ETV Bharat / city

ଓଡିଶା ଗସ୍ତରେ ଆସିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

author img

By

Published : Jan 4, 2022, 10:58 PM IST

14097258
14097258

ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଜାନୁୟାରୀ 6 ରେ ଭୁବନେଶ୍ବରରେ ପହଞ୍ଚିବେ ରେଳମନ୍ତ୍ରୀ । ଅଧିକ ପଢନ୍ତୁ

ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଜାନୁୟାରୀ 6 ରେ ଭୁବନେଶ୍ବରରେ ପହଞ୍ଚିବେ ରେଳମନ୍ତ୍ରୀ ।

ସେହିଦିନ ଭୁବନେଶ୍ବର ଓ କଟକରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେବେ ରେଳମନ୍ତ୍ରୀ । ସେହିଦିନ 3 ହଜାର 993 ମୋବାଇଲ ଟାୱାରର ସଂଯୋଗୀ କରଣ କାର୍ଯ୍ୟକ୍ରମରେ ହେବେ ସାମିଲ । ଏହା ବ୍ୟତୀତ 207 ମୋବାଇଲ ପୋଷ୍ଟ ଅଫିସ ସମ୍ପର୍କିତ କାର୍ଯ୍ୟକ୍ରମରେ ହେବେ ସାମିଲ । ପୁରୀରୁ ରାଜଧାନୀ କୋଚ ଲାଗିଥିବା ତପସ୍ବିନୀ ଏକ୍ସପ୍ରେସର ମଧ୍ୟ ଶୁଭାରମ୍ଭ କରିବେ । ଏହାବାଦ କଟକ ରେଳ ଷ୍ଟେସନର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ମଧ୍ୟ ସମୀକ୍ଷା କରିବେ ।

ଏହାବାଦ ବାଲେଶ୍ବର ଗସ୍ତ କରି ବାଲେଶ୍ବର-ନୀଳଗିରି ରେଳଲାଇନର ଭିତ୍ତିପ୍ରସ୍ତର ରଖିବେ । ଏତତ ବ୍ୟତୀତ GIMSAR ର ମୋବାଇଲ ହେଲଥ ୟୁନିଟର ଶୁଭାରମ୍ଭ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.