ETV Bharat / city

ମହାବାହୁଙ୍କ ଦର୍ଶନ ପାଇଁ 21ରୁ ଦରକାର ନାହିଁ ନେଗେଟିଭ ରିପୋର୍ଟ

author img

By

Published : Jan 17, 2021, 2:52 PM IST

Updated : Jan 17, 2021, 4:29 PM IST

covid negative report not mandatory for jagannath darshan in shrimandir
ଦର୍ଶନ ପାଇଁ ଏସଓପି କୋହଳ, 21ରୁ ଦରକାର ନାହିଁ ନେଗେଟିଭ ରିପୋର୍ଟ

ଜାନୁଆରୀ 21 ତାରିଖରୁ ବିନା କୋଭିଡ ରିପୋର୍ଟରେ ମହାବାହୁଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଏହାକୁ ନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଅଧିକ ପଢ଼ନ୍ତୁ...

ପୁରୀ: ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଆବଶ୍ୟକ ନାହିଁ କୋରୋନା ନେଗେଟିଭ ରିପୋର୍ଟ। ଜାନୁଆରୀ 21 ତାରିଖରୁ ବିନା କୋଭିଡ ରିପୋର୍ଟରେ ମହାପ୍ରଭୁଙ୍କ ଦର୍ଶନ ପାଇ ପାରିବେ ଶ୍ରଦ୍ଧାଳୁ। ଏହାକୁ ନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ପୂର୍ବରୁ କୋଭିଡ ଏସଓପିକୁ କୋହଳ କରିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ସାମାଜିକ ଦୂରତା ରକ୍ଷା କରିବା ଓ ମାସ୍କ ପିନ୍ଧିବା ଆଦି କଟକଣା ଜାରି ରହିବ।

ଆଗାମୀ 21 ତାରିଖରୁ ସକାଳ 7ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ତେବେ ଏହାପୂର୍ବରୁ ସକାଳ 6ଟାରୁ 7ଟା ପର୍ଯ୍ୟନ୍ତ ପୁରୀବାସୀଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଜିଲ୍ଲାବାସୀଙ୍କୁ ନିଜର କୌଣସି ଏକ ପରିଚୟ ପତ୍ର ଦେଖାଇବାକୁ ହେବ। ଏହାସହ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଛି। ତେବେ ପ୍ରତ୍ୟେକ ରବିବାର ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବ୍ୟବସ୍ଥା ବନ୍ଦ ରହିବ। ରବିବାର ଶ୍ରୀମନ୍ଦିର ପରିସର ସାନିଟାଇଜ କରାଯିବ। ପ୍ରତିଦିନ 30 ହଜାର ଭକ୍ତ ଦର୍ଶନ କରିବା ନେଇ ବ୍ୟବସ୍ଥା ହୋଇଛି। ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିଲେ ସନେଇ ଆନସଙ୍ଗିକ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।

ମହାବାହୁଙ୍କ ଦର୍ଶନ ପାଇଁ 21ରୁ ଦରକାର ନାହିଁ ନେଗେଟିଭ ରିପୋର୍ଟ

ଏହାକୁ ନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଗତ ଡିସେମ୍ବର 23 ତାରିଖରେ ସାଧାରଣ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲାଯାଇଥିଲା। ସେହି ସମୟରେ କେବଳ ସେବାୟତ ଓ ତାଙ୍କ ପରିବାରକୁ କାଳିଆ ଦର୍ଶନ ପାଇଁ ଅନୁମତି ରହିଥିଲା। ଏହାପରେ ଡିସେମ୍ବର 26 ତାରିଖରେ କଟକଣା କୋହଳ କରାଯାଇ ପୁରୀ ବାସିନ୍ଦା ପାଇଁ ଜଗାଦ୍ବାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା।

ନୂଆବର୍ଷ ଅର୍ଥାତ ଜାନୁଆରୀ 3 ତାରିଖରେ ସର୍ବସାଧାରଣ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଥିଲା। ତେବେ ମହାପ୍ରଭୁଙ୍କ ଦର୍ଶନ ପାଇଁ କୋରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିଲା। ଆଜି(ରବିବାର) ସମୀକ୍ଷା ବୈଠକରେ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ହୋଇଛି।

ପୁରୀରୁ ଶକ୍ତି ପ୍ରଶାଦ ମିଶ୍ର, ଇଟିଭି ଭାରତ

Last Updated :Jan 17, 2021, 4:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.