। ବର୍ତ୍ତମାନ ଏହି ଆମ୍ବୁଲାନ୍ସ ସେବା ଗାଡି ଗୁଡିକ ପୂରୁଣା ହୋଇଯାଇ ଥିବା ବେଳେ ଏ ଗୁଡ଼ିକ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମରାମତି କିମ୍ବା ରକ୍ଷଣାବେକ୍ଷଣ ଅଭାବରୁ ଗାଡି ଗୁଡିକ ନାହିଁନଥିବା ଅବସ୍ଥା ଯାହା ଫଳରେ ଏହି ଆମ୍ବୁଲାନ୍ସ ସେବା ଗୁଡିକର ଏସି କାମ ନକରିବା, ପୂରୁଣା ଚକ ଲଗାଯାଇ ଥିବା କବାଟ ଗୁଡିକ ଭାଙ୍ଗି ଯାଇଥିବା ତଥା ଯନ୍ତାଶଂ ଗୁଡିକ ପୂରୁଣା ହୋଇଯିବା ଫଳରେ ୧୦୮ ଆମ୍ବୁଲାନ୍ସ ସେବା ର ଗାଡି ଗୁଡିକ ଦୟନୀୟ ଭାବେ ପଡିରହିଛି। ଏଥିରେ ଜରୁରୀ କାଳୀନ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ ସମୟରେ ରୋଗୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ପଡୁଛି। ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଆଜି ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ। ବଣାଇଁ ବ୍ଲକ ଅନ୍ତର୍ଗତ ଜମକେଇ ଗ୍ରାମର ଜଣେ ରୋଗୀ ଚନ୍ଦ୍ରାବତୀ ରଣା ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରୁ ରାଉରକେଲା ସରକାରୀ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। Conclusion:ତେବେ ବଣାଇଁ ଗୁରୁଣ୍ଡିଆ ରାସ୍ତାର ତୁରାମୁରା ଗ୍ରାମ ନିକଟରେ ହଠାତ୍ ଆମ୍ବୁଲାନ୍ସ ଟି ଅଚଳ ହୋଇ ଆଗକୁ ଗଡି ପାରିନଥିଲା। ଫଳରେ ସେହି ରୋଗୀଙ୍କ ସଂପର୍କୀୟ ମାନେ ଏକ ଘରୋଇ ଗାଡିରେ ସେଠାରୁ ରାଉରକେଲାକୁ ନେଇଥିଲେ। ଫଳରେ ରୋଗୀ ଓ ତାଙ୍କ ପରିବାର ମାନସିକ ଯନ୍ତ୍ରଣା ପାଇବା ସହିତ ହଟହଟା ହୋଇଥିବାରୁ ଏଥିନେଇ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.