ETV Bharat / city

ଦିବ୍ୟାଙ୍ଗଙ୍କ ପ୍ରେରଣାର ଉତ୍ସ ସୁଭଦ୍ରା ଦିଦି, ଦେଖାଉଛନ୍ତି ବଞ୍ଚିବାର ଦିଶା

author img

By

Published : Nov 29, 2020, 2:30 PM IST

Subhadra Didi an inspiration of Dibyangs, teaches self-reliance
ଦିବ୍ୟାଙ୍ଗଙ୍କ ପ୍ରେରଣାର ଉତ୍ସ ସୁଭଦ୍ରା ଦିଦି

ଦୃଢ ଇଛାଶକ୍ତି ଆଗରେ ହାର ମାନିଛି ଅକ୍ଷମତା। କୋରୋନା କାଳରେ ଅଟାକଳ ଦେଲା ବଞ୍ଚିବାର ରାହା । ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଉତ୍ସ ସାଜିଲେ ଦିବ୍ୟାଙ୍ଗ ସୁଭଦ୍ରା । ଅଧିକ ପଢନ୍ତୁ...

ଭୁବନେଶ୍ବର: ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅକ୍ଷମତା । ସମାଜରେ କିଛି କରି ଦେଖାଇବାର ନିଶା ତାଙ୍କୁ ଦେଇଛି ଏକ ନୂଆ ପରିଚୟ । ଆମେ କହୁଛୁ ରାଜଧାନୀରେ ରହୁଥିବା ସୁଭଦ୍ରାଙ୍କ କଥା । ଘର ଜଗତସିଂହପୁରରେ । ହେଲେ ରୋଜଗାର କରିବାର ନିଶା ତାଙ୍କୁ ନେଇ ଆସିଛି ସ୍ମାର୍ଟସିଟିକୁ । ବୟସ କମ ହେଲେ ଆଖିରେ ଅସୁମାରୀ ସ୍ବପ୍ନ । ସୁଭଦ୍ରାଙ୍କ ଜନ୍ମରୁ ଗୋଟିଏ ହାତ ନଥିବାରୁ ଦୁଇ ଗୋଡ଼ ଓ ଗୋଟିଏ ହାତରେ ଘରର ସମସ୍ତ କାମ କରିଥାନ୍ତି । ରୋଷେଇ କରିବା ଠୁ ଆରମ୍ଭ କରି ପିଲାଙ୍କୁ ପାଠ ପଢାନ୍ତି । ପୂର୍ବରୁ ଘରେ ପେପର ପ୍ଲେଟ କାମ କରି ଚଳୁଥିଲେ ସୁଭଦ୍ରା । ହେଲେ କୋରୋନା ମହାମାରୀ ଯୋଗୁଁ ବନ୍ଦ ହୋଇଗଲା ଜୀବିକା । ତଥାପି ସେ ଚୁପ ହୋଇ ଘରେ ବସି ନାହାଁନ୍ତି । ପେଟ ପୋଷିବା ପାଇଁ ଗହମ ପେଶୀ ଅଟା ବିକ୍ରି କରି ଦିନକୁ ଶହେରୁ 2 ଶହ ଟଙ୍କ ରୋଜାଗାର କରୁଛନ୍ତି । ଅନ୍ୟ ଦିବ୍ୟାଙ୍ଗଙ୍କ ପାଇଁ ସେ ପାଲଟିଛନ୍ତି ଉଦାହରଣ ।

ଦିବ୍ୟାଙ୍ଗଙ୍କ ପ୍ରେରଣାର ଉତ୍ସ ସୁଭଦ୍ରା ଦିଦି




ସେପଟେ,ସୁଭଦ୍ରାଙ୍କୁ ସହଯୋଗର ହାତ ବଢାଇଛନ୍ତି ତ୍ରିଲୋଚନ । ସେ ମଧ୍ୟ ଜଣେ ଦିବ୍ୟାଙ୍ଗ । ହେଲେ ସାହାସ ଜୁଟାଇ ଅନ୍ୟ ଦିବ୍ୟାଙ୍ଗମାନଙ୍କୁ ଦେଉଛନ୍ତ ଧୌର୍ଯ୍ୟ ଓ ସାହସ । ତ୍ରିଲୋଚନଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ଦିବ୍ୟାଙ୍ଗ ହୋଇ ସୁଧା ଲକ୍ଷ୍ୟ ହାସଲ କରିବାକୁ ଆଶା ରଖିଥିବା ସୁଭଦ୍ରାଙ୍କୁ କିନ୍ତୁ ମିଳିନି ସରକାରୀ ସହାୟତା । ବାରମ୍ବାର ଅଭିଯୋଗ କରିବା ପରେ ବି ଦିବ୍ୟାଙ୍ଗ ଭତ୍ତା ମିଳିପାରିନି । ଯଦି ସୁଭଦ୍ରାଙ୍କୁ ସରକାରୀ ସହାୟତା ମିଳନ୍ତା ସେ ଅଟାକଳକୁ ଆହୁରି ଆଗକୁ ବଢାଇ ପାରିନ୍ତେ ।
ଭୁବନେଶ୍ବରରୁ ବିକାଶ ଦାସ ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.