ETV Bharat / city

2021ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଗଣନା ଭୁଲ,ସ୍ପଷ୍ଟ କଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ

author img

By

Published : Nov 4, 2020, 4:12 AM IST

mahaprabhu nagarjuna besa issue
2021ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଗଣନା ଭୁଲ,ସ୍ପଷ୍ଟ କଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ

ଆସନ୍ତାବର୍ଷ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ହେବ ନାହିଁ । ଏ ନେଇ ସ୍ପଷ୍ଟ କଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର । ନୂତନ ପାଞ୍ଜି ବାହାରିବା ପରେ ସବୁ ସ୍ପଷ୍ଟ ହେବ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

ପୁରୀ :2021ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ନେଇ ଗଣନା ଭୁଲ । ଏନେଇ ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ । ଲୋକଙ୍କୁ ଭ୍ରମିତ କରିବା ପାଇଁ ଏଭଳି ଭୁଲ ତଥ୍ୟ ଦିଆଯାଇଛି ବୋଲି କହିଛନ୍ତି ।

2021ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଗଣନା ଭୁଲ,ସ୍ପଷ୍ଟ କଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ

୨୦୨୧ ନଭେମ୍ବର ୧୫ ତାରିଖରେ ହେବ ନାହିଁ ନାଗାର୍ଜୁନ ବେଶ । ଯେଉଁ ସବୁ କ୍ୟାଲେଣ୍ତରରେ ଏହା ଉଲ୍ଲେଖ ରହିଛି ତାହା ସମ୍ପୂର୍ଣ୍ଣ ଭୁଲ । ଲୋକଙ୍କୁ ଭ୍ରମିତ କରିବା ପାଇଁ କ୍ୟାଲେଣ୍ତରରେ ଏଭଳି ଭୁଲ ତଥ୍ୟ ଦିଆଯାଇଛି । ଏହି ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର ସ୍ପଷ୍ଟ କରିଛନ୍ତି । 2021 ପଞ୍ଚୁକରେ ମଳ ତିଥି ପଡୁଥିବା ହେତୁ ପଞ୍ଚୁକ 5 ଦିନ ପରିବର୍ତେ 6 ଦିନ ହେବ । ପୁଣି ଥରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ ବୋଲି ବଜାରକୁ ଆସିଥିବା ୨୦୨୧ କ୍ୟାଲେଣ୍ତରରେ ଏହା ଉଲ୍ଲେଖ ରହିଥିବା ଦେଖିବାକୁ ମିଳିଛି । କିନ୍ତୁ ଏହି ତଥ୍ୟ ଗଣନା ଠିକ ନୁହେଁ । ଆସନ୍ତା ବର୍ଷ କାର୍ତ୍ତିକରେ ପଞ୍ଚୁକ ପାଞ୍ଚଦିନ ପଡ଼ୁଥିବାରୁ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ ନାହିଁ । ଦୋଳପୂର୍ଣ୍ଣିମାରେ ନୂତନ ପାଞ୍ଜି ବାହାରିବା ପରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି ।

ସୂଚନାଥାଉକି ୧୯୬୬ ଓ ୬୭ ମସିହା, ୧୯୯୩ ଓ ୯୪ ମସିହାରେ ଲଗାତର ଦୁଇବର୍ଷ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ନଭେମ୍ବର ୨୭ ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ ।ପରମ୍ପରା ଅନୁସାରେ ଯେଉଁ ବର୍ଷ କାର୍ତିକ ମାସରେ ପଞ୍ଚୁକ ୬ ଦିନ ପଡେ, ସେହି ବର୍ଷ ମହାପ୍ରଭୁ ନାଗାର୍ଜୁନ ବେଶରେ ସଜେଇ ହୋଇଥାନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.