ETV Bharat / city

Cyclone Asani: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ କେନ୍ଦୁଝର ପ୍ରଶାସନ

author img

By

Published : May 5, 2022, 1:43 PM IST

Cyclone Asani: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ କେନ୍ଦୁଝର ପ୍ରଶାସନ
Cyclone Asani: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ କେନ୍ଦୁଝର ପ୍ରଶାସନ

ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ ଏବେ ବାତ୍ୟା ରୂପ ନେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ସମ୍ଭାବ୍ୟ ବାତ୍ୟା ଆସାନିର ମୁକାବିଲା ପାଇଁ ତତ୍ପର ହୋଇଛି କେନ୍ଦୁଝର ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

କେନ୍ଦୁଝର: ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ ଏବେ ବାତ୍ୟା ରୂପ ନେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ସମ୍ଭାବ୍ୟ ବାତ୍ୟା ଆସାନିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଏ ଦିଗରେ ତତ୍ପର ହୋଇଛି କେନ୍ଦୁଝର ଜିଲ୍ଲା ପ୍ରଶାସନ ।

Cyclone Asani: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ କେନ୍ଦୁଝର ପ୍ରଶାସନ

ଆସନ୍ନ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ରିଲିଫ କମିଶନର ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକୁ ସତର୍କ ସୂଚନା ଜାରି କରିଛନ୍ତି । ଏହି ୧୭ଟି ଜିଲ୍ଲା ମଧ୍ୟରେ କେନ୍ଦୁଝର ଜିଲ୍ଲା ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି । ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାରର ପ୍ରସ୍ତୁତି ନିଶ୍ଚିତ କରିଛନ୍ତି । ତଳି ଅଞ୍ଚଳରେ ସ୍ଥାନାନ୍ତରିତ ପକ୍ରିୟାକୁ ତ୍ୱରାନ୍ୱିତ କରିଥିବା ବେଳେ କ୍ଷୟକ୍ଷତି ଟାଳିବା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବା ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ, ଖାଦ୍ୟ ପଦାର୍ଥର ସମ୍ପୂର୍ଣ୍ଣ ଭରପୁର ଥିବା କହିଛନ୍ତି ଜିଲ୍ଲାପାଳ ଆଶିଷ ଠାକରେ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.