ETV Bharat / city

ଜଳକାରେ 4 ଘାଇ, ସ୍ଥିତି ଉପରେ ନଜର: ସର୍ବୋଚ୍ଚ ଯନ୍ତ୍ରୀ

author img

By

Published : Sep 23, 2021, 4:43 PM IST

ଜଳକାରେ 4 ଘାଇ, ସ୍ଥିତି ଉପରେ ନଜର: ସର୍ବୋଚ୍ଚ ଯନ୍ତ୍ରୀ
ଜଳକାରେ 4 ଘାଇ, ସ୍ଥିତି ଉପରେ ନଜର: ସର୍ବୋଚ୍ଚ ଯନ୍ତ୍ରୀ

ଲଗାଣ ବର୍ଷା ଯୋଗୁଁ ଉତ୍ତରର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରଭାହିତ ହେଉଛି । ଏହା ସହ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଅନ୍ୟ ନଦୀର ଜଳସ୍ତର ବୃଦ୍ଧି ପାଇଥିଲେ ମଧ୍ୟ ବିପଦ ସଂକେତ ତଳେ ପ୍ରବାହିତ ହେଉଛି । ଅଧିକ ପଢନ୍ତୁ...

ଭୁବନେଶ୍ବର: ଲଗାଣ ବର୍ଷା ଯୋଗୁଁ ଉତ୍ତରର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରଭାହିତ ହେଉଛି । ଏହା ସହ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଅନ୍ୟ ନଦୀର ଜଳସ୍ତର ବୃଦ୍ଧି ପାଇଥିଲେ ମଧ୍ୟ ବିପଦ ସଂକେତ ତଳେ ପ୍ରବାହିତ ହେଉଛି । ଜଳକା ନଦୀର ତଳମୁଣ୍ଡରେ 4ଟି ଘାଇ ହୋଇଛି । ପାଣି କମିଲେ ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ କୁମାର ସାମଲ ।

ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁସାରେ, ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ନେଇ ଜଳ ସମ୍ପଦ ବିଭାଗ ସତର୍କ ଅଛି । ଜଳକା ଯୋଗୁଁ ତଳମୁଣ୍ଡରେ 4 ଟି ଘାଇ ସୃଷ୍ଟି ହୋଇଛି । ରାସଗୋବିନ୍ଦପୁର ଠାରେ ଏହି ଘାଇ ହୋଇଛି । ସମ୍ପୃକ୍ତ ସ୍ଥାନରେ ବିଭାଗର ଇଞ୍ଜିନିୟରମାନେ ଉପସ୍ଥିତ ଅଛନ୍ତି । ଘାଇ ଉପରେ ନଜର ରଖିଛନ୍ତି । ସମସ୍ତ ଉପକରଣ ମହଜୁଦ ରହିଛି । ପାଣି କମିଲେ ମରାମତି କାର୍ଯ୍ୟ ଆରମ୍ଭ ହେବ । ସେହିପରି ଉପର ମୁଣ୍ଡରେ ବର୍ଷା ଅଳ୍ପ ଅଳ୍ପ ହେଉଛି । ମାତ୍ର ବର୍ତ୍ତମାନ ରାଜଘଟ ଠାରେ ସୁବର୍ଣ୍ଣରେଖା ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ସନ୍ଧ୍ୟା ସୁଦ୍ଧା ଏହା ବିପଦ ସଂକେତ ପର୍ଯ୍ୟନ୍ତ ଛୁଇଁପାରେ । ତଥାପି ସେମିତି କିଛି ଅସୁବିଧା ହେବାର ନାହିଁ ।

ମହନଦୀ ଅବବାହିକାରେ ବର୍ତ୍ତମାନ ସେପରି କିଛି ସମସ୍ୟା ନାହିଁ । ହୀରାକୁଦର ଗେଟ ଗୁଡିକ ନିୟମ ମୁତାବକ ଖୋଲା ଯାଉଛି । ଜଳସ୍ତରକୁ ଦେଖି ଇଞ୍ଜିନିୟର ମାନେ ଗାଇଡଲାଇନ ମୁତାବକ ଗେଟ ଖୋଲୁଛନ୍ତି ଓ ବନ୍ଦ କରୁଛନ୍ତି । କେବେ ବି 3ରୁ 4 ଘଣ୍ଟା ଭିତରେ ଗେଟ ଖୋଲାଯାଇ ବନ୍ଦ କରାଯାଉନି ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.