ETV Bharat / city

ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ଅକ୍ଷୟ ପରିଜା

author img

By

Published : Oct 2, 2022, 7:30 AM IST

କାଷ୍ଟିଂ କାଉଚ ମାମଲାରେ ଛନ୍ଦି ହୋଇଥିବା ଓଡିଆ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଗିରଫ ଭୟ । ହାଇକୋର୍ଟରେ କଲେ ଆଗୁଆ ଜାମିନ ଆବେଦନ । ଅଧିକ ପଢନ୍ତୁ

ଅକ୍ଷୟ ପରିଜାଙ୍କୁ ଗିରଫ ଭୟ, ହାଇକୋର୍ଟରେ କଲେ ଆଗୁଆ ଜାମିନ ଆବେଦନ
ଅକ୍ଷୟ ପରିଜାଙ୍କୁ ଗିରଫ ଭୟ, ହାଇକୋର୍ଟରେ କଲେ ଆଗୁଆ ଜାମିନ ଆବେଦନ

କଟକ: ଓଡିଆ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଗିରଫ ଭୟ । କାଷ୍ଟିଂ କାଉଚ ମାମଲାରେ ଛନ୍ଦି ହୋଇଥିବା ପ୍ରଯୋଜକ ଗିରଫଦାରୀକୁ ଏଡାଇବା ପାଇଁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି(Akshay Parija Filed Anticipatory Bail Petition) । ଗିରଫ ଭୟରେ ସେ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଅକ୍ଷୟ ପରିଜା ଫିଲ୍ମରେ କାମ ଦେବା ନାଁରେ ୨ ବର୍ଷ ଧରି ଜଣେ ଯୁବତୀଙ୍କୁ ଯୌନ ଶୋଷଣ(Sexual Exploitation) କରୁଥିବାର ସଙ୍ଗୀନ ଅଭିଯୋଗ ଆସିଛି ।

ଏନେଇ ଯୁବତୀ ଜଣକ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ସହ ଏକ ଭିଡିଓ ଜାରି କରିଛନ୍ତି । ଏଥିରେ ସେ କହିଛନ୍ତି ଯେ, ''ସିନେମାରେ ସୁଯୋଗ ଦେବା ନାଁରେ ଫିଲ୍ମ ନିର୍ମାତା ଅକ୍ଷୟ ପରିଜା ମୋତେ ୨ ବର୍ଷ ହେବ ଯୌନ ନିର୍ଯାତନା ଦେଇ ଆସୁଥିଲେ । ମୋର ନ୍ୟୁଡ ଫଟୋ ରଖି ବ୍ଲାକମେଲ୍ କରିଛନ୍ତି । ଏପରିକି କାହାକୁ କିଛି କହିଲେ ଭିଡିଓ ଭାଇରାଲ ସହ ଜୀବନରୁ ମାରି ଦେବାକୁ ଧମକ ଦେଉଛନ୍ତି । '' ଯୁବତୀଙ୍କ ସହ ଅକ୍ଷୟ ପରିଜାଙ୍କ କିଛି ଅନ୍ତରଙ୍ଗ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହାମଧ୍ୟ ପଢନ୍ତୁ: ଅକ୍ଷୟ ପରିଜାଙ୍କ ନାଁରେ କାଷ୍ଟିଂ କାଉଚ ଅଭିଯୋଗ, ପାଲଟା ଅଭିଯୋଗ କଲେ ପ୍ରଯୋଜକ

ଅନ୍ୟପଟେ ସମ୍ପୃକ୍ତ ଯୁବତୀଙ୍କ ନାମରେ ପାଲଟା ଅଭିଯୋଗ କରିଛନ୍ତି ଅକ୍ଷୟ ପରିଜା(Odia film producer Akshay Parija) । ଯୁବତୀ ଜଣକ ତାଙ୍କୁ ବ୍ଲାକମେଲିଂ କରୁଛି । ସେ ଗୋଟେ ଗ୍ୟାଙ୍ଗ ମିଳିମିଶି ତାଙ୍କୁ ବଦନାମ କରୁଛନ୍ତି । ସତ କ'ଣ ସମସ୍ତେ ଖୁବଶୀଘ୍ର ଆପଣ ଜାଣି ପାରିବେ ବୋଲି ପ୍ରଯୋଜକ କହିଛନ୍ତି । ସେହି ଯୁବତୀ ଜଣକ ତାଙ୍କୁ ବହୁତ ପଇସା ମାଗୁଛି ଏବଂ ତାଙ୍କ ପାଖରେ ସବୁ ଭିଡିଓର ରେକର୍ଡିଂ ଅଛି, ଯାହାକୁ ସେ ପୋଲିସ୍‌କୁ ଦେବେ ବୋଲି ଅକ୍ଷୟ ପରିଜା କହିଛନ୍ତି । ଏହାରି ଭିତରେ ଗିରଫଦାରୀ ଭୟରେ ଏହି ଖ୍ୟାତିନାମା ପ୍ରଯୋଜକ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.