ETV Bharat / city

ପୁରୀ ସ୍ବର୍ଗଦ୍ବାରରୁ ହଟିଲା କଟକଣା, ୧୦ ଜଣଙ୍କୁ ଅନୁମତି

author img

By

Published : Jan 29, 2022, 2:19 PM IST

ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର ପାଇଁ ନୂଆ SOP, ୧୦ ଜଣଙ୍କୁ ଅନୁମତି
ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର ପାଇଁ ନୂଆ SOP, ୧୦ ଜଣଙ୍କୁ ଅନୁମତି

ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର ପାଇଁ ନୂଆ SOP ଜାରି କଲା ପୁରୀ ପ୍ରଶାସନ । ମୃତକଙ୍କ ସହ କେବଳ ୧୦ ଜଣଙ୍କୁ ରହିଛି ଅନୁମତି । ଅଧିକ ପଢନ୍ତୁ

ପୁରୀ: ସ୍ବର୍ଗଦ୍ବାରରେ ମୃତଦେହ ଦାହ ନେଇ ଲାଗିଥିବା କଟକଣା ହଟିଛି । ଏଣିକି ପୂର୍ବଭଳି ଅନ୍ୟ ଜିଲ୍ଲାର ଲୋକଙ୍କ ମଧ୍ୟ ଅନ୍ତିମ ସତ୍କାର ହୋଇପାରିବ । ହେଲେ ଏଥିପାଇଁ କିଛି ନୂଆ ଏସଓପି ଜାରି କରିଛି ପୁରୀ ପ୍ରଶାସନ । କୋଭିଡରେ ପ୍ରାଣ ହରାଇଥିବା ମୃତକଙ୍କ ଦାହ ସଂସ୍କାର ଉପରେ କଟକଣା ରହିଛି । କୋଭିଡ ଜନିତ ମୃତ ହୋଇନଥିବା ନେଇ ଆବଶ୍ୟକୀୟ ପ୍ରମାଣପତ୍ର ସାଙ୍ଗରେ ଆଣି ସ୍ଵର୍ଗଦ୍ୱାର ଆସିବାକୁ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ।

ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର ପାଇଁ ନୂଆ SOP, ୧୦ ଜଣଙ୍କୁ ଅନୁମତି

ନୂଆ SOP ଅନୁଯାୟୀ, ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ କେବଳ 10 ଜଣ ଉପସ୍ଥିତ ରହିବାକୁ ଅନୁମତି ରହିଛି । ସେହିପରି କୋଭିଡ ଗାଇଡ଼ଲାଇନ କଡାକଡି ପାଳନ ତଥା ମାସ୍କ , ସାନିଟାଏଜର ବ୍ୟବହାର ସମେତ ସାମାଜିକ ଦୂରତା ରଖିବା ପାଇଁ ନିର୍ଦ୍ଦେଶ ରହିଛି । ସ୍ବର୍ଗଦ୍ବାରରେ ସମସ୍ତ କୋଭିଡ ଗାଇଡଲାଇନ ମାନିବାକୁ ଜିଲ୍ଲାପାଳ ଅପିଲ୍ କରିଛନ୍ତି । ନିୟମ ଉଲ୍ଲଙ୍ଘନ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି SOPରେ ବ୍ୟବସ୍ଥା ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.