ETV Bharat / city

ଆଜିଠାରୁ ନାଇଟ କର୍ଫୁ, ପୂର୍ବପରି ସହଯୋଗ କରିବାକୁ ଅପିଲ କଲେ DCP

author img

By

Published : Jan 7, 2022, 6:42 PM IST

Updated : Jan 7, 2022, 10:42 PM IST

ଆଜି(ଶୁକ୍ରବାର) ଠାରୁ କଟକରେ ଲାଗୁ ହେବ ନାଇଟ କର୍ଫ୍ୟୁ । ପୂର୍ବପରି ସହଯୋଗ କରିବାକୁ ଅପିଲ କଲେ DCP । ଅଧିକ ପଢନ୍ତୁ

ଆଜିଠାରୁ ନାଇଟ କର୍ଫୁ, ପୂର୍ବପରି ସହଯୋଗ କରିବାକୁ ଅପିଲ କଲେ DCP
ଆଜିଠାରୁ ନାଇଟ କର୍ଫୁ, ପୂର୍ବପରି ସହଯୋଗ କରିବାକୁ ଅପିଲ କଲେ DCP

କଟକ: ଆଜି(ଶୁକ୍ରବାର) ଠାରୁ କଟକରେ ଲାଗୁ ହେବ ନାଇଟ କର୍ଫ୍ୟୁ । ରାତ୍ରି 9ଟା ରୁ ସହରରେ କଟକ କମିଶନରେଟ ପୋଲିସ ପକ୍ଷରୁ ନାଇଟ କର୍ଫ୍ୟୁକୁ କଡାକଡି ଭାବେ ପାଳନ କରାଯିବ । କୋଭିଡ ସଂକ୍ରମଣ ଓ ଓମିକ୍ରନ୍‌ର ଭୟାବହତାକୁ ଦୃଷ୍ଟିରେ ରଖି କଡାକଡି କରାଯାଇଛି ନାଇଟ୍‌ କର୍ଫ୍ୟୁ ।

ଆଜିଠାରୁ ନାଇଟ କର୍ଫୁ, ପୂର୍ବପରି ସହଯୋଗ କରିବାକୁ ଅପିଲ କଲେ DCP

ନାଇଟ କର୍ଫ୍ୟୁ ପାଇଁ ରାତି 9ଟାରୁ ଭୋର 5ଟା ଯାଏଁ ଲାଗୁ ହେବ କଟକଣା । 9 ଟା ପୂର୍ବରୁ ଦୋକାନ ବଜାର ବନ୍ଦ କରିବା ପାଇଁ ପୋଲିସ ପକ୍ଷରୁ ବଜାର କମିଟିଗୁଡିକ ସହ ଆଲୋଚନା ହୋଇ ଥିବାବେଳେ ପୋଲିସ PCR ଦ୍ଵାରା ମଧ୍ୟ ସଚେତନ କରାଯିବ । କଟକ ସହରରେ ବିଭିନ୍ନ ସ୍ଥାନରେ ଚେକ ପୋଷ୍ଟ ସହ ଅଧିକ ପୋଲିସ ମୁତୟନ ରହିବେ । ସେହିପରି ସହରର ବିଭିନ୍ନ ସ୍ଥାନରେ ମଧ୍ୟ ପୋଲିସ ପକ୍ଷରୁ କଡାକଡି ଯାଞ୍ଚ ସହ ରାତ୍ରି 9 ଟା ପରେ ଯାତାୟତ ନକରିବା ପାଇଁ ଲୋକଙ୍କୁ ଅପିଲ କରିଛି ପୋଲିସ ।

ପୂର୍ବରୁ ଜନସାଧାରଣ ନାଇଟ କର୍ଫ୍ୟୁ ଜାରି ସମୟରେ ପୋଲିସକୁ ଯେପରି ସହଯୋଗ କରିଥିଲେ ଏଥର ମଧ୍ୟ ନାଇଟ କର୍ଫ୍ୟୁରେ ଲୋକେ ସହଯୋଗ କରିବେ ବୋଲି ଆଶା କରିଛନ୍ତି କଟକ ଡ଼ିସିପି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated :Jan 7, 2022, 10:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.