ETV Bharat / city

Varsha-Anubhav Marital Discord: ସ୍ୱାମୀଙ୍କ ବିରୋଧରେ ସାଇବର ଥାନାରେ ପହଞ୍ଚିଲେ ବର୍ଷା

author img

By

Published : May 25, 2022, 4:19 PM IST

Varsha-Anubhav Marital Discord: ସ୍ବାମୀଙ୍କ ବିରୋଧରେ ସାଇବର ଥାନାରେ ପହଞ୍ଚିଲେ ବର୍ଷା
Varsha-Anubhav Marital Discord: ସ୍ବାମୀଙ୍କ ବିରୋଧରେ ସାଇବର ଥାନାରେ ପହଞ୍ଚିଲେ ବର୍ଷା

ପୁଣି ସ୍ବାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ ଥାନାରେ ଦ୍ବାରସ୍ଥ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଅଧିକ ପଢନ୍ତୁ

କଟକ: ଦିନକୁ ଦିନ ଉଷ୍ମ ହେଉଛି ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ମାମଲା । ସାଂସଦ ତଥା ଅଭିନେତା ଅନୁଭବ ପତ୍ନୀ ବର୍ଷାଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ଭିଡିଓ ଅପଲୋଡ କରୁ ଥିବାବେଳେ ବର୍ଷା ଥାନାରେ କରି ଚାଲିଛନ୍ତି ଏତଲା । ଏହିକ୍ରମରେ ଆଜି(ବୁଧବାର) ସାଇବର ଥାନାରେ ପହଞ୍ଚିଛନ୍ତି ବର୍ଷା ।

Varsha-Anubhav Marital Discord: ସ୍ବାମୀଙ୍କ ବିରୋଧରେ ସାଇବର ଥାନାରେ ପହଞ୍ଚିଲେ ବର୍ଷା

ସାଂସଦ ଅନୁଭବଙ୍କ ବିରୋଧରେ ଆଜି ଆଉ ଏକ ଏତଲା ଦେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସାମାଜିକ ଗଣମାଧ୍ୟମରେ ତାଙ୍କ ଭାବମୂର୍ତ୍ତିକୁ କ୍ଷୂର୍ଣ୍ଣ କରିବା ପାଇଁ ଉଦ୍ୟମ କରାଯାଉଥିବା ନେଇ କଟକ ସଇବର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏତଲାରେ ନିବେଦନ କରିଛନ୍ତି । ବର୍ଷାଙ୍କ ଏତଲାକୁ ଗ୍ରହଣ କରି ମାମଲା ରୁଜୁ କରିଛି ସାଇବର ଥାନା ପୋଲିସ । IPC ଧାରା 509 ଏବଂ ଧାରା 67 ଆଇଟି ଆକ୍ଟରେ ମାମଲା ରୁଜୁ କରିଛି କଟକ ସାଇବର ଥାନା ପୋଲିସ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.