ETV Bharat / city

18 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ସତର୍କ କରାଇଲେ SRC

author img

By

Published : Sep 19, 2021, 3:44 PM IST

18 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ସତର୍କ କରାଇଲେ SRC
18 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ସତର୍କ କରାଇଲେ SRC

ପ୍ରବଳ ବର୍ଷା ନେଇ 18 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ...

ଭୁବନେଶ୍ବର: ପ୍ରବଳ ବର୍ଷା ନେଇ 18 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଦୁଇଟି ପାଣିପାଗର ନିୟାମକ ଓଡ଼ିଶାର ପାଣିପାଗ ଉପରେ ପ୍ରଭାବ ପକାଇବା ନେଇ ପୂର୍ବାନୁମାନ କରାଯାଉଛି । ସେଥିମଧ୍ୟରୁ ଗୋଟିଏ ହେଉଛି ମୌସୁମୀ ଜନିତ ନିମ୍ନଚାପ ରେଖା । ଏହା ରାଜସ୍ଥାନର ଜୈସଲେମେରରୁ ବାହାରି ପୂର୍ବ ରାଜସ୍ଥାନ ଓ ଉତ୍ତର ପଶ୍ଚିମ ମଧ୍ୟ ପ୍ରଦେଶ, ଡାଲଟନ ଗଜ୍‌, ଦିଘା ଦେଇ ଉତ୍ତର ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ବିଛି ।

ସେହିଭଳି ଆଉ ଏକ ଘୂର୍ଣ୍ଣିବଳୟ ଉତ୍ତର ପୂର୍ବ ବଙ୍ଗୋପସାଗର ଓ ଉତ୍ତର ଓଡ଼ିଶା ସହ ବାଂଲାଦେଶ ଉପକୂଳ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ୧.୫ରୁ ୫.୮ କିମି ପର୍ଯ୍ୟନ୍ତ ସକ୍ରିୟ ରହିଛି । ଫଳରେ ପ୍ରଥମ ଦିନରେ ଏହାର ପ୍ରଭାବରେ ୧୮ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଫଳରେ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିଶନର ।

ଉତ୍ତର ଓଡ଼ିଶାରେ ଥିବା ସମସ୍ତ ୬ଟି ଜିଲ୍ଲା ସହ ଖୋର୍ଦ୍ଧା, ପୁରୀ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଉଛି । ଦ୍ବିତୀୟ ଦିନରେ ଏହି ନିୟାମକ ଯୋଗୁଁ ଆଭ୍ୟନ୍ତରୀଣ ଓଡ଼ିଶାର ୮ ଜିଲ୍ଲାରେ ଗୋଟିଏ, ଦୁଇଟି ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୧ରୁ ୨୪ ତାରିଖ ଯାଏଁ ବର୍ଷାର ପରିମାଣ ଧୀରେଧୀରେ କମିବ । ଏହି ସମୟ ପାଇଁ କୌଣସି ୱାର୍ଣ୍ଣିଂ ଜାରି କରାଯାଇନାହିଁ ।

ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼, ଢେଙ୍କାନାଳ, ସମ୍ବଲପୁର, ନୂଆପଡା, ବଲାଙ୍ଗୀର, ସୋନପୁର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।ଜୁନ୍‌ ୧ ତାରିଖରୁ ୧୯ ତାରିଖ ଯାଏଁ ରାଜ୍ୟରେ ୯୫୮.୫ ମିମି ବର୍ଷା ରେକର୍ଡ କରାଯାଇଛି । ଏହା ସ୍ବଭାବିକ ବର୍ଷାଠାରୁ ୧୨ ମିଲିମିଟର କମ୍‌ ରହିଛି । ଏହାରି ମଧ୍ୟରେ ୨୦ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି ।

ଭୁବନଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.