ETV Bharat / city

ତୁଟୁନି ପ୍ରଶାନ୍ତଙ୍କ ଅଡୁଆ, ଆଗୁଆ ଜାମିନ ପାଇଁ ଗଲେ ହାଇକୋର୍ଟ

author img

By

Published : Sep 17, 2021, 2:03 PM IST

Updated : Sep 17, 2021, 2:21 PM IST

ତୁଟୁନି ପ୍ରଶାନ୍ତଙ୍କ ଅଡୁଆ, ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଦ୍ବାରସ୍ତ
ତୁଟୁନି ପ୍ରଶାନ୍ତଙ୍କ ଅଡୁଆ, ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଦ୍ବାରସ୍ତ

ଦଳରୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ନିଲମ୍ବନ ପରେ ଗିରଫଦାରୀ ଦାବିରେ ଅଡି ବସିଛି ବିଜେପି । ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ପ୍ରଶାନ୍ତ । ଅଧିକ ପଢନ୍ତୁ...

କଟକ: ଆଗୁଆ ଜାମିନ ପାଇଁ ହାଇକୋର୍ଟର ଦ୍ୱାରସ୍ତ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ବାଲୁଗାଁ ଥାନାରେ ରୁଜୁ ହୋଇଥିବା 156/2021 ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଆଶଙ୍କା ନେଇ ସେ ଆଜି(ଶୁକ୍ରବାର) ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ।


ସୂଚନା ଅନୁସାରେ ବାଲୁଗାଁ ଏନଏସି କାର୍ଯ୍ୟାଳୟରେ ବିଜେପି କର୍ମୀଙ୍କୁ ମାଡ଼ ମାରିବା ଘଟଣା ପରେ ଆନ୍ଦୋଳନ ତୀବ୍ର ହୋଇଥିଲା । ପଦରୁ ନିଲମ୍ବିତ ସାଙ୍ଗକୁ ପ୍ରଶାନ୍ତଙ୍କ ଗିରଫଦାରୀ ଦାବି କରିଥିଲା ବିଜେପି । ଏହାପରେ ତାଙ୍କୁ ବିଜେଡିରୁ ନିଲମ୍ବନ କରିଥିଲା ଦଳ । କେବଳ ନିଲମ୍ବନ ପରେ ପ୍ରଶାନ୍ତଙ୍କ ସମସ୍ୟା ତୁଟିନଥିଲା । ଏବେ ମଧ୍ୟ ଗିରଫ ଦାବିରେ ଅଡି ବସିଛି ବିଜେପି । ଏପରିକି ତାଙ୍କ ନାଁରେ ବାଲୁଗାଁ ଥାନାରେ ବିଭିନ୍ନ ଦଫା ଅନୁସାରେ ଏସସି/ଏସଟି ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି ପୋଲିସ । ପୋଲିସ ମାମଲାକୁ ଗ୍ରହଣ କରିବା ପରେ ସମ୍ଭାବ୍ୟ ଗିରଫଦାରୀକୁ ଏଡାଇବା ପାଇଁ ପ୍ରଶାନ୍ତ ଜଗଦେବ ଆଗୁଆ ଜାମିନ ଆବେଦନ କରିଥିବା ଜଣାପଡିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated :Sep 17, 2021, 2:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.