ETV Bharat / city

ଦୁର୍ଦ୍ଦାନ୍ତ ଅପରାଧୀ ପପୁ ବରାଳକୁ ପୁରୀ ଜେଲରେ ମାରଣାନ୍ତକ ଆକ୍ରମଣ

author img

By

Published : Aug 29, 2022, 3:53 PM IST

ଦୁର୍ଦ୍ଦାନ୍ତ ଅପରାଧୀ ପପୁ ବରାଳକୁ ପୁରୀ ଜେଲରେ ଆକ୍ରମଣ
ଦୁର୍ଦ୍ଦାନ୍ତ ଅପରାଧୀ ପପୁ ବରାଳକୁ ପୁରୀ ଜେଲରେ ଆକ୍ରମଣ

ଦୁର୍ଦ୍ଦାନ୍ତ ଅପରାଧୀ ପପୁ ବରାଳକୁ ପୁରୀ ଜେଲରେ ଆକ୍ରମଣ ହୋଇଛି । ପପୁକୁ ରକ୍ତାକ୍ତ ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

ପୁରୀ: ଦୁର୍ଦ୍ଦାନ୍ତ ଅପରାଧୀ ପପୁ ବରାଳକୁ ପୁରୀ ଜେଲରେ ଆକ୍ରମଣ । ଜେଲ ଭିତରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ । ଦୁର୍ଦ୍ଦାନ୍ତ ଅପରାଧୀ ପପୁର ବେକକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପପୁକୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ତେବେ କାହିଁକି ଏହି ଘଟଣା ଘଟିଲା ତାର ତନାଘନା ଚାଲିଛି ବୋଲି ପୁରୀ ଜେଲ ସୁପରିଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି ।

ଦୁର୍ଦ୍ଦାନ୍ତ ଅପରାଧୀ ପପୁ ବରାଳକୁ ପୁରୀ ଜେଲରେ ମାରଣାନ୍ତକ ଆକ୍ରମଣ

ଗତ ୨୩ ତାରିଖରେ ଦାଦାବଟି ଆଦାୟ ମାମଲାରେ ସମୁଦ୍ରକୂଳ ଥାନା ପୋଲିସ ଦ୍ବାରା ଗିରଫ ହୋଇ ଜେଲ ଯାଇଥିଲା ପପୁ । ଜାମୀନ ବିହୀନ ଗିରଫ ପରୱାନାରେ ଗିରଫ ହୋଇଥିଲା ଦୁର୍ଦ୍ଦାନ୍ତ ଅପରାଧୀ ପପୁ ବରାଳ । ପୂର୍ବରୁ ପପୁ ନାମରେ ପୁରୀର ବିଭିନ୍ନ ଥାନାରେ ୨୦ରୁ ଅଧିକ ମାମଲା ରହିଛି । ଏନେଇ ପୁରୀ ପୋଲିସ ପକ୍ଷରୁ ତା ନାଁରେ ଏନବିଡବ୍ଲ୍ୟୁ (NBW) ଜାରି ହୋଇଥିଲା । ୪୫ ବର୍ଷୀୟ ପପୁର ଅନ୍ୟ ନାମ ହେଉଛି ଧୀରେନ୍ଦ୍ର ନାଥ ବରାଳ । ତେବେ ପପୁକୁ ଜୀବନରେ ମାରିଦେବାକୁ ଜେଲ ଭିତରେ ଷଡ଼ଯନ୍ତ୍ର ହୋଇଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ- ଦିନ ଦ୍ବିପ୍ରହରରେ ମାତିଲେ ଦୁର୍ବୃତ୍ତ, ଗୁଳି ଫୁଟାଇ ଲୁଟିଲେ ୬ ଲକ୍ଷ

ତୁରନ୍ତ ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ଆହତ ପପୁଙ୍କ ଭଉଣୀ ଦାବି କରିଛନ୍ତି । ସେ କହିଛନ୍ତି, " ସାଢେ ୧୦ଟା ସମୟରେ ଏ ସମ୍ପର୍କରେ ମୁଁ ଜାଣିବାକୁ ପାଇଲି । ଏହାପରେ ହସ୍ପିଟାଲ ଆସିଥିଲୁ । ଭାଇ ଉପରେ ଉଦ୍ଦେଶ୍ୟମୂଳକ ଭାବେ ଆକ୍ରମଣ ହୋଇଛି । ତାର ଗୋଟେ ଗୋଡ଼ ଅଚଳ ଥିବା ବେଳେ ସେ କିପରି ଦାଦାବଟି ମାଗିବ ? ତା ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ କେସ ଦିଆଯାଉଛି । ଭାଇ ଘରର ବଡ଼ ପୁଅ, ବାପାଙ୍କ ୧୨ ଦିନ କ୍ରିୟାକର୍ମ ସାରି ବାର ପତ୍ର ପଡିଥିବା ବେଳେ ପୋଲିସ ତାକୁ ଗିରଫ କରି ନେଇଯାଇଥିଲା । ଜେଲ ଭିତରେ ସେ ଥିବା ବେଳେ ତା' ଉପରେ ଆକ୍ରମଣ ହେଲା କେମିତି ? ସେ ଜେଲ ଭିତରେ ଆଦୌ ସୁରକ୍ଷିତ ନୁହେଁ । ଯଦି ଭାଇର କିଛି ହୁଏ ତେବେ ଆମେ ପୁରା ପରିବାର ବିଷ ପିଇ ଆତ୍ମହତ୍ୟା କରିବୁ । ଆଉ ଏଥିଲାଗି ପ୍ରଶାସନ ସମ୍ପୂର୍ଣ୍ଣ ଦାୟୀ ରହିବ । "

ଏଠାରେ ସୂଚନା ଥାଉକି, ପୂର୍ବରୁ ଗତ ମଇ ୨୦୨୧ରେ ପପୁ ବରାଳ ଗିରଫ ହୋଇଥିଲା । ମଦଦୋକାନ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କୁ ଧମକ ଓ ଦାଦାବଟି ଆଦାୟ ନେଇ ଅଭିଯୋଗରେ ଟାଉନଥାନା ଧାନକୁଟି ସାହିରୁ ଗିରଫ ହୋଇଥିଲା ପପୁ । ପପୁ ନାଁରେ ପୁରୀ ଜିଲ୍ଲାର ବିଭିନ୍ନ ଥାନାରେ ୩୪ଟି ମାମଲା ରହିଛି । ଜିଲ୍ଲାରେ ଦାଦାବଟିକୁ ସମ୍ପୂର୍ଣ୍ଣ ବନ୍ଦ ପାଇଁ ଗଠିତ ପୋଲିସ ଟିମ ପପୁକୁ ଗିରଫ କରିଥିଲା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.