ETV Bharat / city

ନବୀନଙ୍କୁ ଘେରିଲେ ଜୟ ନାରାୟଣ; ପଶ୍ଚିମ ଓଡିଶା ବିଜେଡି ନେତାଙ୍କ ଭୂମିକା ନେଇ ଉଠାଇଲେ ପ୍ରଶ୍ନ

author img

By

Published : Nov 1, 2021, 7:41 PM IST

Jay Narayan Mishra
Jay Narayan Mishra

କାହିଁକି ପଶ୍ଚିମ ଓଡିଶା ଜିଲ୍ଲା ଗୁଡିକ ପ୍ରଧାନମନ୍ତ୍ରୀ ଆବାସ ଯୋଜନରୁ କାହିଁକି ବଞ୍ଚିତ ହୋଇଛନ୍ତି ? 2014 ମସିହାରେ ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିବା କୁଚିଣ୍ଡା ଖର୍ଲା ଓ ଭେଡେନ ନଦୀର ବ୍ୟାରେଜ ନିର୍ମାଣ ଆଜି ପର୍ଯ୍ୟନ୍ତ କାହିଁକି ହୋଇପାରିଲା ନାହିଁ ? ପ୍ରଶ୍ନ କରିଛନ୍ତି ଜୟନାରାୟଣ । ଅଧିକ ପଢନ୍ତୁ...

ଭୁବନେଶ୍ବର: ମହାଲିଙ୍ଗ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜ୍ୟରେ ବିରୋଧୀଙ୍କ ହମଲା ଜାରି ରହିଥିବା ବେଳେ, ଆଜି ବରିଷ୍ଠ ବିଜେପି ନେତା ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପ୍ରେସମିଟ କରି ସମ୍ପୂର୍ଣ୍ଣ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଟାଣିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ପୂର୍ବରୁ ସମ୍ବଲପୁର ସମେତ ପଶ୍ଚିମ ଓଡିଶାର ବିକାଶକୁ ନେଇ ପଚାରିଛନ୍ତି 22 ଟି ପ୍ରଶ୍ନ ।

ନବୀନଙ୍କୁ ଘେରିଲେ ଜୟ; ପଶ୍ଚିମ ଓଡିଶା ବିଜେଡି ନେତାଙ୍କ ଭୂମିକାକୁ ନେଇ ଉଠାଇଲେ ପ୍ରଶ୍ନ

ଜୟ କହିଛନ୍ତି କାହିଁକି ପଶ୍ଚିମ ଓଡିଶା ଜିଲ୍ଲା ଗୁଡିକ ପ୍ରଧାନମନ୍ତ୍ରୀ ଆବାସ ଯୋଜନରୁ ବଞ୍ଚିତ ହୋଇଛନ୍ତି ? 2014 ମସିହାରେ ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିବା କୁଚିଣ୍ଡା ଖର୍ଲା ଓ ଭେଡେନ ନଦୀର ବ୍ୟାରେଜ ନିର୍ମାଣ ଆଜି ପର୍ଯ୍ୟନ୍ତ କାହିଁକି ହୋଇପାରିଲା ନାହିଁ ?

ସେହିପରି ଜୟ କହିଛନ୍ତି ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ସିନ୍ଦୁର ଫରୁଆରେ ରହିଛନ୍ତି । ଲୋକସେବା ଭବନ ଆସୁନାହାଁନ୍ତି । ବିଧାନସଭା ଆସୁନାହାଁନ୍ତି । ଏପରିକି କେନ୍ଦ୍ରରୁ ଆସୁଥିବା ମନ୍ତ୍ରୀ ମାନଙ୍କୁ ସାକ୍ଷାତ କରିବା ପାଇଁ ନିଜ ବାସଭବନକୁ ଡାକୁଛନ୍ତି । କିନ୍ତୁ ରାଜନୀତି ଓ ଭୋଟ ବ୍ୟାଙ୍କ ସୁରକ୍ଷିତ ରଖିବା ପାଇଁ ଜିଲ୍ଲା ଗସ୍ତ କରୁଛନ୍ତି । ଆସନ୍ତାକାଲି(ମଙ୍ଗଳବାର) ସମ୍ବଲପୁର ଗସ୍ତ ପୂର୍ବରୁ ଜନତା ପଚାରୁଥିବା 22 ଟି ପ୍ରଶ୍ନର ଉତ୍ତର ରଖିବାକୁ ଜୟ ନାରାୟଣ ଦାବି କରିଛନ୍ତି ।

ଏହାବାଦ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇ ବର୍ଷିଛନ୍ତି ବିଜେପିର ଏହି ହେଭିୱେଟ । କହିଛନ୍ତି ଏଯାଏଁ ପରିବାରକୁ ମୁଖ୍ୟମନ୍ତ୍ରୀ ସାକ୍ଷାତ କରିବା ତ ଦୂରର କଥା, ସମବେଦନା ମଧ୍ୟ ଜଣାଇଲେ ନାହିଁ । ପଶ୍ଚିମ ଓଡିଶା ବିଜେଡି ନେତାଏଁ କାହିଁକି ଘଟଣାକୁ ନେଇ ମୁହଁ ଖୋଲୁ ନାହାଁନ୍ତି?

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.