ETV Bharat / city

RRR କ୍ରେଜ, ସଚେତନତା ପାଇଁ ପରିବହନ ବିଭାଗର Responsible Road Rides କ୍ୟାମ୍ପେନ

author img

By

Published : Mar 30, 2022, 8:42 PM IST

Updated : Mar 30, 2022, 9:46 PM IST

RRR କ୍ରେଜ, ସଚେତନତା ପାଇଁ ପରିବହନ ବିଭାଗର Responsible Road Rides କ୍ୟାମ୍ପେନ
RRR କ୍ରେଜ, ସଚେତନତା ପାଇଁ ପରିବହନ ବିଭାଗର Responsible Road Rides କ୍ୟାମ୍ପେନ

ଲୋକଙ୍କୁ ସଚେତନ କରିବା ଲାଗି ରାଜ୍ୟ ସଡକ ଓ ପରିବହନ ବିଭାଗ ପକ୍ଷରୁ ଆରଆରଆର ସିନେମାକୁ ନେଇ ଏକ ଟ୍ବିଟ୍ ମାଧ୍ୟମରେ ସଚେତନତା କରାଯାଉଛି । ପରିବହନ ବିଭାଗ ପକ୍ଷରୁ କରାଯାଇଥିବା ଟୁଇଟ୍‌ରେ ଯାତ୍ରା ସମୟରେ ସବୁବେଳେ ହେଲମଟ ପିନ୍ଧିବା ଲାଗି କୁହାଯାଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ପୁଷ୍ପା ସିନେମା କ୍ରେଜ ପରେ ଆରଆରଆର ସିନେମା କ୍ରେଜ ରାଜ୍ୟ ସରକାରଙ୍କ ପରିବହନ ବିଭାଗରେ ଦେଖିବାକୁ ମିଳିଛି । ତେବେ ଲୋକଙ୍କୁ ସଚେତନ କରିବା ଲାଗି ରାଜ୍ୟ ସଡକ ଓ ପରିବହନ ବିଭାଗ ପକ୍ଷରୁ ଆରଆରଆର ସିନେମାକୁ ନେଇ ଏକ ଟ୍ବିଟ୍ ମାଧ୍ୟମରେ ସଚେତନତା କରାଯାଉଛି । ପରିବହନ ବିଭାଗ ପକ୍ଷରୁ କରାଯାଇଥିବା ଟୁଇଟ୍‌ରେ ଯାତ୍ରା ସମୟରେ ସବୁବେଳେ ହେଲମଟ ପିନ୍ଧିବା ଲାଗି କୁହାଯାଇଛି ।

ଏଥିସହ ରାସ୍ତାରେ ଗଲା ବେଳେ ଉଭୟ ଚାଳକ ଓ ପଛରେ ବସିଥିବା ଲୋକ ହେଲମେଟ ବ୍ୟବହାର କରିବା ଲାଗି କୁହାଯାଇଛି । ଏହା ସହିତ ଏକ ଥିମ ମଧ୍ୟ ରଖା ଯାଇଛି । ତେବେ ଆରଆରଆର(RRR)କୁ ନେଇ Responsible, Road ଏବଂ Rides ଥିମ ରଖାଯାଇଛି । ସେହିପରି ପୂର୍ବରୁ ମଧ୍ୟ ସିନେମା ପୁଷ୍ପାର ଡାଏଲଗ ବ୍ୟବହାର କରି ବିଏମସି ଓ ପରିବହନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରିବା ଲାଗି ମଧ୍ୟ ଟ୍ବିଟ୍ କରିଥିଲା ।

ଅନ୍ୟପଟେ ସିନେମାର ଲୋକପ୍ରିୟତାକୁ ବ୍ୟବହାର କରି ଲୋକଙ୍କୁ ସଚେତନ କରିବା ଲାଗି ପରିବହନ ବିଭାଗ ଏହି କାର୍ଯ୍ୟ କରିଛି । ତେବେ ଏହା ଦ୍ବାର କେତେ ଲୋକ ସଚେତନ ହେଉଛନ୍ତି ତାହା ପରବର୍ତ୍ତୀ ସମୟରେ ଜଣାପଡିବ ।

Last Updated :Mar 30, 2022, 9:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.