ETV Bharat / city

Omicron ମୁକାବିଲା ପାଇଁ ପ୍ରସ୍ତୁତ CMC

author img

By

Published : Dec 22, 2021, 1:15 PM IST

କୋରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ନିଦ ଉଡାଇଲାଣି । ଗତକାଲି ୨ ଓମିକ୍ରମ ମାମଲା ସାମ୍ନାକୁ ଆସିବା ପରେ ସଜାଗ ହେଲେଣି ସ୍ବାସ୍ଥ୍ୟ ବିଭାଗ । ଓମିକ୍ରନ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ କଟକ ମହାନଗର ନିଗମ । ନୂଆ ଭାରିଏଣ୍ଟର ମୁକାବିଲା ପାଇଁ ସମସ୍ତ ବେସରକାରୀ ହସ୍ପିଟାଲଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସିଏମସି କମିଶନର । ଅଧିକ ପଢନ୍ତୁ

CMC
CMC

କଟକ: ପାଳି ପରେ ପାଳି କରି ଭୟଭୀତ କରି ଚାଲିଛି ମହାମାରୀ । ଏବେ କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ନିଦ ଉଡାଇଲାଣି । ଗତକାଲି ୨ ଓମିକ୍ରନ ମାମଲା ସାମ୍ନାକୁ ଆସିବା ପରେ ସଜାଗ ହେଲେଣି ସ୍ବାସ୍ଥ୍ୟ ବିଭାଗ । ଓମିକ୍ରନ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ କଟକ ମହାନଗର ନିଗମ (Cuttack Municipal Corporation) । ନୂଆ ଭାରିଆଣ୍ଟର ମୁକାବିଲା ପାଇଁ ସମସ୍ତ ବେସରକାରୀ ହସ୍ପିଟାଲଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସିଏମସି କମିଶନର ।

ଓମିକ୍ରନ ମୁକାବିଲା ପାଇଁ ପ୍ରସ୍ତୁତ CMC

SCB ଓ ଅଶ୍ବିନୀ ହସ୍ପିଟାଲରେ ବର୍ତ୍ତମାନ ୨୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି। ଆବଶ୍ୟକ ପଡ଼ିଲେ ବେଡ଼ ସଂଖ୍ୟା ଆହୁରି ବୃଦ୍ଧି କରାଯିବ ବୋଲି କମିଶନର କହିଛନ୍ତି । ସେହିପରି ସହରରେ ଓମିକ୍ରନକୁ ନେଇ ସମସ୍ତଙ୍କୁ ଆଲର୍ଟ କରାଯାଇଛି । ବିଶେଷକରି ବେଦେଶ ଫେରନ୍ତାଙ୍କୁ ନେଇ ସଜାଗ ରହିବାକୁ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର । ବର୍ତ୍ତମାନ ସହରରେ ସେଭଳି ପରିସ୍ଥିତି ଉପୁଜି ନାହିଁ । ତଥାପି ସଜାଗ ରହିବାକୁ ପଡିବ ।

ପ୍ରକାଶ ଥାଉ କି, ଗତକାଲି ରାଜ୍ୟରୁ ୨ଟି ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଣେ ଜଗତସିଂହପୁରରୁ ହୋଇଥିବାବେଳେ ଜଣେ କଟକରୁ ଚିହ୍ନଟ ହୋଇଛନ୍ତି । ଜଣେ କାତାର ଓ ଅନ୍ୟଜଣେ ନାଇଜେରିଆରୁ ଫେରିଥିଲେ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.