ETV Bharat / city

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସିଏମସିର ଗୁରୁତ୍ୱପୂର୍ଣ୍ଣ ବୈଠକ

author img

By

Published : May 2, 2022, 9:43 PM IST

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସିଏମସି ଡାକିଲା ଗୁରୁତ୍ୱପୂର୍ଣ୍ଣ ବୈଠକ
ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସିଏମସି ଡାକିଲା ଗୁରୁତ୍ୱପୂର୍ଣ୍ଣ ବୈଠକ

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସିଏମସିର ଗୁରୁତ୍ୱପୂର୍ଣ୍ଣ ବୈଠକ । ସହରରେ ଯେପରି କେଉଁଠି ପାଣି ନଜମେ, ସେଥିପାଇଁ ସିଏମସି ମେୟର ନେଉଛନ୍ତି ପଦକ୍ଷେପ । ଅଧିକ ପଢ଼ନ୍ତୁ

କଟକ : ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ କଟକ ମହାନଗର ନିଗମରେ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଆଶଙ୍କା ଯୋଗୁଁ ଜଳମଗ୍ନ ହୋଇପାରେ ସହର । ତେଣୁ ଜଳ ନିଷ୍କାସନ ପାଇଁ ୨୦୦ ମୋଟର ପମ୍ପ ମୁତୟନ ରହିବା ନିହାତି ଆବଶ୍ୟକ । ଏନେଇ ଅଗ୍ନିଶମ ବିଭାଗ ପକ୍ଷରୁ ୨୦ ଏବଂ ଆବଶ୍ୟକ ହେଲେ ୨୫ଟି ନୂତନ ପମ୍ପକୁ ମଧ୍ୟ ମୁତୟନ କରାଯିବ ।

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସିଏମସି ଡାକିଲା ଗୁରୁତ୍ୱପୂର୍ଣ୍ଣ ବୈଠକ

ଏହାସହ ଜାଇକା କରିଥିବା ବ୍ଳକେଜ ଅବରୋଧକୁ ହଟାଯିବ । ଏବେ ମୁଖ୍ୟ ନାଳରୁ ପଙ୍କ ଉଦ୍ଧାର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ମେୟର । ବୈଠକରେ ମେୟର ସମେତ କମିଶନର ଓ ଅନ୍ୟାନ୍ୟ ବିଭାଗୀୟ ଅଧକାରୀ ଉପସ୍ଥିତ ଥିଲେ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.