ETV Bharat / city

ମହାତ୍ମା ଗାନ୍ଧୀ ଜାତୀୟ ଛାତ୍ରବୃତ୍ତିର 2ୟ ପର୍ଯ୍ୟାୟ ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

author img

By

Published : Oct 25, 2021, 10:50 PM IST

ମହାତ୍ମା ଗାନ୍ଧୀ ଜାତୀୟ ଛାତ୍ରବୃତ୍ତିର ଦ୍ବିତୀୟ ପର୍ଯ୍ୟାୟ ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
ମହାତ୍ମା ଗାନ୍ଧୀ ଜାତୀୟ ଛାତ୍ରବୃତ୍ତିର ଦ୍ବିତୀୟ ପର୍ଯ୍ୟାୟ ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ମହାତ୍ମା ଗାନ୍ଧୀ ଜାତୀୟ ଛାତ୍ରବୃତ୍ତିର ୨ୟ ପର୍ଯ୍ୟାୟର ଶୁଭାରମ୍ଭ କଲେ କେନ୍ଦ୍ର ଶକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଯୁବପିଢିଙ୍କୁ ଦକ୍ଷତା ବିକାଶର ପ୍ରୟାସରେ ଯୋଡି ହେବାକୁ ଦେଲେ ଆହ୍ବାନ। ଅଧିକ ପଢନ୍ତୁ...

ଭୁବନେଶ୍ବର: ମହାତ୍ମା ଗାନ୍ଧୀ ଜାତୀୟ ଛାତ୍ରବୃତିର ଦ୍ବିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି (ସୋମବାର) ନୂଆଦିଲ୍ଲୀରୁ ଭିଡିଓ କନଫରେନିଂ ମାଧ୍ୟମରେ ସେ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଛାତ୍ରବୃତ୍ତିଧାରୀ ତଥା ଯୁବପିଢିଙ୍କୁ ଦକ୍ଷତା ବିକାଶର ପ୍ରୟାସରେ ତୃଣମୂଳ ସ୍ତରରେ ସାମାଜିକ ପରିବର୍ତ୍ତନର ଅଗ୍ରଦୂତ ହେବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

ଧର୍ମେନ୍ଦ୍ର କହିଛନ୍ତି ଯେ, ମହାତ୍ମା ଗାନ୍ଧୀ ଜାତୀୟ ଛାତ୍ରବୃତ୍ତି ହେଉଛି ଏକ ୨ ବର୍ଷୀୟା ଛାତ୍ରବୃତ୍ତି । ଏହି ବୃତ୍ତିର ଉଦ୍ଦେଶ୍ୟ ହେଉଛି ଜିଲ୍ଲା ସ୍ତରରେ ଦକ୍ଷତା ବିକାଶରେ ସହଯୋଗୀ ହେବା । ଏଥିପାଇଁ ପୂର୍ବରୁ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଓ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ମ୍ୟାନେଜମେଣ୍ଟ୍‌(IIM) ସହ ପାଇଲଟ ଭିତ୍ତିରେ ଆରମ୍ଭ ହୋଇଥିଲା । ତୃଣମୂଳ ସ୍ତରରେ ଦକ୍ଷତା ବିକାଶକୁ ସହଯୋଗ କରିବା ପାଇଁ ବ୍ୟକ୍ତିବିଶେଷ ଓ ଯୁବବର୍ଗଙ୍କୁ ୨ ବର୍ଷ ପାଇଁ ଏହି ବୃତ୍ତି ସୁଯୋଗ ପ୍ରଦାନ କରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

୧ମ ପର୍ଯ୍ୟାୟରେ ୬ଟି ରାଜ୍ୟର ୬୯ ଟି ଜିଲ୍ଲାରେ ୬୯ ଜଣ ବୃତ୍ତିଧାରୀଙ୍କୁ ନିଯୋଜିତ କରାଯାଇ ଥିବାବେଳେ ୨ୟ ପର୍ଯ୍ୟାୟରେ ଦେଶର ସମସ୍ତ ଜିଲ୍ଲାରେ ଅଧିକ ୬୬୧ ବୃତ୍ତିଧାରୀ ଅର୍ଥାତ୍ ମୋଟ ୭୩୦ ମହାତ୍ମା ଗାନ୍ଧୀ ଜାତୀୟ ବୃତ୍ତିଧାରୀଙ୍କୁ ନିୟୋଜିତ କରାଯାଇଛି । ସେହିପରି ପ୍ରଥମ ପର୍ଯ୍ୟାୟରେ IIM ବାଙ୍ଗାଲୋର ସହଯୋଗରେ କାର୍ଯ୍ୟକ୍ରମରେ ଯୋଡା ଯାଇଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ଅଧିକ ୮ଟି IIMକୁ ଯୋଡ଼ାଯାଇଛି । ଜୀବନଜୀବିକା ପ୍ରୋତ୍ସାହନଭିତ୍ତିକ କାର୍ଯ୍ୟକ୍ରମ ସଙ୍କଳ୍ପ ଅଧୀନରେ ମହାତ୍ମା ଗାନ୍ଧୀ ଛାତ୍ରବୃତ୍ତି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରରେ ଶାସନ ବ୍ୟବସ୍ଥା ଏବଂ ନୀତି ସହ ଧନ୍ଦାମୂଳକ ଶିକ୍ଷା ବିଷୟରେ ଅବଗତ ଥିବା ବୃ୍ତ୍ତିଧାରୀ ବ୍ୟକ୍ତିବିଶେଷଙ୍କୁ ଏକ ପ୍ଲାଟଫର୍ମ ପ୍ରଦାନ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏକବିଂଶ ଶତାବ୍ଦୀର ଆବଶ୍ୟକତା ଏବଂ ସ୍ଥାନୀୟ ବିଷୟକୁ ଦୃଷ୍ଟିରେ ରଖି ଛାତ୍ରବୃତ୍ତି ପାଉଥିବା ବ୍ୟକ୍ତିବିଶେଷଙ୍କୁ ବୈଶିକ ଚିନ୍ତାଧାରା ଏବଂ ସ୍ଥାନୀୟ ଆଭିମୁଖ୍ୟ ସହିତ ଦକ୍ଷତା ବିକାଶର ପ୍ରୟାସରେ ଆଞ୍ଚଳିକ ଭାଷାକୁ ଏକତ୍ରିତ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି ଧର୍ମେନ୍ଦ୍ର । ସେହିପରି ଏହି କୃତ୍ତି ମାଧ୍ୟମରେ ଜିଲ୍ଲା ସ୍ତରରେ ଏବଂ IIM ସମାଜରେ ପରିବର୍ତ୍ତନ ଏବଂ ସଫଳତାର କାହାଣୀ ତିଆରି କରିବାରେ ସହଯୋଗ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଆହ୍ବାନ କରିଛନ୍ତି । ଜାତୀୟ ଶିକ୍ଷା ନୀତି-୨୦୨୦ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ IIMକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.