ETV Bharat / city

ବାଲୁକା କଳାରେ ରୌପ୍ୟ ବିଜୟିନୀ ଭାବିନାବେନଙ୍କୁ ଶୁଭେଚ୍ଛା

author img

By

Published : Aug 29, 2021, 4:27 PM IST

ପାରାଲିମ୍ପିକ୍ସରେ ଭାବିନାଙ୍କ ସଫଳତା ପାଇଁ ବାଲୁକା ଚିତ୍ରକଳାରେ ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଅଧିକ ପଢନ୍ତୁ..
ପାରାଲିମ୍ପିକ୍ସରେ ଭାବିନାଙ୍କୁ ରୌପ୍ୟ, ବାଲୁକା କଳାରେ ଶୁଭେଚ୍ଛା
ପାରାଲିମ୍ପିକ୍ସରେ ଭାବିନାଙ୍କୁ ରୌପ୍ୟ, ବାଲୁକା କଳାରେ ଶୁଭେଚ୍ଛା

ପୁରୀ: ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସରେ ଭାରତର ଟେବୁଲ ଟେନିସ ଖେଳାଳି ଭାବେ ଭାବିନା ପଟେଲଙ୍କୁ ମିଳିଛି ରୌପ୍ୟ ପଦକ । ଟୋକିଓ ପାରାଲିମ୍ପିକ୍ସରେ ରୌପ୍ୟ ବିଜୟିନୀ ଭାବିନା ପଟେଲଙ୍କ ସଫଳତାକୁ ନେଇ ବାଲୁକା କଳା କରିଛନ୍ତି ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏହି ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ଏହି ବିଶେଷ ସଫଳତା ପାଇଁ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ମଧ୍ୟ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା କରି ଶୁଭେଚ୍ଛା ଜଣାଇଛନ୍ତି ।

ପାରାଲିମ୍ପିକ୍ସରେ ଭାବିନାଙ୍କୁ ରୌପ୍ୟ, ବାଲୁକା କଳାରେ ଶୁଭେଚ୍ଛା

ସୂଚନାନୁସାରେ ସେ ଓ୍ବିମେନ୍ସ ସିଙ୍ଗିଲ୍ସ ଟେବୁଲ ଟେନିସ ଫାଇନାଲରେ ଭାବିନା ତାଙ୍କ ଚୀନ୍ ପ୍ରତିଦ୍ବନ୍ଦୀ ୟିଙ୍ଗ ଝୋଙ୍କୁ ଭେଟି ୩-୦ ସେଟରେ ହାରି ସ୍ବର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ । ତେବେ ପାରାଲିମ୍ପିକ୍ସ ଟିଟିରେ ପଦକ ଜିତିବାରେ ଭାବିନା ହେଉଛନ୍ତି ପ୍ରଥମ ଭାରତୀୟ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭୁରି ପ୍ରଶଂସା କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଭାବିନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଉ ଏହି ଐତିହାସିକ ରୌପ୍ୟ ପଦକ ଦେଶବାସୀଙ୍କ ପାଇଁ ଗର୍ବ ଓ ଗୌରବ ଆଣିଛି ।



ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.