ETV Bharat / city

Anubhav Varsha Marital Discord: ଅନୁଭବଙ୍କ ପୈତୃକ ଘର ଛାଡିଲେ ବର୍ଷା

author img

By

Published : Oct 2, 2022, 8:30 AM IST

Anubhav Varsha marital discord: ଅନୁଭବଙ୍କ ପୈତୃକ ଘର ଛାଡିଲେ ବର୍ଷା
Anubhav Varsha marital discord: ଅନୁଭବଙ୍କ ପୈତୃକ ଘର ଛାଡିଲେ ବର୍ଷା

ଅନୁଭବଙ୍କ ପୈତୃକ ଘର ଛାଡ଼ିଲେ ବର୍ଷା ପ୍ରିୟଦର୍ଶିନୀ । ଘର ଛାଡିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଅଧିକ ପଢନ୍ତୁ

କଟକ: ବହୁଚର୍ଚ୍ଚିତ ଷ୍ଟାର ଦମ୍ପତି ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା । ଅନୁଭବଙ୍କ ପୈତୃକ ଘର ଛାଡ଼ିଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ(Varsha Priyadarshini vacate in law house) । ଅକ୍ଟୋବର ୩୦ ତାରିଖ ସୁଦ୍ଧା ସେ ପୈତୃକ ଘର ଛାଡ଼ିବା ନେଇ ଜିଲ୍ଲା ଦୌରାଜଜ୍ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶରେ ବର୍ଷା ଗତକାଲି(ଶନିବାର) ଶାଶୁଘର ଖାଲି କରିଛନ୍ତି । ତେବେ ପତ୍ନୀ ବର୍ଷା ଘର ଛାଡ଼ିବା ପରେ ମଧ୍ୟ ଅନୁଭବ ମହାନ୍ତି ଘରକୁ ପ୍ରବେଶ କରିନାହାନ୍ତି । ଘରର ଯାଞ୍ଚ ପାଇଁ ସେ ପୁରୀଘାଟ ଥାନାର ଦ୍ବାରସ୍ଥ ହୋଇଛନ୍ତି । ପୋଲିସ ଉପସ୍ଥିତିରେ ଘର ଯାଞ୍ଚ ପାଇଁ ଲିଖିତ ଭାବେ ଜଣାଇଛନ୍ତି ଅନୁଭବ ।

ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନୁଭବଙ୍କ ପୈତୃକ ଘର ଛାଡିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେହିପରି ବର୍ଷାଙ୍କ ରହଣି ପାଇଁ ଅନୁଭବ ବ୍ୟବସ୍ଥା କରିବେ ବୋଲି କହିଥିଲେ । କହିରଖୁଛୁ କି, ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ପୈତୃକ ଘର ଛାଡୁ ନଥିବାରୁ ଶାଶୁଘର ଲୋକେ ସେହି ଘର ଛାଡିଥିଲେ । ତାଙ୍କ ବାପାମାଆଙ୍କ ଦେହ ଅସୁସ୍ଥ ଥିବାରୁ ସେମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ବର୍ଷାଙ୍କୁ ଘର ଛାଡିବାକୁ ନିର୍ଦ୍ଦେଶ ଦେବାକୁ ଅନୁଭବ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ପରେ କୋର୍ଟ ମଧ୍ୟ ଅନୁଭବଙ୍କ ସପକ୍ଷରେ ନିର୍ଦ୍ଦେଶ ଦେଇଥିଲେ । ତେବେ ଗତକାଲି(ଶନିବାର) ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଶାଶୁଘର ଛାଡିଛନ୍ତି ।

ଏହାମଧ୍ୟ ପଢନ୍ତୁ: ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ଅକ୍ଷୟ ପରିଜା

ଏହି ଷ୍ଟାର ଦମ୍ପତିଙ୍କୁ କଳି ଦୀର୍ଘ ଦିନ ହେଲାଣି ବେଶ୍ ଚର୍ଚ୍ଚାରେ ରହିଛି । ନିକଟରେ ଅନୁଭବ ଏକ ଭାଇରାଲ ଅଡିଓ କ୍ଲିପ ନେଇ ବର୍ଷାଙ୍କୁ କଟାକ୍ଷ କରିଥିଲେ । ସେ କହିଥିଲେ ଯେ, ଲକ୍ଷ ଲକ୍ଷ ଲୋକେ ବିଶେଷକରି ଫିଲ୍ମ ଓ ରାଜନୈତିକ ସହଯୋଗୀ ତାଙ୍କୁ ପ୍ରଶ୍ନ କରୁଛନ୍ତି ଭାଇରାଲ ହେଉଥିବା ଅଡିଓ କ୍ଲିପ୍‌ଟି ବର୍ଷା ଏବଂ ତାଙ୍କ ଭଉଣୀଙ୍କର ନା ନୁହେଁ । ପ୍ରତିଟି ଲୋକ ଏହାକୁ ଜାଣିବାକୁ ଚାହୁଁଛନ୍ତି । ଏହାର ଉତ୍ତର ପାଇଁ ସେ ବର୍ଷାଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଥିଲେ । ଏହାସହିତ ବର୍ଷାଙ୍କୁ ଆଘାତ ଦେବା କିମ୍ବା ତାଙ୍କର ଛବି ନଷ୍ଟ କରିବା ଉଦ୍ଦେଶ୍ୟ ନୁହେଁ । ସେ ତାଙ୍କୁ ସମ୍ମାନ କରନ୍ତି । ହେଲେ ଅନେକ ଥର ଅପମାନିତ ଏବଂ ନିର୍ଯାତିତ ହେବା ପରେ ସେ ଏପରି ଟ୍ବିଟ୍ କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ଅନୁଭବ ମହାନ୍ତି କହିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.