ETV Bharat / city

ପୁରୀ ଜେଲ୍‌ରେ କଏଦୀ ମୃତ୍ୟୁ ଘଟଣା, ହତ୍ୟା ଅଭିଯୋଗ ଆଣିଲେ ପରିବାର

author img

By

Published : Aug 13, 2022, 12:36 PM IST

Updated : Aug 13, 2022, 1:15 PM IST

ପୁରୀ ଜିଲ୍ଲା କାରାଗାରରେ କଏଦୀର ଆତ୍ମହତ୍ୟା ଘଟଣା,ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର
ପୁରୀ ଜିଲ୍ଲା କାରାଗାରରେ କଏଦୀର ଆତ୍ମହତ୍ୟା ଘଟଣା,ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର

ପୁରୀ ଜିଲ୍ଲା ମୁଖ୍ୟ କାରାଗାରରେ କଏଦୀର ଆତ୍ମହତ୍ୟା ଘଟଣାରେ ନୂଆ ମୋଡ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଅଧିକ ପଢନ୍ତୁ

ପୁରୀ: ଜିଲ୍ଲା ମୁଖ୍ୟ କାରାଗାରରେ ବିଚାରଧୀନ କଏଦୀର ଆତ୍ମହତ୍ୟା ଘଟଣା ଏବେ ନୂଆ ମୋଡ଼ ନେଇଛି । ଆତ୍ମହତ୍ୟା ନୁହେଁ ବରଂ ଜେଲ୍‌ରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ମୃତ କଏଦୀଙ୍କ ପରିବାର । ମୃତ ଯୁବକ ଜଣକ ହେଉଛନ୍ତି ବ୍ରହ୍ମଗିରି ଥାନା ଶିଶାପୁରି ନୂଆପଡ଼ାର ବିଶ୍ବନାଥ ବାରିକ । ସୂଚନା ଅନୁସାରେ, ବ୍ରହ୍ମଗିରି ଅଞ୍ଚଳର ବିଶ୍ବନାଥଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପୁରୀ ଜିଲ୍ଲା କାରାଗାରରେ ବିଚାରାଧୀନ କଏଦୀ ଭାବେ ରହିଥିଲା ବିଶ୍ବନାଥ ।

ସେ ଜେଲ୍‌ର ବାଥରୁମରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ନେଇ ପ୍ରାଥମିକ ତଦନ୍ତରୁ ସୂଚନା ମିଳିଥିଲା । ତେବେ କିପରି କେଉଁ ପରିସ୍ଥିତିରେ ବିଶ୍ବନାଥଙ୍କ ମୃତ୍ୟୁ ହୋଇଛି ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରହିଛି । ଅନ୍ୟପଟେ ଯୁବକଙ୍କ ଆତ୍ମହତ୍ୟା ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ପରିବାର ଲୋକେ ।

ପୁରୀ ଜିଲ୍ଲା କାରାଗାରରେ କଏଦୀର ଆତ୍ମହତ୍ୟା ଘଟଣା,ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର

ଏହାବି ପଢନ୍ତୁ: ପୁରୀ ଜିଲ୍ଲା କାରାଗାରରେ କଏଦୀର ଆତ୍ମହତ୍ୟା

ବିଶ୍ବନାଥ ମାଆଙ୍କ କହିବା ଅନୁଯାୟୀ, ''ସ୍ଥାନୀୟ ଅଞ୍ଚଳର ଜଣେ ଝିଅ ସହ ବିଶ୍ବନାଥଙ୍କର ପ୍ରେମ ସମ୍ପର୍କ ଥିଲା । ହେଲେ ଉଭୟଙ୍କ ଜାତି ଅଲଗା ହୋଇଥିବାରୁ ସମସ୍ୟା ସୃଷ୍ଟି ହୋଇଥିଲା । ଏପରିକି ଝିଅଟି ନାବାଳିକା ଥିବାରୁ ଏଭଳି ମିଛ ମାମଲା ଲଗାଇ ଝିଅର ପରିବାର ଲୋକେ ତାଙ୍କ ପୁଅକୁ ଫସାଇ ଦେଇଥିଲେ । ମିଛ କେସ୍‌ରେ ତାଙ୍କୁ ଜେଲକୁ ପଠାଯାଇଥିଲା । ଝିଅର ପିରିବାର ଲୋକ, ପୋଲିସ ଏବଂ ଜେଲ କର୍ତ୍ତୃପକ୍ଷ ମିଳିତ ଷଡଯନ୍ତ୍ର କରି ବିଶ୍ବନାଥଙ୍କୁ ହତ୍ୟା କରିଥିବା ସେ କହିଛନ୍ତି ।" ମୃତକଙ୍କ ମାଆ ହତ୍ୟା ଅଭିଯୋଗ ସହ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଥିବାବେଳେ, ଜିଲ୍ଲା ମୁଖ୍ୟ କାରାଗାରରେ ଏତେ କଡା ସୁରକ୍ଷା ମଧ୍ୟରେ କଏଦୀଙ୍କ ଆତ୍ମହତ୍ୟା ଜେଲ୍‌ ପୋଲିସ ଓ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଇଟିଭି ଭାରତ, ପୁରୀ

Last Updated :Aug 13, 2022, 1:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.