ETV Bharat / city

ଶ୍ରୀଜୀଉଙ୍କ ବିନା ଶୂନ୍ୟ ଶ୍ରୀକ୍ଷେତ୍ର, ବାବନା ଭୂତ ଜଗିଛି ରତ୍ନ ସିଂହାସନ

author img

By

Published : Jul 4, 2022, 6:02 AM IST

ନୀଳାଦ୍ରି କନ୍ଦର ଶୂନ୍ୟ, ରତ୍ନବେଦୀ ଶୂନ୍ୟ, ସବୁକିଛି ସୁନା ସୁନା କାଳିଆ ବିନା । ୯ ଦିନ ପାଇଁ କାଳିଆ ସାଆନ୍ତେ ଆଡପ ମଣ୍ଡପରେ ବିଜେ କରିବା ପରେ ଖାଁ ଖାଁ ବଡ ଦାଣ୍ଡ, ଶୂନ୍ୟ ଶ୍ରୀକ୍ଷେତ୍ର । ଅନେକଙ୍କ ମନରେ ଏ ପ୍ରଶ୍ନ ଉଙ୍କି ମାରେ, ୯ ଦିନ ବଡଠାକୁରଙ୍କ ବିନା ବଡଦେଉଳ କେମିତି ଚାଲେ । ତେବେ ଆସନ୍ତୁ ଜାଣିବା ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଶ୍ରୀମନ୍ଦିରରେ କି କି ନୀତିକାନ୍ତି ହୁଏ । ଅଧିକ ପଢନ୍ତୁ

ଶ୍ରୀଜୀଉଙ୍କ ବିନା ଶୂନ୍ୟ ଶ୍ରୀକ୍ଷେତ୍ର, ବାବନା ଭୂତ ଜଗିଛି ରତ୍ନ ସିଂହାସନ
ଶ୍ରୀଜୀଉଙ୍କ ବିନା ଶୂନ୍ୟ ଶ୍ରୀକ୍ଷେତ୍ର, ବାବନା ଭୂତ ଜଗିଛି ରତ୍ନ ସିଂହାସନ

ପୁରୀ: ନୀଳାଦ୍ରି କନ୍ଦର ଶୂନ୍ୟ, ରତ୍ନବେଦୀ ଶୂନ୍ୟ, ସବୁକିଛି ସୁନା ସୁନା କାଳିଆ ବିନା । ବରଷକ ପରେ ଜନ୍ମବେଦୀରେ ଆବିର୍ଭୁତ କାଳିଆ ସାଆନ୍ତେ । ଗୁଡ ହାଣ୍ଡି ପଛେ ପଛେ ଯନ୍ଦା ଯେମିତି କାଳିଆ ପଛେ ପଛେ ଭକ୍ତ ସେମିତି । ଫଳରେ ପୂର୍ଣ୍ଣ, ପବିତ୍ର ହୋଇଯାଇଛି ଶ୍ରୀଗୁଣ୍ଡିଚା ମନ୍ଦିର । ଭକ୍ତଙ୍କ ଗହଳିରେ ଫାଟି ପଡୁଛି ରାଣୀ ଗୁଣ୍ଡିଚାଙ୍କ କୋଳ । ଏପଟେ ଖାଁ ଖାଁ ବଡଦାଣ୍ଡ ଆଉ ଶୂନ୍ୟ ଶ୍ରୀକ୍ଷେତ୍ର । ଅନେକଙ୍କ ମନରେ ଏ ପ୍ରଶ୍ନ ଉଙ୍କି ମାରେ, ୯ ଦିନ ବଡଠାକୁରଙ୍କ ବିନା ବଡଦେଉଳ କେମିତି ଚାଲେ । ତେବେ ଆସନ୍ତୁ ଜାଣିବା ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଶ୍ରୀମନ୍ଦିରର କେତେକ ବିଶେଷ ଉପଚାର ବାବଦରେ...

ଶ୍ରୀଜୀଉଙ୍କ ବିନା ଶୂନ୍ୟ ଶ୍ରୀକ୍ଷେତ୍ର, ବାବନା ଭୂତ ଜଗିଛି ରତ୍ନ ସିଂହାସନ

ସେବାୟତଙ୍କ ମତ ଅନୁସାରେ ମହାପ୍ରଭୁ ୯ ଦିନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଯାତ୍ରା କରିବା ସମୟରେ ଭୂଦେବୀ, ଶ୍ରୀଦେବୀ, ଲକ୍ଷ୍ମୀ ସାଆନ୍ତାଣୀଙ୍କ ସହ ନୀଳମାଧବ ଉପବେଶନ କରନ୍ତି ଶ୍ରୀମନ୍ଦିରରେ । ଏହି ୯ ଦିନ ଶ୍ରୀମନ୍ଦିରରେ ଅନ୍ନଭୋଗ ପ୍ରସ୍ତୁତ ହୋଇନଥାଏ । ଅନ୍ୟ ଦେବାଦେବୀମାନଙ୍କ ନିକଟରେ କେବଳ ଶୁଖିଲା ଭୋଗ ଲାଗି କରାଯାଏ । କୁହାଯାଏ ଯେ, ୯ ଦିନ ପାଇଁ ମହାପ୍ରଭୁଙ୍କ ଗର୍ଭଗୃହ ବନ୍ଦ ରହିଥାଏ । ଏହିସମୟରେ ବାବନା ଭୂତ ମହାପ୍ରଭୁଙ୍କ ରତ୍ନବେଦୀକୁ ଜଗିଥାନ୍ତି ।

ସେପଟେ ଶ୍ରୀମନ୍ଦିର ଚତୁର୍ପାଶ୍ବକୁ ଲାଗିଥିବା ଅନ୍ୟାନ୍ୟ ମନ୍ଦିରରେ ଥିବା ଦେବାଦେବୀଙ୍କ ନୀତିକାନ୍ତି ଚାଲିଥାଏ । ମହାଲକ୍ଷ୍ମୀଙ୍କ ସ୍ବତନ୍ତ୍ର ରୋଷଘରେ ଶୁଖିଲା ଭୋଗ ପ୍ରସ୍ତୁତ ହୁଏ, ଏସବୁ ଭୋଗ ମଧ୍ୟ ଆଡପ ମଣ୍ଡପକୁ ପଠାଯାଏ । ଅନ୍ନ ଭୋଗ ହେଉନଥିବାରୁ ଶୂନ୍ୟ ପଡିଥାଏ ଆନନ୍ଦ ବଜାର । ଭୂଦେବୀ ଶ୍ରୀଦେବୀ ଓ ନୀଳମାଧବଙ୍କ ଦର୍ଶନ କରିବା ସହ ଚକା ବଇଠି, ଯେଉଁଠାରେ ମହାପ୍ରଭୁ ଅନବସରରେ ବିରାଜମାନ କରିଥାନ୍ତି ତାକୁ ଛୁଇଁ କୋଟି କୈବଲ୍ୟ ପୂଣ୍ୟ ଲାଘବ କରନ୍ତି ଭକ୍ତ ।

ବାହୁଡା ବିଜେ ସମୟରେ ଶ୍ରୀମନ୍ଦିର ସମ୍ମୁଖରେ ଅଧରପଣା ଓ ସୁନାବେଶ ସମୟରେ ସ୍ବତନ୍ତ୍ର ଭାବେ ଫାଳ ଶୁଲା ମହନ ଭୋଗ, ଖଳି ରୁଟି ଆଦି ରଥରେ ଭୋଗ କରାଯାଏ । ଏହି ଭୋଗକୁ ମଧ୍ୟ ଆନନ୍ଦ ବଜାରରେ ବିକ୍ରି କରାଯାଏ, ଯାହାକୁ ରଥଭୋଗ ବୋଲି କୁହାଯାଏ । କାଳିଆକୁ ଝୁରି ଝୁରି ଶୁଖା ଶୁଖା ବିତେ ଏହି ନଅ ଦିନ, ଅପେକ୍ଷାରେ ଆନନ୍ଦ ବଜାରକୁ ବଡଦାଣ୍ଡ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.