ETV Bharat / city

ରଥଖଳାକୁ କପଡାରେ ଆବଦ୍ଧ କଲା ପ୍ରଶାସନ, ଭକ୍ତଙ୍କ ମହଲରେ ଅସନ୍ତୋଷ

author img

By

Published : May 7, 2022, 5:32 PM IST

ରଥ ନିର୍ମାଣ କାର୍ଯ୍ୟ ଦେଖିପାରିବେନି ଭକ୍ତ, କପଡାରେ ଆବଦ୍ଧ କଲା ପ୍ରଶାସନ
ରଥ ନିର୍ମାଣ କାର୍ଯ୍ୟ ଦେଖିପାରିବେନି ଭକ୍ତ, କପଡାରେ ଆବଦ୍ଧ କଲା ପ୍ରଶାସନ

ରଥଖଳାକୁ କପଡାରେ ଆବଦ୍ଧ କଲା ପୁରୀ ଜିଲ୍ଲା ପ୍ରଶାସନ । ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ । ଅଧିକ ପଢନ୍ତୁ

ପୁରୀ: ରଥଖଳାକୁ କପଡାରେ ଆବଦ୍ଧ କଲା ପୁରୀ ଜିଲ୍ଲା ପ୍ରଶାସନ । ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଦେଖିବାରୁ ବଞ୍ଚିତ ରହିବେ ଭକ୍ତ । ପୁରୀ ଜିଲ୍ଲା ପ୍ରଶାସନର ଏହି ନିୟମକୁ ନେଇ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେବେ ରଥଖଳାରେ ଯେପରି କୌଣସି ଭିଡ଼ ନହେବ ତାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ରଥଖଳାକୁ କପଡାରେ ଆବଦ୍ଧ କରାଯିବା ପରେ ଜଗନ୍ନାଥ ପ୍ରେମୀ ଓ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପୁରୀକୁ ଆସୁଥିବା ଭକ୍ତ ମହାପ୍ରଭୁଙ୍କ ଦର୍ଶନ ସମେତ ରଥଖଳାରେ ନିର୍ମାଣ କାର୍ଯ୍ୟ ଦେଖି ନିଜକୁ ଧନ୍ୟ ମନେକରନ୍ତି । ପୂର୍ବରୁ କେବେବି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ରଥ ଖଳା ଚାରିପଟେ କପଡା ଦ୍ୱାରା ଆବଦ୍ଧ କରାଯାଇ ନ ଥିଲା । ଫଳରେ ଦୂର ଦୁରାନ୍ତରୁ ଆସିଥିବା ଭକ୍ତ ବଡ଼ ଦାଣ୍ଡରେ ରଥଖଳାରେ କିଛି ସମୟ ଅଟକି ରଥ ନିର୍ମାଣ କାର୍ଯ୍ୟ ଦେଖୁଥିଲେ ।

2020-21ରେ କୋଭିଡ କଟକଣା ହେତୁ ଭକ୍ତ ଙ୍କ ଭିଡ଼ ସମାଗମ ହେବା ଆଶଙ୍କାରେ ଦୁଇ ବର୍ଷ ରଥଖଳାକୁ ଧଳା କପଡାରେ ଆବଦ୍ଧ କରାଯାଇଥିଲା । ମାତ୍ର ଚଳିତ ବର୍ଷ କୋଭିଡ କଟକଣା ହଟିବା ପରେ ମଧ୍ୟ ପ୍ରଶାସନର ଏହି ନିଷ୍ପତ୍ତି ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ରଥଖଳାରୁ କପଡା ହଟାଇବାକୁ ଭକ୍ତଙ୍କ ମହଲରେ ଦାବି ହୋଇଛି ।



ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.