ETV Bharat / city

ଓଡିଶାରେ ନିର୍ମାଣ ହେବ 7ଟି ଅକ୍ସିଜେନ ପ୍ଲାଣ୍ଟ, ବୌଦ୍ଧରେ ଆରମ୍ଭ ହେଲା କାର୍ଯ୍ୟ

author img

By

Published : May 10, 2021, 9:48 PM IST

Seven oxigen plant
ଓଡିଶାରେ ନିର୍ମାଣ ହେବ 7ଟି ଅକ୍ସିଜେନ ପ୍ଲାଣ୍ଟ, ବୌଦ୍ଧରେ ଆରମ୍ଭ ହେଲା କାର୍ଯ୍ୟ

ଓଡିଶାର 7 ଟି ସ୍ଥାନରେ ନିର୍ମାଣ ହେବ ଅକ୍ସିଜେନ ପ୍ଲାଣ୍ଟ । ଏନେଇ ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ଅନୁମତି ପ୍ରଦାନ କିରଛନ୍ତି । ଆଜିଠୁ ବୌଦ୍ଧରେ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ଭୁବନେଶ୍ବର: ଓଡିଶାର 7 ଟି ସ୍ଥାନରେ ନିର୍ମାଣ ହେବ ଅକ୍ସିଜେନ ପ୍ଲାଣ୍ଟ । ଏନେଇ ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ଅନୁମତି ପ୍ରଦାନ କିରଛନ୍ତି । କୋରୋନା ଲଢେଇରେ ସବୁଠୁ ବଡ ଅସ୍ତ୍ର ହୋଇଛି ଅମ୍ଲଜାନ ।

Seven oxigen plan
ଓଡିଶାରେ ନିର୍ମାଣ ହେବ 7ଟି ଅକ୍ସିଜେନ ପ୍ଲାଣ୍ଟ, ବୌଦ୍ଧରେ ଆରମ୍ଭ ହେଲା କାର୍ଯ୍ୟ

ଓଡିଶା ଲୋକଙ୍କ ସୁରକ୍ଷାକୁ ମୋଦି ସରକାରଙ୍କ ପ୍ରାଥମିକତା ଦେଇଛନ୍ତି । ରାଜ୍ୟରେ ପ୍ରତିଷ୍ଟା ହେବ 7 ଟି ଅକ୍ସିଜେନ ପ୍ଲାଣ୍ଟ । ଓଡିଶାର ଭଦ୍ରକ, ବୌଦ୍ଧ, କଟକ, ଗଜପତି, ଝାରସୁଗୁଡା, କୋରାପୁଟ ଓ ନୟାଗଡ଼ ଜିଲ୍ଲାର ୭ଟି ସ୍ଥାନରେ ଅକ୍ସିଜେନ୍ ପ୍ଲାଣ୍ଟ ନିର୍ମାଣ ହେବ। ସୋମବାର ବୌଦ୍ଧ ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହା ଅଳ୍ପ ଦିନରେ ବୌଦ୍ଧ ଜିଲ୍ଲାର ଲୋକଙ୍କ ପାଇଁ କାର୍ଯ୍ୟକ୍ଷମ ହେବ । ଯାହା ଜିଲ୍ଲାବାସୀଙ୍କ ବେଶ ସହାୟତା କରିବ ବୋଲି ବିଜେପି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି । ରାଜ୍ୟରେ ବିଭିନ୍ନ ରାଷ୍ଚ୍ରାୟତ କମ୍ପାନୀ ଅକ୍ସିଜେନ ପ୍ଲାଣ୍ଟ ଗୁଡିକ ନିର୍ମାଣ କରିବେ ।

  • ଆମ ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧରେ ଅକ୍ସିଜେନ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏହା ଅଳ୍ପ ଦିନରେ ବୌଦ୍ଧ ଜିଲ୍ଲାର ଲୋକଙ୍କ ପାଇଁ କାର୍ଯ୍ୟକ୍ଷମ ହେବ। ମହାମାରୀ ସମୟରେ ଏହି ସାହାଯ୍ୟ ପାଇଁ ପ୍ରଧାନମନ୍ତ୍ରୀ @narendramodi ଓ କେନ୍ଦ୍ରମନ୍ତ୍ରୀ @dpradhanbjp ଙ୍କୁ ଅନେକ ଧନ୍ୟବାଦ | pic.twitter.com/s4y6ZGJ7Cq

    — Tankadhar Tripathy (@tankadharbjp) May 10, 2021 " class="align-text-top noRightClick twitterSection" data=" ">

ସୂଚନାଥାଉକି ମହାମାରୀ କୋରୋନାର ଦ୍ବିତୀୟ ପର୍ଯ୍ୟାୟରେ ଜୀବନ ରକ୍ଷାକାରୀ ଅମ୍ଲଜାନର ଗୁରୁତ୍ବ ବୃଦ୍ଧି ପାଇଛି । ଦେଶର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଦିନକୁ 700 ରୁ 800 ଟନ ଅମ୍ଲଜାନ ଆବଶ୍ୟକତା କରୁଥିଲା ଆଜି କୋରୋନା ମହାମାରୀ ଯୋଗୁଁ ତାହା ଦୈନିକ 3500ରୁ 4000 ଟନ ଅମ୍ଲଜାନ ଆବଶ୍ୟକତା କରୁଛି । ଦେଶରେ ଦିଲ୍ଲୀ ମହାରାଷ୍ଟ୍ରରେ ଅମ୍ଲଜାନର ଘୋର ଅଭାବ ଦେଖାଦେଇଛି । ଅମ୍ଲଜାନ ଅଭାବରୁ ଦେଶରେ ହଜାର ହଜାର ଲୋକେ ପ୍ରାଣ ହରାଇଛନ୍ତି । କୋରୋନା ଲଢେଇରେ ଅମ୍ଲଜାନ ଏକ ଗୁରୁତ୍ବପୂଣ୍ଣ ଭୂମିକା ଗ୍ରହଣ କରିଛି । ଏଭଳି ସ୍ଥିତିରେ ଦେଶର ଅମ୍ଲଜାନ ଆବଶ୍ୟକତାକୁ ଗୁରୁତ୍ବ ଦେଇ କେନ୍ଦ୍ର ସରକାର ଦେଶର ବିଭିନ୍ନ ସ୍ଥାନରେ 551 ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ କରିବା ପାଇଁ ଘୋଷଣା କରିଥିଲେ । ଓଡିଶାର ବିଭିନ୍ନ ଶିଳ୍ପସଂସ୍ଥାରେ ଥିବା ଅମ୍ଲଜାନ ଦେଶରେ କୋରୋନା ଲଢେଇରେ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକ ଗ୍ରହଣ କରିଛି।

  • ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଓଡ଼ିଶାର ଜନସାଧାରଣଙ୍କ ପାଇଁ ସମ୍ବେଦନଶୀଳ। କୋରୋନାରେ ସ୍ଵାସ୍ଥ୍ୟବସ୍ଥାକୁ ଧ୍ୟାନରେ ରଖି ବୌଦ୍ଧ ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏହା ଅଳ୍ପ ଦିନରେ ବୌଦ୍ଧ ଜିଲ୍ଲାର ଲୋକଙ୍କ ପାଇଁ ସଂଜୀବନୀ ସଦୃଶ କାର୍ଯ୍ୟକ୍ଷମ ହେବ। pic.twitter.com/VCrZ44lCTi

    — Samir Mohanty (@SamirMohantyBJP) May 10, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.