ETV Bharat / city

ଶ୍ରୀଗୁଣ୍ଡିଚା ମନ୍ଦିରକୁ ଭକ୍ତଙ୍କ ପ୍ରବେଶ କେବେ ?

author img

By

Published : Aug 4, 2022, 8:26 PM IST

ଶ୍ରୀଗୁଣ୍ଡିଚା ମନ୍ଦିରକୁ ଭକ୍ତଙ୍କ ପ୍ରବେଶ କେବେ ? କୋଭିଡ କଟକଣା ପରେ ବି ଦର୍ଶନ ବନ୍ଦ
ଶ୍ରୀଗୁଣ୍ଡିଚା ମନ୍ଦିରକୁ ଭକ୍ତଙ୍କ ପ୍ରବେଶ କେବେ ? କୋଭିଡ କଟକଣା ପରେ ବି ଦର୍ଶନ ବନ୍ଦ

କୋଭିଡ କଟକଣା ହଟିବା ପରେ ମଧ୍ଯ ଭକ୍ତଙ୍କ ପାଇଁ ବନ୍ଦ ଶ୍ରୀଗୁଣ୍ଡିଚା ମନ୍ଦିର । ଦର୍ଶନରୁ ବଞ୍ଚିତ ହେଉଥିବାରୁ ସାଧାରଣରେ ଅସନ୍ତୋଷ । ତୁରନ୍ତୁ ପ୍ରବେଶ ଅନୁମତି ପାଇଁ ଦାବି । ଅଧିକ ପଢନ୍ତୁ

ପୁରୀ: କୋଭିଡ କଟକଣା ହଟିବା ପରେ ମଧ୍ଯ ଭକ୍ତଙ୍କ ପାଇଁ ଖୋଲୁନି ମହାପ୍ରଭୁଙ୍କ ଜନ୍ମସ୍ଥାନ ଶ୍ରୀଗୁଣ୍ଡିଚା ମନ୍ଦିର । ଦର୍ଶନରୁ ବଞ୍ଚିତ ହେବାକୁ ନେଇ ସାଧାରଣରେ ଅସନ୍ତୋଷ । ଶ୍ରୀଗୁଣ୍ଡିଚା ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଅନୁମତି ନେଇ ସାଧାରଣରେ ଦାବି । କୋଭିଡ କଟକଣା ମଧ୍ୟରେ ଓ ପରେ ଶ୍ରୀମନ୍ଦିର ଖୋଲାଯାଇ ଦର୍ଶନ ବ୍ୟବସ୍ଥା ସ୍ୱଭାବିକ ହୋଇଥିବା ବେଳେ ମହାପ୍ରଭୁଙ୍କ ରଥଯାତ୍ରା ସମୟରେ କେବଳ ୯ ଦିନ ଯାଏଁ ଖୋଲାଥିଲା ଜନ୍ମସ୍ଥାନ ଶ୍ରୀଗୁଣ୍ଡିଚା ମନ୍ଦିର ।

ଶ୍ରୀଗୁଣ୍ଡିଚା ମନ୍ଦିରକୁ ଭକ୍ତଙ୍କ ପ୍ରବେଶ କେବେ ? କୋଭିଡ କଟକଣା ପରେ ବି ଦର୍ଶନ ବନ୍ଦ

ଏହାପରେ ସାଧାରଣ ଭକ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ବନ୍ଦ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ଗୁଣ୍ଡିଚା ମନ୍ଦିର ଖୋଲିବାକୁ ଭକ୍ତ ଓ ସେବାୟତଙ୍କ ମହଲରେ ଦାବି ହୋଇଛି । ଦୀର୍ଘ ଅଢେଇ ବର୍ଷ ପରେ ମଧ୍ୟ ଗୁଣ୍ଡିଚା ମନ୍ଦିର ନ ଖୋଲିବାରୁ ଦୂର ଦୂରାନ୍ତରୁ ଆସୁଥିବା ଶହ ଶହ ଭକ୍ତମାନେ ମନ୍ଦିର ବାହାରୁ ଦର୍ଶନ କରି ନିରାଶ ହେବା ସହ ମନଦୁଃଖରେ ଫେରୁଛନ୍ତି । ଗୁଣ୍ଡିଚା ମନ୍ଦିର ମହାପ୍ରଭୁଙ୍କ ସବୁଠାରୁ ପ୍ରୀତିପଦ ସ୍ଥାନ ବୋଲି ସ୍କନ୍ଦ ପୁରାଣ ଶ୍ରୀପୁରୁଷୋତ୍ତମ ମହାତ୍ମ୍ୟରେ ଉଲ୍ଲେଖ ରହିଛି । ତେଣୁ ପୁରୀକୁ ଆସୁଥିବା ଭକ୍ତ ଓ ତୀର୍ଥଯାତ୍ରୀମାନେ ଶ୍ରୀମନ୍ଦିର ସହ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ଯିବାକୁ ଭୁଲିନଥାନ୍ତି ।

ଜନ୍ମବେଦୀକୁ ନବଦିନ ଯାତ୍ରାରେ ଭାଇ ଭଉଣୀଙ୍କୁ ଧରି ମହାପ୍ରଭୁ ପ୍ରତିବର୍ଷ ଆସିଥାନ୍ତି । ଚଳିତବର୍ଷ ରଥଯାତ୍ରା ସମୟରେ କେବଳ ୯ ଦିନ ଗୁଣ୍ଡିଚା ମନ୍ଦିର ଭକ୍ତଙ୍କ ପାଇଁ ଖୋଲା ରହିଥିବା ବେଳେ ଏଯାବତ୍ ଗୁଣ୍ଡିଚା ମନ୍ଦିରରେ ଦର୍ଶନ ବ୍ୟବସ୍ଥା ବନ୍ଦ ରହିଛି । ପୂର୍ବରୁ କୋରୋନା ସଂକ୍ରମଣ ନେଇ ଶ୍ରୀମନ୍ଦିର ପ୍ରଶାସନ ସର୍ବସାଧାରଣଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ବନ୍ଦ ରଖିବା ପରେ ଏବେ ମରାମତି ବାହାନା କରି ମନ୍ଦିର ବନ୍ଦ ରଖିଥିବାରୁ ତୁରନ୍ତ ସର୍ବସାଧାରଣଙ୍କ ପାଇଁ ଏହା ଖୋଲିବାକୁ ଦାବି ହୋଇଛି । ଭକ୍ତମାନେ ମହାପ୍ରଭୁଙ୍କ ଜନ୍ମସ୍ଥାନ ଦର୍ଶନରୁ ବଞ୍ଚିତ ହେବା ଦୁଃଖ ଦାୟକ ଓ ପ୍ରଶାସନ ତୁରନ୍ତ ଭକ୍ତଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ଖୋଲିବାକୁ ଜଗନ୍ନାଥ ସଂସ୍କୃତି ଗବେଷକ ମତ ରଖିଛନ୍ତି ।

ସେପଟେ ଶ୍ରୀଗୁଣ୍ଡିଚା ମନ୍ଦିରର ନାଟମଣ୍ଡପ ବିମରେ ଫାଟ ରହିଥିବାରୁ ଏହାର ମରାମତି କରାଯିବ । ସେଥିପାଇଁ ସାଧାରଣ ଭକ୍ତଙ୍କ ପାଇଁ ଏହା ବନ୍ଦ ରହିଥିବା କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ । ତେବେ ଭକ୍ତ, ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତର ବେଢା ଓ ଗର୍ଭଗୃହ ଦର୍ଶନକୁ ନେଇ କୌଣସି ପ୍ରତିବନ୍ଧକ ଲଗାଇବା ଠିକ୍ ନୁହେଁ । ତେଣୁ ଆସନ୍ତା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୁଣ୍ଡିଚା ମନ୍ଦିର ଭକ୍ତଙ୍କ ପାଇଁ ଖୋଲାଯିବା ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ସେବାୟତ କହିଛନ୍ତି । ଗୁଣ୍ଡିଚା ମନ୍ଦିର ବନ୍ଦ ହେବା ଦ୍ବାରା ରାଜସ୍ବ ହାନି ହେଉଛି । ମନ୍ଦିରର ମରାମତି କାମ ଓବିସିସି ଦ୍ୱାରା କରାଯିବା ପରେ ଭକ୍ତଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ଖୋଲାଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି । ଦୀର୍ଘ ଅଢେଇ ବର୍ଷ ଧରି ଭକ୍ତମାନେ ଗୁଣ୍ଡିଚା ମନ୍ଦିର ଭିତରକୁ ଯାଇ ଦର୍ଶନରୁ ବଞ୍ଚିତ ଥିବାବେଳେ କେବେ ଦର୍ଶନର ସୁଯୋଗ ମିଳିବ, ଅପେକ୍ଷାରେ ଭକ୍ତ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.