ETV Bharat / city

ସୋମବାର ଶପଥ ଗ୍ରହଣ କରିବେ ଦ୍ରୌପଦୀ ମୁର୍ମୁ: ଝାଞିରିମଙ୍ଗଳା ବ୍ରହ୍ମକୁମାରୀ ଆଶ୍ରମରେ ଉତ୍ସବ

author img

By

Published : Jul 24, 2022, 5:01 PM IST

ଝାଞିରିମଙ୍ଗଳା ବ୍ରହ୍ମକୁମାରୀ ଆଶ୍ରମରେ ଉତ୍ସବ
ଝାଞିରିମଙ୍ଗଳା ବ୍ରହ୍ମକୁମାରୀ ଆଶ୍ରମରେ ଉତ୍ସବ

ଦେଶର ୧୫ତମ ରାଷ୍ଟ୍ରପତି ହେବା ପରେ ଇତିହାସ ରଚିଛନ୍ତି ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀ ଜଣେ ବ୍ରହ୍ମକୁମାରୀ ହୋଇଥିବାରୁ ଏହି ଖୁସିରେ କଟକ ଝାଞିରିମଙ୍ଗଳା ବ୍ରହ୍ମକୁମାରୀ ଆଶ୍ରମରେ ଆୟୋଜିତ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

କଟକ : ଦେଶର ୧୫ତମ ରାଷ୍ଟ୍ରପତି ହେବା ପରେ ଇତିହାସ ରଚିଛନ୍ତି ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ । ଆସନ୍ତାକାଲି (ସୋମବାର) ସକାଳ ୧୦ଟାରେ ଶପଥ ଗ୍ରହଣ କରିବେ ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀ ଜଣେ ବ୍ରହ୍ମକୁମାରୀ ହୋଇଥିବାରୁ ଏହି ଖୁସିରେ କଟକ ଝାଞିରିମଙ୍ଗଳା ବ୍ରହ୍ମକୁମାରୀ ଆଶ୍ରମରେ ଆୟୋଜିତ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଓଡିଶାରେ ବ୍ରହ୍ମକୁମାରୀ ସଂସ୍ଥାର ପ୍ରାଣ ପ୍ରତିଷ୍ଠାତ୍ରୀ ତଥା ରାଜଯୋଗୀନି ବ୍ରହ୍ମକୁମାରୀ କମଲେଶ ଦାଦି ଯୋଗଦେଇ ଦ୍ରୌପଦୀଙ୍କ ପାଇଁ ଶୁଭ ଆର୍ଶିବାଦ ଅର୍ପଣ କରିଥିଲେ ।

ସୋମବାର ଶପଥ ଗ୍ରହଣ କରିବେ ଦ୍ରୌପଦୀ ମୁର୍ମୁ: ଝାଞିରିମଙ୍ଗଳା ବ୍ରହ୍ମକୁମାରୀ ଆଶ୍ରମରେ ଉତ୍ସବ

ଭଉଣୀ ଦ୍ରୋପଦୀ ମୁର୍ମୁ ସିଧାସଳଖ ଭାବେ ଦାଦି କମଲେଶଙ୍କ ସଂସ୍ପର୍ଶରେ ଆସିଛନ୍ତି ଓ ତାଙ୍କର ସାନିଧ୍ୟ ଲାଭ କରିଥିବା କହିଛନ୍ତି କଟକ ଝାଞିରିମଙ୍ଗଳା ବ୍ରହ୍ମକୁମାରୀ । ଗତକାଲି(ଶନିବାର) ଝାଞିରିମଙ୍ଗଳା ବ୍ରହ୍ମକୁମାରୀ ଆଶ୍ରମର ଏକ ପ୍ରତିନିଧି ଦଳ କଟକ ସବଜୋନ୍ ଇନଚାର୍ଜ ରାଜଯୋଗିନୀ ବ୍ରହ୍ମକୁମାରୀ ସୁଲୋଚନା ଭଉଣୀଙ୍କ ନେତୃତ୍ୱରେ ଦ୍ରୋପଦୀଙ୍କୁ ଭେଟି ଦାଦି କମଲେସଙ୍କ ଶୁଭ ବାର୍ତ୍ତା ପ୍ରଦାନ କରିଥିଲେ । ରବିବାର ଶୁଭାଶୀର୍ବାଦ ପ୍ରଦାନ ଉତ୍ସବରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ଖୁସିରେ କେକ୍ କଟାଯିବା ସହ ଏହି ଆଶ୍ରମ ସହ ଦ୍ରୋପଦୀଙ୍କ ସ୍ମୃତି ଚାରଣ କରାଯାଇଥିଲା ।

ବ୍ରହ୍ମକୁମାରୀ ସଂସ୍ଥାର ଆଦର୍ଶ ଅନୁସାରେ ଦ୍ରୋପଦୀ ରାଷ୍ଟ୍ରପତି ଭାବେ ବିଶ୍ବ ଶାନ୍ତି ଓ ଵିଶ୍ବ ଭାତୃତ୍ବ ପ୍ରତିଷ୍ଠା ଦିଗରେ ବଡ ଭୂମିକା ଗ୍ରହଣ କରିବେ ବୋଲି କହିଛନ୍ତି ବ୍ରହ୍ମକୁମାରୀ । ଦ୍ରୋପଦୀ ମୁର୍ମୁଙ୍କ ଭଳି ଜଣେ ଇଶ୍ବରୀୟ ସନ୍ତାନ ଦେଶର ସର୍ବୋଚ୍ଚ ପଦବୀ ମଣ୍ଡନ କରିବେ । ଯାହାକି ଭାରତ ସୁବର୍ଣ୍ଣ ଯୁଗ ଆଡକୁ ଅଗ୍ରସର ହେଉଥିବାର ସୂଚନା ଦେଉଛି ବୋଲି ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ କୁହାଯାଇଛି ।


ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.