ETV Bharat / city

ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସର୍ତ୍ତମୂଳକ ଜାମିନ, ବର୍ଷେ ଯାଏଁ ନିର୍ବାଚନ ମଣ୍ଡଳୀ ମନା !

author img

By

Published : Jul 25, 2022, 1:48 PM IST

Updated : Jul 25, 2022, 4:13 PM IST

ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଶ୍ୱସ୍ତି
ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଶ୍ୱସ୍ତି

ଚିଲିକା ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଶ୍ବସ୍ତି । ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଚିଲିକା ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଶ୍ବସ୍ତି । ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଏନେଇ ଆଇନଜୀବୀ ମାନସ ଚାନ୍ଦଙ୍କ ସୂଚନା ଦେଇଛନ୍ତି । ବର୍ଷେ ଯାଏଁ ନିର୍ବାଚନ ମଣ୍ଡଳୀକୁ ଯାଇ ପାରିବେ ନାହିଁ ଯଦି ନିର୍ବାଚନ ମଣ୍ଡଳୀକୁ ଯିବେ ତେବେ ଜିଲ୍ଲାପାଳଙ୍କ ଅନୁମତି ନେବାରୁ ସର୍ତ୍ତ ରହିଛି । ୫ ଜଣରୁ ଅଧିକ ଲୋକଙ୍କୁ ନେଇ ସଭା ସମିତି କରିପାରିବେ ନାହିଁ ବୋଲି ସର୍ତ୍ତ ରଖି ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ ।

ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସର୍ତ୍ତମୂଳକ ଜାମିନ, ବର୍ଷେ ଯାଏଁ ନିର୍ବାଚନ ମଣ୍ଡଳୀ ମନା !

ଏନେଇ ପ୍ରଶାନ୍ତ ଜଗଦ୍ଦେବଙ୍କ ଆଇନଜୀବି ମାନସ ଚାନ୍ଦ କହିଛନ୍ତି ଆଜି ସୁପ୍ରିମକୋର୍ଟରେ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଶୁଣାଣି ହେଲା । ଜଗଦ୍ଦେବଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବି ବସନ୍ତ ଦାସ ମାମଲା ପରିଚାଳନା କରିଥିଲେ । ସୁପ୍ରିମକୋର୍ଟଙ୍କ ସର୍ତ୍ତ ଅନୁସାରେ ବର୍ଷେ ଯାଏଁ ନିର୍ବାଚନ ମଣ୍ଡଳୀକୁ ଯାଇ ପାରିବେ ନାହିଁ ଯଦି ନିର୍ବାଚନ ମଣ୍ଡଳୀକୁ ଯିବେ ତେବେ ଜିଲ୍ଲାପାଳଙ୍କ ଅନୁମତି ନେବାରୁ ସର୍ତ୍ତ ରହିଛି । ୫ ଜଣରୁ ଅଧିକ ଲୋକଙ୍କୁ ନେଇ ସଭା ସମିତି କରିପାରିବେ ନାହିଁ ବୋଲି ସର୍ତ୍ତ ରଖି ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଯଦି ଆବଶ୍ୟକ ସ୍ଥଳେ ଯିବେ ସ୍ଥାନୀୟ ଜିଲ୍ଲପାଳଙ୍କ ଅନୁମତି ଯାଇପାରିବେ ।

ବରିଷ୍ଠ ଆଆଇନଜୀବି ମାନସ ଚାନ୍ଦ ଆହୁରି କହିଛନ୍ତି, ବେଲକୁ ଖାରଜ କରିବା ପାଇଁ ସରକାରଙ୍କ ପକ୍ଷରୁ ମଧ୍ୟ ଦୃଢ ଯୁକ୍ତି ଉପସ୍ଥାନ କରାଯାଇଥିଲା । ଯେଉଁଥିରେ ରହିଛି ପ୍ରଶାନ୍ତ ଜଗଦ୍ଦେବ 20 ଜଣ ଲୋକଙ୍କୁ ଗାଡି ମଡାଇ ଦିଆଯାଇଥିବା ଅଭିଯୋଗ ରହିଥିଲେ । ଯେଉଁ ଘଟଣାରେ ସ୍ଥାନୀୟ ଥାନା ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି ବୋଲି ଯୁକ୍ତି ରଖିଥିଲେ ସରକାର । ଏହାସହ ଏହାସହ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ 12 ଟି ମାମଲା ଥିବା ସହ ଜଣେ ପେଶାଦାର ଅପରାଧୀ ବୋଲି ଯୁକ୍ତି ରଖିଥିଲେ ସରକାର । ଏହାସତ୍ବେ ସୁପ୍ରିମକୋର୍ଟ ସର୍ତ୍ତ ମୂଳକ ବେଲ ଦେଇଥିବା ମାନସ କହିଛନ୍ତି ।

ସେହିପରି ବରିଷ୍ଠ ଆଇନଜୀବି ବସନ୍ତ ଦାସ କହିଛନ୍ତି ଏହି କେଶଟି ଶୁଣାଣି ହେଲା ଜଷ୍ଟିସ ହେମନ୍ତ ଗୁପ୍ତା ଓ ଜଷ୍ଟିସ ବିକ୍ରମ ନାଥଙ୍କ ଡିଭିଜନ ବେଞ୍ଚରେ । ଉଭୟ ପକ୍ଷରୁ ଦୃଢ ଯୁକ୍ତି ହେଲା । ସମସ୍ତ ତଥ୍ୟ ଓ ଯୁକ୍ତି ଦେଖି ଖଣ୍ଡପୀଠ ବେଲ ଦେଇଛନ୍ତି ବୋଲି କହିଛନ୍ତି ଆଇନଜୀବି ବସନ୍ତ ଦାସ

ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୧୨ ତାରିଖ ଦିନ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ବାଣପୁର ବ୍ଲକ ଅଫିସ୍‌ ସମ୍ମୁଖରେ ସାଧାରଣ ଜନତାଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ ପ୍ରଶାନ୍ତ ଜଗଦ୍ଦେବ । ଯାହାପରେ ସାଧାରଣ ଜନତାଙ୍କ ସମେତ କିଛି ପୋଲିସ୍‌ କର୍ମଚାରୀ ଗୁରୁତର ଆହତ ହୋଇଥିଲେ । ଏହା ଚାରିଆଡେ ହଇଚଇ ସୃଷ୍ଟି କରିଥିଲା । ଏହାପରେ ମାର୍ଚ୍ଚ 23ରେ ଗିରଫ ହୋଇଥିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।

Last Updated :Jul 25, 2022, 4:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.