ETV Bharat / city

BMC ଗାଡ଼ିକୁ ଧକ୍କା ଦେଇ ବାଇକ ଚାଳକ ମୃତ, ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

author img

By

Published : Aug 12, 2022, 7:02 PM IST

BMC ଗାଡ଼ିକୁ ଧକ୍କା ଦେଇ ବାଇକ ଚାଳକ ମୃତ
BMC ଗାଡ଼ିକୁ ଧକ୍କା ଦେଇ ବାଇକ ଚାଳକ ମୃତ

ବିଏମସି ଡମ୍ପିଂୟାର୍ଡ ଗାଡ଼ିକୁ ଧକ୍କା ଦେଇ ବାଇକ ଚାଳକଙ୍କ ମୃତ୍ୟୁ । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ବିଏମସି ଗାଡ଼ିକୁ ଧକ୍କା ଦେଇ ବାଇକ ଚାଳକଙ୍କ ମୃତ୍ୟୁ । ବାରଙ୍ଗ-ପିତାପଲ୍ଲୀ ରାସ୍ତା ଭୁଆଶୁଣି ଛକ ନିକଟରେ ଏକ ଅଳିଆ ବୋଝେଇ ଟ୍ରକ ସହ ଧକ୍କା ହୋଇ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ଜଣକ ହୋଉଛନ୍ତି 'ଜଙ୍ଗଲ ଭ୍ୟୁ' ନାମକ ଏକ ରେଷ୍ଟୁରାଣ୍ଟ ମାଲିକଙ୍କ ପୁଅ ରେଶବ ରାଉତରାୟ ।

BMC ଗାଡ଼ିକୁ ଧକ୍କା ଦେଇ ବାଇକ ଚାଳକ ମୃତ

ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକେ ଡମ୍ପିଂୟାର୍ଡ ବିରୋଧରେ ରାସ୍ତା ରୋକ କରିଛନ୍ତି । ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ରୋକ କରିବା ସହ ବିଏମସିର ଡମ୍ପିଂୟାର୍ଡ ବନ୍ଦ କରିବାକୁ ଜିଦ ଧରିଛନ୍ତି । ପୂର୍ବରୁ ଡମ୍ପିଂୟାର୍ଡ ନେଇ ବିଏମସି ଦେଇଥିବା ପ୍ରତିଶୃତି ଏଯାଏଁ ପୂରଣ ହୋଇନଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ବିଏମସି ଅଧିକାରୀ ଆସି ଏହାର ଜବାବ ରଖିବାକୁ ଆନ୍ଦୋଳନକାରୀ ଦାବି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.