ETV Bharat / city

BJDରେ ଆଉ କାର୍ଯ୍ୟକାରୀ ହେଉନି ନବୀନଙ୍କ ନିର୍ଦ୍ଦେଶ !

author img

By

Published : Jan 18, 2022, 10:34 PM IST

BJD
BJD

କୁହାଯାଏ ବିଜେଡି ଓ ଦଳର ସଭାପତି ନବୀନ ପଟ୍ଟନାୟକ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ । ନବୀନଙ୍କ ନିର୍ଦ୍ଦେଶ ଦଳରେ ବେଦର ଗାର । ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତି ଦଳର ନେତା ଓ କର୍ମୀ । କିନ୍ତୁ ଏବେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଅଧିକ ପଢନ୍ତୁ

ଭୁବନେଶ୍ବର: କୁହାଯାଏ ବିଜେଡି ଓ ଦଳର ସଭାପତି ନବୀନ ପଟ୍ଟନାୟକ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ । ନବୀନଙ୍କ ନିର୍ଦ୍ଦେଶ ଦଳରେ ବେଦର ଗାର । ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତି ଦଳର ନେତା ଓ କର୍ମୀ । କିନ୍ତୁ ଏବେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଆଉ କାଟୁ କରୁନି ନବୀନଙ୍କ ନାଲି ଆଖି । କାର୍ଯ୍ୟକାରୀ ହେଉନି ନବୀନଙ୍କ ନିର୍ଦ୍ଦେଶ ।

BJD ରେ ଆଉ କାର୍ଯ୍ୟକାରୀ ହେଉନି ନବୀନଙ୍କ ନିର୍ଦ୍ଦେଶ !

ଚିଲିକା ବିଜେପି ମଣ୍ଡଳ ସଭାପତିଙ୍କୁ ସର୍ବସମୁଖରେ ମାଡ ମାରି ଦଳରୁ ନିଲମ୍ବିତ ହୋଇଥିଲେ ପ୍ରଶାନ୍ତ ଜଗଦ୍ଦେବ । ବିଧାୟକଙ୍କ ଦବଙ୍ଗଗିରି କ୍ୟାମେରାରେ କୟଦ ହୋଇ ଭାଇରାଲ ହେବା ପରେ ଦଳରୁ ନିଲମ୍ବନ କରିଥିଲେ ଖୋଦ ମୁଖ୍ୟମନ୍ତ୍ରୀ । ଏମିତିକି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦରୁ ହଟେଇ ଦେଇଥିଲେ ନବୀନ । ଏହା ପରେ ପ୍ରଶାନ୍ତଙ୍କୁ ଗିରଫ କରିଥିଲା ଖୋର୍ଦ୍ଧା ପୋଲିସ । ଅବଶ୍ୟ ସ୍ବାସ୍ଥ୍ୟ ଗତ ସମସ୍ୟା ଆଳ ଦେଖାଇ ପ୍ରଶାନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରବର୍ତ୍ତୀ ସମୟରେ ଜାମିନ ପାଇଛନ୍ତି ପ୍ରଶାନ୍ତ ।ତେବେ ଆଜି ରାଜ୍ୟ କାର୍ଯ୍ୟାଳୟରେ ପ୍ରଶାନ୍ତଙ୍କ ଉପସ୍ଥିତି ପରେ, ମୁଖ୍ୟମନ୍ତ୍ରୀଙ୍କ ନିଲମ୍ବନ ପ୍ରକ୍ରିୟାକୁ ନେଇ ଉଠିଛି ମାଳମାଳ ପ୍ରଶ୍ନ ।

ବିଜେଡିରୁ ନିଲମ୍ବନ ହୋଇଥିବା ପ୍ରଶାନ୍ତ କିପରି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେଲେ ତାହାକୁ ନେଇ ପ୍ରଶ୍ନ ଉଠିଛି । ନବୀନଙ୍କ ନିର୍ଦ୍ଦେଶ କଣ ଆଉ ବିଜେଡିରେ କାର୍ଯ୍ୟକାରୀ ହେଉନାହିଁ ବୋଲି ସନ୍ଦେହ ଜାତ ହୋଇଛି । ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପ୍ରଶାନ୍ତ । ଷ୍ଟେଜକୁ ନଯାଇ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପ୍ରଶାନ୍ତ । ପ୍ରତ୍ୟକ୍ଷ ନହେଲେ ପରୋକ୍ଷରେ ସାମିଲ ହୋଇଥିଲେ ପ୍ରଶାନ୍ତ । ପ୍ରଶାନ୍ତଙ୍କ ବଦଳରେ ତାଙ୍କ ପତ୍ନୀ ଷ୍ଟେଜରେ ବସିଥିଲେ । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ଓ ଖୋଦ ନିଲମ୍ବିତ ନେତା ପ୍ରଶାନ୍ତ ଜଗଦେବ ।

ପ୍ରମିଳା କହିଛନ୍ତି , ପ୍ରଶାନ୍ତଙ୍କ ନିଲମ୍ବନ ଆଦେଶ କେବେ ହଟିବ ସେ କଥା ସଭାପତି ଓ ସାଂଗଠନିକ ସମ୍ପାଦକ ବୁଝିବେ । ଏହି ମିଶ୍ରଣ କାର୍ଯ୍ୟକ୍ରମ ପ୍ରଶାନ୍ତଙ୍କ ପତ୍ନୀ ସ୍ବାଗତିକାଙ୍କ ନେତୃତ୍ବରେ ହୋଇଛି । ସ୍ବାଗତିକା ବିଜେଡିରେ ଅଛନ୍ତି । ସେପଟେ ପ୍ରଶାନ୍ତ କହିଛନ୍ତି ଯେ, ଶଙ୍ଖ ଚିହ୍ନରେ ନିର୍ବାଚିତ ବିଧାୟକ । ପଦପଦବୀରେ ନଥିଲେ ବି ମୁଁ ଦଳରେ ଅଛି । ଦଳର ମୁଁ ସୈନିକ । ସୈନିକ ଭାବରେ କାର୍ଯ୍ୟ କରୁଛି । ମୁଖ୍ୟମନ୍ତ୍ରୀ ଯେବେ ନିଲମ୍ବନ ଆଦେଶ ହଟେଇବେ ମୁଁ ସ୍ବାଗତ କରିବି ।

ଭୁବେନଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.